Get Updates
Get notified of breaking news, exclusive insights, and must-see stories!

Ganesh Puja 2024: ବିଦେଶରେ ପୂଜା ପାଆନ୍ତି ପ୍ରଭୁ ଗଣେଶ

ଟୋକିଓ: ବିଦେଶରେ ପୂଜା ପାଆନ୍ତି ପ୍ରଭୁ ଗଣେଶ । ଭଗବାନ ଗଣେଶ ବିଦେଶ ରେ ଭିନ୍ନ ଭିନ୍ନ ନାମରେ ପୂଜା କରାଯାଏ । ଜାପାନର ବିଭିନ୍ନ ସ୍ଥାନରେ ମଧ୍ୟ ଗଜାନନଙ୍କ ପୂଜା ହୋଇଥାଏ । ଏଠାରେ ଗଣପତିଙ୍କୁ 'କଙ୍ଗିତେନ' ରୂପରେ ଶ୍ରଦ୍ଧାଳୁ ପୂଜା କରିଥାନ୍ତି । ଏଠାରେ ଥିବା ବୌଦ୍ଧ ମନ୍ଦିରରେ ବିଘ୍ନ ବିନାଶକ ଙ୍କ ମୂର୍ତ୍ତି ପ୍ରତିଷ୍ଠା ହୋଇଛି । ହିନ୍ଦୁ ଓ ବୌଦ୍ଧ ଧର୍ମ ପରସ୍ପର ସହିତ ମିଶିବା ସମୟରେ ଏହି ମୂର୍ତି ସ୍ଥାପନ କରାଯାଇଥିଲା ।

ଟୋକିଓର ଅସାକୁସାଠାରେ ରହିଛି ଏହି ଲୋକପ୍ରିୟ ବୌଦ୍ଧ ମନ୍ଦିର । ଏହି ମନ୍ଦିର ସପ୍ତମ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା । ଏହା ମୁଖ୍ୟ ସେନସୋ-ଜୀ ମନ୍ଦିରଠାରୁ ପୁରାତନ ମନ୍ଦିର ବୋଲି ବିଶ୍ବାସ କରାଯାଏ ।

Ganesh Puja 2024

ଉତ୍ତମ ଭାଗ୍ୟ, ସମୃଦ୍ଧି, ସଫଳତା ଓ ବୁଦ୍ଧି ପାଇଁ ଭକ୍ତ ଟିଏ କଙ୍ଗିତେନଙ୍କୁ ଆରାଧନା କରନ୍ତି । ଏହାଛଡ଼ା ଅନେକ ବାଧାବିଘ୍ନରୁ ରକ୍ଷା କରନ୍ତି ପ୍ରଭୁ ଗଣେଶ । ଏଠାରେ ମଧ୍ୟ ଭଗବାନଙ୍କୁ ପ୍ରଥମେ ପୂଜା କରାଯାଏ । କେବଳ ମୋଦକ ଜାଗାରେ ମୂଳା ପ୍ରସାଦ ରୂପେ ପ୍ରଦାନ କରାଯାଇଥାଏ । ଏତିକି ନୁହେଁ ଏହି ମନ୍ଦିର କୁ ମୂଳା ଦ୍ୱାରା ଅତି ସୁନ୍ଦର ସାଜସଜ୍ଜା କରଯାଇଛି । ପ୍ରଭୁଙ୍କ ପୂଜା ପାଇଁ ମନ୍ଦିରରେ ଜମେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ । ଅତି ଶ୍ରଦ୍ଧାର ସହିତ ନିୟମ ଅନୁସାରେ ଚାଲେ ପୂଜାର୍ଚ୍ଚନା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+