ଗଣେଶ ଚତୁର୍ଥୀ କେବେ, ଜାଣନ୍ତୁ କେତେବେଳେ ରହିଛି ଶୁଭ ମୁହୂର୍ତ୍ତ
Ganesh Chaturthi 2024: ଚଳିତ ବର୍ଷ ସେପ୍ଚେମ୍ବର ୭ ତାରିଖରେ ଗଣେଶ ପୂଜା ପାଳନ କରାଯିବ । ତେବେ ବିଘ୍ନବିନାଶକଙ୍କ ପ୍ରତିଷ୍ଠା ପାଇଁ ଶୁଭ ସମୟ ସକାଳ 11:10 ରୁ 01:39 ମଧ୍ୟରେ ରହିଛି । ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗଣେଶ ପୂଜା ପାଳନ କରାଯାଏ । ପ୍ରଥମ ପୂଜ୍ୟ ଦେବତା ହୋଇଥିବାରୁ ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭ କାର୍ଯ୍ୟର ଆରମ୍ଭ ବପ୍ପାଙ୍କ ପୂଜାରୁ ହୋଇଥାଏ ।
ଗଣେଶ ପୂଜା 10 ଦିନ ଧରି ପାଳନ କରାଯାଇଥାଏ । ତେବେ ଯଦି ଆପଣ ପୂଜ କରିବା ପାଇଁ ଯାଉଛନ୍ତି ତେବେ କିଛି ବିଶେଷ ନିୟମକୁ ମନେ ରଖନ୍ତୁ ଯେପରି ଶୁଖିଲା ଫୁଲ, ତୁଳସୀ, କେତକି ଫୁଲ, ଗବାନ ଗଣେଶଙ୍କ ପୂଜାରେ ନିଷେଧ ବୋଲି ବିବେଚନା କରାଯାଏ । ସିନ୍ଦୂରୀ ଗଣେଶଙ୍କୁ ଘରେ ରଖିବା ଶୁଭ ବୋଲି ବିବେଚନା କରାଯାଏ। ଏହା ଘରର ନକାରାତ୍ମକ ଶକ୍ତିକୁ ନଷ୍ଟ କରିଦିଏ ।

ଯଦି ଘରେ ଗଣେଶ ପୂଜା କରୁଛନ୍ତି ତେବେ ଘର ଖାଲି ଛାଡନ୍ତୁ ନାହିଁ କିମ୍ବା ସେହି ଘର ଅନ୍ଧକାର କରନ୍ତୁ ନାହିଁ । ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଆଳତୀ କରିବାକୁ ଭୁଲନ୍ତୁ ନାହିଁ । ଭଗବାନ ଗଣେଶଙ୍କ ମୂର୍ତ୍ତି ବାଛିବାବେଳେ ମନେରଖନ୍ତୁ ଯେ ଏଥିରେ ଏକ ମୂଷା ରହିବା ଆବଶ୍ୟକ । ମୂଷା ଗଣପତିଙ୍କର ବାହାନ । ଗଣେଶ ମୂର୍ତ୍ତିକୁ ମୂଷା ବିନା ପୂଜା କରିବା ଦୋଷ ଆଣିଥାଏ ବୋଲି ବିଶ୍ୱାସ କରାଯାଏ।
ଘରେ ସର୍ବଦା ବସିଥିବା ଗଣେଶ ପ୍ରତିମା ସ୍ଥାପନ କରନ୍ତୁ । ଶାସ୍ତ୍ର ଅନୁଯାୟୀ, ଗଣେଶଙ୍କ ବସିବା ମୂର୍ତ୍ତି ଧନକୁ ପ୍ରତିପାଦିତ କରେ । ଭଗବାନ ଗଣେଶଙ୍କ ଶୁଣ୍ଢ ବାମ ପାର୍ଶ୍ୱରେ ରହିବା ଶୁଭ ବିବେଚନା କରାଯାଏ । ଯଦି ଘରେ ଗଣେଶ ପୂଜା କରୁଛନ୍ତି ତେବେ ତିନି ଦିନ, ପାଞ୍ଚ ଦିନ, କିମ୍ବା ଦଶ ଦିନ ପର୍ଯ୍ୟନ୍ତ କରନ୍ତୁ ଏହା ପରେ ଶୁଭ ସମୟରେ ବସର୍ଜନ କରନ୍ତୁ ।












Click it and Unblock the Notifications