Chandra Grahan 2024: ହୋଲି ଦିନ ଲାଗିବା ପାଇଁ ଯାଉଛି ଚନ୍ଦ୍ର ଗ୍ରହଣ, ଏହା ଭାରତରେ ଦୃଶ୍ୟମାନ...
Chandra Grahan 2024 Date: ମାର୍ଚ୍ଚ ମାସ ଆରମ୍ଭ ହେବାକୁ ଯାଉଛି । ମାର୍ଚ୍ଚ ମାସରେ ଅନେକ ପର୍ବପର୍ବାଣି ରହିଛି । ବର୍ଷର ପ୍ରଥମ ଅର୍ଥାତ 2024ର ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ମାସରେ ଲାଗିବା ପାଇଁ ଯାଉଛି । 2024 ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ମାସରେ ଘଟିବ । ହିନ୍ଦୁ ଧର୍ମ ଅନୁଯାୟୀ ପ୍ରତିବର୍ଷ ଫାଲଗୁନ୍ ମାସର ପୂର୍ଣ୍ଣିମା ତିଥିରେ ହୋଲି ପାଳନ କରାଯାଏ ।
2024 ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 25 ମାର୍ଚ୍ଚରେ ଘଟିବାକୁ ଯାଉଛି ଅର୍ଥାତ୍ ହୋଲି ଦିନ ଚନ୍ଦ୍ର ଗ୍ରହଣ ଲାଗିବା ପାଇଁ ଯାଉଛି । ଅର୍ଥାତ୍ ଉଭୟ ହୋଲି ଏବଂ ଚନ୍ଦ୍ରଗ୍ରହଣ ଗୋଟିଏ ଦିନରେ ପଡୁଛି। ଏହା ଏକ ପେନ୍ମ୍ବ୍ରାଲ୍ ଚନ୍ଦ୍ରଗ୍ରହଣ ହେବ ଯାହା ଭାରତରେ ଦୃଶ୍ୟମାନ ହେବ ନାହିଁ । ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ ଯେଉଁଥି ପାଇଁ ଏହାର ସୂତାକ ଅବଧି ମଧ୍ୟ ବୈଧ ହେବ ନାହିଁ ।

ଏହି ଚନ୍ଦ୍ରଗ୍ରହଣ ଆୟର୍ଲାଣ୍ଡ, ଇଂଲଣ୍ଡ, ସ୍ପେନ୍, ପର୍ତ୍ତୁଗାଲ, ଇଟାଲୀ, ଜର୍ମାନୀ, ଫ୍ରାନ୍ସ, ହଲାଣ୍ଡ, ବେଲଜିୟମ, ଦକ୍ଷିଣ ନରୱେ, ସ୍ୱିଜରଲ୍ୟାଣ୍ଡ, ଉତ୍ତର ଏବଂ ଦକ୍ଷିଣ ଆମେରିକା, ଜାପାନ, ଋଷର ପୂର୍ବ ଭାଗ, ପଶ୍ଚିମ ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ ଅଷ୍ଟ୍ରେଲିଆରେ ଦୃଶ୍ୟମାନ ହେବ। ଚନ୍ଦ୍ର ଗ୍ରହଣର ସକାଳ 10:23ରୁ ଆରମ୍ଭ ହୋଇଛି ଦିନ 03:02 ସମୟରେ ଶେଷ ହେବ । ଚନ୍ଦ୍ରଗ୍ରହଣର ମୋଟ୍ ଅବଧି 04 ଘଣ୍ଟା 36 ମିନିଟ୍ ରହିବ ।












Click it and Unblock the Notifications