ଆସୁଛି ଗଣେଶ ପୂଜା: ଘରକୁ ଆଣନ୍ତୁ ଏହି ମୂର୍ତ୍ତି, ହେବ ବ୍ୟବସାୟରେ ଲାଭ
Ganesh Puja 2024: ଚଳିତ ବର୍ଷ ୭ ସେପ୍ଟେମ୍ବର ଦିନ ପାଳନ କରାଯିବ ଗଣେଶ ଚତୁର୍ଥୀ । ଗଣେଶ ଭଗବାନଙ୍କ ଜନ୍ମ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ହୋଇଥିଲା ଯେଉଁଥି ପାଇଁ ଏହି ଦିନକୁ ଗଣେଶ ଚତୁର୍ଥୀ ବା ଗଣେଶ ପୂଜା ଭାବେ ପାଳନ କରାଯାଏ । ଦେଶର ପ୍ରାୟ ସମସ୍ତ ରାଜ୍ୟରେ ବେଶ ଧୂମଧାମରେ ବପ୍ପାଙ୍କୁ ସ୍ୱାଗତ କରାଯାଇଥାଏ । ସେହିପରି ଅନେକ ଲୋକ ନିଜ ଘରେ ବିଘ୍ନବିନାଶକଙ୍କ ମୂର୍ତ୍ତି ରଖି ପୂଜାର୍ଚ୍ଚନା ମଧ୍ୟ କରିଥାନ୍ତି ।
ହେଲେ ଆପଣ ଜାଣିଛନ୍ତି କି ଗଣେଶଙ୍କ ମୂର୍ତ୍ତି କିଣିବା ସମୟରେ କିଛି ଜିନିଷ ଉପରେ ଧ୍ୟାନ ଦେବା ପାଇଁ ପଡିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗଣେଶଙ୍କ ଅଲଗା ଅଲଗା ମୂର୍ତ୍ତିର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି। ଚାକିରି କିମ୍ବା ବ୍ୟବସାୟ ସମ୍ବନ୍ଧିତ ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ ଗଣେଶଙ୍କ ସିନ୍ଦୁରୀ ସ୍ୱରୂପ ମୂର୍ତ୍ତି ସ୍ଥାପନ କରିବା ଉଚିତ୍। ଯଦି ଏମିତି ମୂର୍ତ୍ତି ଆପଣ ସ୍ଥାପନ କରିବେ, ତା' ହେଲେ ଆପଣଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ହେବ ।

.ସାଧାରଣତଃ ଗଣପତିଙ୍କ ବସିଥିବା ମୂର୍ତ୍ତି କିଣିବା ଉଚିତ୍ । ଗଣେଶ ଚତୁର୍ଥୀରେ ଏହି ପ୍ରକାର ମୂର୍ତ୍ତି ପୂଜା କରିବା ଅତ୍ୟନ୍ତ ଶୁଭ ବିବେଚନା କରାଯାଏ । ଗଣେଶଙ୍କ ବସିଥିବା ମୂର୍ତ୍ତିକୁ ପୂଜା କରିବା ଦ୍ୱାରା ଲାଭ ମିଳିଥାଏ ।
.ବାସ୍ତୁ ଶାସ୍ତ୍ର ଅନୁସାରେ, ବପ୍ପାଙ୍କ ନୃତ୍ୟରତ ମୂର୍ତ୍ତି ଘରକୁ ଆଣିବା ଅନୁଚିତ୍ । ଏପରି ମୂର୍ତ୍ତି ଆଣିବା ଦ୍ୱାରା ଘରେ କଳି ସୃଷ୍ଟି ହୋଇଥାଏ ଏବଂ ଝଗଡ଼ା ବଢ଼ିଥାଏ । ଘରରେ ଅଶାନ୍ତିର ମୋହଲ ଲାଗି ରହିଥାଏ ।
ସେହିପରି ଚାକିରି କିମ୍ବା ବ୍ୟବସାୟ କରୁଥିବା ବ୍ୟକ୍ତି ଗଣେଶଙ୍କ ସିନ୍ଦୁରୀ ସ୍ୱରୂପ ମୂର୍ତ୍ତି ସ୍ଥାପନ କରିବା ଉଚିତ୍। ଏପରି ମୂର୍ତ୍ତି ସ୍ଥାପନ କରିବା ଦ୍ୱାରା ସମସ୍ୟା ଦୁର ହୋଇଥାଏ ।












Click it and Unblock the Notifications