Get Updates
Get notified of breaking news, exclusive insights, and must-see stories!

ଧରାବତରଣ କରିବେ ଜଗତଜନନୀ ମା’ ଦୁର୍ଗା;

ଆଜି ଜଗତ ଜନନୀ ମା' ଦୁର୍ଗାଙ୍କ ମହାଷଷ୍ଠୀ ପୂଜା। ରାଜ୍ୟର ବିଭିନ୍ନ ମଣ୍ଡପରେ ପୂଜା ପାଇବେ ଦୁର୍ଗତିନାଶିନୀ। ଜଗତଜନନୀ ମାଆ ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇଛି ଧରାପୃଷ୍ଠ। ଆଜି ପୀଠରେ ସପ୍ତମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାଷଷ୍ଠୀ ପୂଜା ରହିଛି। ଏଥିପାଇଁ ସବୁଠି ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ଓ ଉତ୍ସାହର ପରିବେଶ।

ବିଲ୍ୱବରଣ ପରେ ମାଆଙ୍କୁ ଆବାହନ କରାଯାଇ ମଣ୍ଡପରେ ପୂଜା କରାଯିବ। ଏଥିପାଇଁ ରାଜଧାନୀ ଭୁବନେଶ୍ୱର ସମେତ କଟକ ଏବଂ ଅନ୍ୟାନ୍ୟ ସ୍ଥାନରେ ବିଭିନ୍ନ ପୂଜାମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି। ସୁନା, ଚାନ୍ଦି ମେଢରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ସଜ୍ଜିତ ହୋଇଛି।

ଦୁର୍ଗାପୂଜା ବେଳେ ରାଜଧାନୀର ପୂଜା ମଣ୍ଡପ କର୍ତ୍ତୃପକ୍ଷଙ୍କ ଲାଗି ବିଏମସିର ଗାଇଡଲାଇନ୍। ମଣ୍ଡପଗୁଡ଼ିରେ ଉତ୍ତମ ପରିଚାଳନା ଓ ପରିବେଶ ସୁରକ୍ଷା ପାଇଁ କିଛି ସ୍ବତନ୍ତ୍ର ଗାଇଡଲାଇନ୍ ଜାରି କରିଛି ବିଏମସି। ଚଳିତ ବର୍ଷ ଦୁର୍ଗାପୂଜା ପାଳନ ବେଳେ ସହରରେ ବିଭିନ୍ନ ମଣ୍ଡପକୁ ନିରାପଦ, ସୁରକ୍ଷିତ ଏବଂ ପରିବେଶ ଅନୁକୂଳ କରିବା ଲାଗି ପୂଜା ମଣ୍ଡପଗୁଡ଼ିକୁ ଆହ୍ବାନ କରାଯାଇଛି।

ମୃଣ୍ମୟୀ ମୂର୍ତ୍ତିରେ କେବଳ ପ୍ରାକୃତିକ ରଙ୍ଗ ବ୍ୟବହାର, ପ୍ରସାଦ ସେବନ ପାଇଁ ପ୍ଲାଷ୍ଟିକ ଓ ଥର୍ମୋକୁଲ ବଦଳରେ ପତ୍ର, ଖଲି, ଠୁଙ୍ଗା ଓ ମାଟି ପାତ୍ରର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି ପୂଜା ମଣ୍ଡପ ପାଖରେ ଡଷ୍ଟବିନ ସୁବିଧା, ବିଜୁଳି ବ୍ୟବସ୍ଥା ସୁରକ୍ଷିତ ଯାଂଚ, ସିକ୍ୟୁରିଟି ଗାର୍ଡ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଇଛି। ସେହିଭଳି ପୋଲିସର ବିନା ଅନୁମତିରେ ଡାକବାଜି ଯନ୍ତ୍ର ବ୍ୟବହାର ନିଷେଧ ସହ ମୂର୍ତ୍ତିରେ ପ୍ଲାଷ୍ଟିକ ଆଭୂଷଣର ବ୍ୟବହାର ନକରିବାକୁ ନିବେଦନ କରାଯାଇଛି।

ସେହିପରି ଚଳିତବର୍ଷ ଟ୍ୱିନସିଟିରେ ଶାନ୍ତି ଶୃଙ୍ଖଳାର ସହ ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସର ବ୍ୟାପକ ବ୍ୟବସ୍ଥା । ଭୁବନେଶ୍ୱରରେ ୩୮ ପ୍ଲାଟୁନ୍ ଏବଂ କଟକରେ ମୁତୟନ ହେବେ ୬୪ ପ୍ଲାଟୁନ ପୋଲିସ । ମଣ୍ଡପରୁ ନେଇ ରାସ୍ତା, ସବୁଠି ରହିବ ପୋଲିସର କଡା ନଜର । ସବୁ ମଣ୍ଡପରେ ସିସିଟିଭି ସହ ଆପାର୍ଟମେଣ୍ଟର ସିସିଟିଭି ମଧ୍ୟ ଯୋଡି ହେବ କମିଶନରେଟ ପୋଲିସର କଣ୍ଟ୍ରୋଲ ରୁମ ସହ ।

ପୂଜାରେ ସୁରକ୍ଷିତ ରହିବା ସହ ଶାନ୍ତିରେ ବୁଲିବେ ରାଜଧାନୀ ବାସିନ୍ଦା । ଏଭଳି ଆଶ୍ୱସ୍ତ କରିଛନ୍ତି ପୋଲିସ କମିଶନର । ପୂଜା ପାଇଁ କଡା ସୁରକ୍ଷା ବଳୟରେ ରହିବ ଟ୍ୱିନସିଟି । ଉଭୟ ଟ୍ରାଫିକ୍ ସହ ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇଛନ୍ତି ସିପି । ପୂଜା ସମୟରେ ଭାରିଯାନ ନିଷେଧ ନେଇ ନିର୍ଦ୍ଦେଶ ଦିଆଯାଇଛି ।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପ୍ରମୁଖ ପୂଜା ମଣ୍ଡପଗୁଡ଼ିକରେ ବ୍ୟାପକ ଆୟୋଜନ କରାଯାଇଛି। ନୂୟାପଲ୍ଲୀ, ସହିଦନଗର, ଝାରପଡ଼ା, ରସୁଲଗଡ଼, ବରମୁଣ୍ଡା ଓ ଷ୍ଟେସନବଜାର ଆଦି ପ୍ରମୁଖ ମଣ୍ଡପ ସହ ସହରରେ ଶତାଧିକ ମଣ୍ଡପରେ ପୂଜା ପାଉଛନ୍ତି ମାଆ। ସେହିପରି ବ୍ରହ୍ମପୁର, ରାଉରକେଲା ଓ ବାଲେଶ୍ୱର ଆଦି ସ୍ଥାନରେ ବି ବେଶ୍ ଧୁମ୍‌ଧାମରେ ପାଳନ ହେଉଛି ପୂଜା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+