ଅନନ୍ତ ଚତୁର୍ଥୀରେ ଗଣେଶ ବିସର୍ଜନ କରିବାର ଶୁଭ ସମୟ
Ganesh Visarjan 2024: ସେପ୍ଟେମ୍ବର 7' ତାରିଖରେ ଆରମ୍ଭ ହୋଇଥିବା ଗଣେଶ ଚତୁର୍ଥୀ ଉତ୍ସବ ଆସନ୍ତା କାଲି ଅର୍ଥାତ୍ ସେପ୍ଚେମ୍ବର ୭ ତାରିଖରେ ଶେଷ ହେବାକୁ ଯାଉଛି । ଆସନ୍ତା କାଲି ଗଣେଶ ବିସର୍ଜନ କରାଯିବ । ଭଗବାନ ଗଣେଶଙ୍କୁ ବିଘ୍ନ ବିନାଶକ ବୋଲି କୁହାଯାଏ । ବପ୍ପାଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନରେ ସୁଖ,ଶାନ୍ତି ସମୃଦ୍ଧି ଏବଂ କ୍ୟାରିୟରରେ ଭଲ ଅଗ୍ରଗତି ପାଇଥାଏ । ଯଦି ଆପଣ ଘରେ ଭଗବାନ ଗଣେଶଙ୍କ ପ୍ରତିଷ୍ଠିତ କରିଛନ୍ତି, ତେବେ ରୀତିନୀତି ଅନୁଯାୟୀ ଏବଂ ଶୁଭ ସମୟରେ ଅନନ୍ତ ଚତୁର୍ଥୀ ଦିନ ବିସର୍ଜ କରନ୍ତୁ ।
ଅନନ୍ତ ଚତୁର୍ଥୀରେ ଗଣେଶ ବିସର୍ଜନ କରିବାର ଶୁଭ ସମୟ ରହିଛି
ସକାଳ 9.11 ରୁ ଦିନ 1.47
ଅପରାହ୍ନ 03:19 PM ରୁ 04:51 PM
ସନ୍ଧ୍ୟା 07:51 ରୁ ରାତି 09:19 PM

ଘରେ ଗଣେଶ ବସର୍ଜନ କିପରି କରିବେ
ଯେପରି ଆମେ ଯାତ୍ରାକୁ ଯିବା ପୂର୍ବରୁ ଖୁସିରେ ଆମ ପରିବାର ସଦସ୍ୟଙ୍କୁ ବିଦାୟ ଦେଇଥାଉ, ସେହିପରି ଭଗବାନ ଗଣେଶଙ୍କୁ ବିଦାୟ ଦେବାବେଳେ ସମାନ ଭାବରେ ଆଚରଣ କରିବା ଉଚିତ୍ । ସମ୍ମାନ ଏବଂ ଭଦ୍ର ଭାବରେ, ପୂଜା ସମୟରେ ଜାଣିକି କିମ୍ବା ଅଜାଣତରେ ହୋଇଥିବା ଭୁଲ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ । ବପ୍ପାଙ୍କ ପ୍ରତିମୂର୍ତ୍ତିକୁ ନଦୀ, ହ୍ରଦ କିମ୍ବା ପୋଖରୀରେ ବୁଡ଼ାଇବା ପରିବର୍ତ୍ତେ ଆପଣ ଏହାକୁ ଘରେ ମଧ୍ୟ ବିସର୍ଜନ କରିପାରିବେ ।
ଗଣେଶ ବିସର୍ଜନ ଦିନ ବପ୍ପାଙ୍କୁ ପୂଜା କରନ୍ତୁ, କୁମ୍କୁମ୍, କଦଳୀ, ମେହେନ୍ଦି, ମୋଦକ, ଫୁଲ ଇତ୍ୟାଦି ଅର୍ପଣ କରନ୍ତୁ । ଆଳତୀ କରନ୍ତୁ ମଧ୍ୟ କରନ୍ତୁ । ଗଣେଶଙ୍କ ମୂର୍ତ୍ତି ଆକାରକୁ ଧ୍ୟାନରେ ରଖି ଏକ ବାଲ୍ଟି କିମ୍ବା ଟବ୍ ନିଅନ୍ତୁ । ଏହାକୁ ଭଲ ଭାବରେ ସଫା କରି ନିଅନ୍ତୁ । ଏଥିରେ ମୂର୍ତ୍ତି ବୁଡିବା ଭଳି ପାଣି ରଖନ୍ତୁ । ଯେତେବେଳେ ମୂର୍ତ୍ତି ବିସର୍ଜ କରିବେ ତା ସହିତ ପୂଜା ସାମଗ୍ରୀ ମଧ୍ୟ ପାଣିରେ ପକାଇ ଦିଅନ୍ତୁ ।
ଭଗବାନ ଗଣେଶଙ୍କ ପ୍ରତିମୂର୍ତ୍ତିକୁ ଧୀରେ ଧୀରେ ପାଣିରେ ବୁଡ଼ାନ୍ତୁ । ହଠାତ୍ ପକାନ୍ତୁ ନାହିଁ ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications