ଆଜି ପବିତ୍ର ଶ୍ରୀରାମ ନବମୀ; ରାମ ଧ୍ୱନୀରେ ଉତ୍ସବ ମୁଖର ହୋଇ ଉଠିଛି ସାରା ରାଜ୍ୟ
ଆଜି ପବିତ୍ର ଶ୍ରୀରାମ ନବମୀ । ସବୁଠି ଶୁଭୁଛି ରାମ ନାମ । ରାମ ଧ୍ୱନୀରେ ଉତ୍ସବ ମୁଖର ହୋଇ ଉଠିଛି ସାରା ରାଜ୍ୟ । ପ୍ରଭୁ ଶ୍ରୀରାମଙ୍କୁ ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର କୁହାଯାଏ । ଭକ୍ତି, ଉପାସକ, ତପସ୍ୟା, ସତ୍ୟ, ବଳିଦାନ, ପ୍ରେମ ଏବଂ କର୍ତ୍ତବ୍ୟର ଏକ ଜୀବନ୍ତ ଉଦାହରଣ ଶ୍ରୀ ରାମ । ମହର୍ଷି ବାଲ୍ମିକୀ ହୁଅନ୍ତୁ ଅବା ଗୋସ୍ୱାମୀ ତୁଳସୀ ଦାସ ହୁଅନ୍ତୁ, ଉଭୟ ଶ୍ରୀ ରାମଙ୍କ ଆଦର୍ଶ ଚରିତ୍ରକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ।
ଭଗବାନ ରାମଙ୍କୁ ପୂଜା କରିବା କେବଳ ମଣିଷର ସମସ୍ତ ଅସୁବିଧାକୁ ସମାପ୍ତ କରେ ନାହିଁ, ବରଂ ମଣିଷ ମନରେ ସକରାତ୍ମକତା ଆସିଥାଏ । ଶୁଭ ସମୟରେ ଭଗବାନ ଶ୍ରୀ ରାମଙ୍କୁ ପୂଜା କରି ଭକ୍ତ ଶୁଭ ଫଳ ପାଇଥାଏ ।
ରାଜଧାନୀରେ ଥିବା ସବୁ ଶ୍ରୀରାମ ମନ୍ଦିର ଓ ହନୁମାନ ମନ୍ଦିରରେ ପ୍ରସ୍ତୁତି ହୋଇଛି । ଆଲୋକମାଳାରେ ଝଲସୁଛି ମନ୍ଦିର । ସବୁଠି ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ରାଜଧାନୀର ୟୁନିଟ୍-୩ସ୍ଥିତ ଶ୍ରୀରାମ ମନ୍ଦିରରେ ରବିବାର ସକାଳ ୫ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ସବ ଚାଲିବ । ଭୋର୍ରୁ ନୀତିକାନ୍ତି ହୋଇଛି । ସକାଳ ସାଢ଼େ ୫ଟାରୁ ଭଗବାନଙ୍କ ଦର୍ଶନ କରିବାକୁ ଭକ୍ତଙ୍କ ଧାଡ଼ି ଲମ୍ବିଛି ।

ରାଜଧାନୀର ବାୟାବାବା ମଠ, ଚିତ୍ରକୁଟ ଆଶ୍ରମ ଓ ଇସ୍କନ୍ ପରିସରରେ ରାମନବମୀ ପାଳିତ ହେବ । ଇସ୍କନରେ ରାଧା-ଗୋପୀନାଥଜିଉଙ୍କ ଶୁଭ ଆବିର୍ଭାବ ତିଥି ତଥା ୨୮ତମ ବାର୍ଷିକ ଉତ୍ସବ ପାଳନ କରାଯିବ ।
ସେହିପରି ନୟାଗଡ଼ ଜିଲ୍ଲାର ଓଡ଼ଗାଁ ରଘୁନାଥ ମନ୍ଦିରରେ ଆଜି ଜାକଜମକରେ ପାଳିତ ହେଉଛି। ଭକ୍ତମାନେ ଦୂରଦୂରାନ୍ତରୁ ଭକ୍ତମାନେ ଆସି ଠାକୁରଙ୍କ ଏହି ଅପୂର୍ବ ଲୀଳାକୁ ଉପଭୋଗ କରୁଛନ୍ତି । ଭଦ୍ରକର ଐତିହାସିକ ଗାନ୍ଧୀ ପଡ଼ିଆଠାରେ ଶ୍ରୀରାମ ନବମୀ ମହାଯଜ୍ଞ ମହୋତ୍ସବ ମହାସମାରୋହରେ ପାଳନ କରାଯାଉଛି।
ପୂଜା ବିଦ୍ଧି
- ସର୍ବପ୍ରଥମେ ଗାଧୋଇ ସଫା ପୋଷାକ ପିନ୍ଧନ୍ତୁ ।
- ତା'ପରେ ଭଗବାନ ଶ୍ରୀ ରାମଙ୍କ ପ୍ରତିମାକୁ ଏକ ସ୍ୱଚ୍ଛ ସ୍ଥାନରେ ରଖନ୍ତୁ ।
- ପ୍ରଭୁ ରାମଙ୍କୁ ହଳଦିଆ ରଙ୍ଗର ଫୁଲ, ପୋଷାକ, ଚନ୍ଦନ ଇତ୍ୟାଦି ପୂଜା ସାମଗ୍ରୀ ଅର୍ପଣ କରନ୍ତୁ।
- ୧୦୮ ଥର 'ଓମ୍ ଶ୍ରୀ ହ୍ରୀ କ୍ଲିମ୍ ରାମଚନ୍ଦ୍ରାୟା ଶ୍ରୀ ନମଃ' ମନ୍ତ୍ର ଜପ କରନ୍ତୁ ।
- ରାମ ସ୍ତୁତି ଏବଂ ରାମ ଚାଳିଶା ପଢନ୍ତୁ । ଶ୍ରୀରାମଙ୍କର ଆରତୀ କରି ପ୍ରସାଦ ବଣ୍ଟନ କରନ୍ତୁ ।
- ଘରର ସୁଖ ଏବଂ ଶାନ୍ତି ପାଇଁ କିଛି ଲୋକ ଏହି ଦିନ ସୁନ୍ଦରକାଣ୍ଡ ମଧ୍ୟ ପାଠ କରନ୍ତି ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍...












Click it and Unblock the Notifications