ଏହି ଦେଶରେ 'କଙ୍ଗିତେନ୍' ନାମରେ ପୂଜା ପାଆନ୍ତି ବିଘ୍ନ ବିନାଶକ
Ganesh Puja 2024: ସେପ୍ଚେମ୍ବର ୭ରେ ପାଳନ କରାଯିବ ଗଣେଶ ପୂଜା । ଭାରତ ସମେତ ଅନେକ ଦେଶରେ ଗଣପତିଙ୍କ ପୂଜାର୍ଚ୍ଚନା କରାଯାଏ । ଏଥର କୋଭିଡ ଭୟ ନଥିବାରୁ ଧୁମଧାମରେ ପାଳନ କରାଯାଇଛି ଏହି ପୂଜା । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ବିଦେଶରେ ମଧ୍ୟ ଗଣେଶ ଚତୁର୍ଥୀ ପାଳନ କରାଯାଏ । ଭଗବାନ ଗଣେଶ ବିଦେଶ ରେ ଭିନ୍ନ ଭିନ୍ନ ନାମରେ ପୂଜା ପାଆନ୍ତି ।
ଏପରିକି ଜାପାନର ବିଭିନ୍ନ ସ୍ଥାନରେ ମଧ୍ୟ ବପ୍ପାଙ୍କ ପୂଜା କରାଯାଏ । ଏଠାରେ ଗଣପତିଙ୍କୁ 'କଙ୍ଗିତେନ୍' ରୂପରେ ଶ୍ରଦ୍ଧାଳୁ ପୂଜା କରିଥାନ୍ତି । ଏଠାରେ ଥିବା ବୌଦ୍ଧ ମନ୍ଦିରରେ ବିଘ୍ନ ବିନାଶକ ଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଯାଏ । ହିନ୍ଦୁ ଓ ବୌଦ୍ଧ ଧର୍ମ ପରସ୍ପର ସହିତ ମିଶିବା ସମୟରେ ଏହି ମୂର୍ତି ସ୍ଥାପନ କରାଯାଇଥିଲା ।

ଟୋକିଓର ଅସାକୁସାଠାରେ ରହିଛି ଏହି ଲୋକପ୍ରିୟ ବୌଦ୍ଧ ମନ୍ଦିର । ଏହି ମନ୍ଦିର ସପ୍ତମ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା । ଏହା ମୁଖ୍ୟ ସେନସୋ-ଜୀ ମନ୍ଦିରଠାରୁ ପୁରାତନ ମନ୍ଦିର ବୋଲି ବିଶ୍ବାସ କରାଯାଏ । ଉତ୍ତମ ଭାଗ୍ୟ, ସମୃଦ୍ଧି, ସଫଳତା ଓ ବୁଦ୍ଧି ପାଇଁ ଭକ୍ତ ଟିଏ କଙ୍ଗିତେନଙ୍କୁ ଆରାଧନା କରନ୍ତି । ଏହାଛଡ଼ା ଅନେକ ବାଧାବିଘ୍ନରୁ ରକ୍ଷା କରନ୍ତି ପ୍ରଭୁ ଗଣେଶ । ଏଠାରେ ମଧ୍ୟ ଭଗବାନଙ୍କୁ ପ୍ରଥମେ ପୂଜା କରାଯାଏ । ଏଠାରେ ମୋଦକ ଜାଗାରେ ମୂଳା ପ୍ରସାଦ ରୂପେ ପ୍ରଦାନ କରାଯାଇଥାଏ । ଏତିକି ନୁହେଁ ଏହି ମନ୍ଦିର କୁ ମୂଳା ଦ୍ୱାରା ଅତି ସୁନ୍ଦର ସାଜସଜ୍ଜା ମଧ୍ୟ କରାଯାଏ । ପ୍ରଭୁଙ୍କ ପୂଜା ପାଇଁ ମନ୍ଦିରରେ ଜମେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ।












Click it and Unblock the Notifications