Get Updates
Get notified of breaking news, exclusive insights, and must-see stories!

ଆଜି ପବିତ୍ର ଗଜଲକ୍ଷ୍ମୀ ପୂଜା, ଢେଙ୍କାନାଳରେ ଏଥର ଜମିବ ଦର୍ଶକଙ୍କ ଭିଡ

ଆଜି ଧରାପୃଷ୍ଠରେ ଅବତରଣ କରିବେ ଧନଦାତ୍ରୀ ମାଆ ଲକ୍ଷ୍ମୀ । କୋରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ଫିକା ପଡିଥିବା ଲକ୍ଷ୍ମୀ ପୂଜାକୁ ଚଳିତ ବର୍ଷ ଧୁମଧାମରେ ପାଳିବେ ରାଜ୍ୟବାସୀ ।

ଢେଙ୍କାନାଳ: ଦୁର୍ଗତୀନାଶିନୀ ମାଆ ଦୁର୍ଗାଙ୍କ ବିଦାୟ ପରେ ଆଜି ଧରାପୃଷ୍ଠରେ ଅବତରଣ କରିବେ ଧନଦାତ୍ରୀ ମାଆ ଲକ୍ଷ୍ମୀ । କୋରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ଫିକା ପଡିଥିବା ଲକ୍ଷ୍ମୀ ପୂଜାକୁ ଚଳିତ ବର୍ଷ ଧୁମଧାମରେ ପାଳିବେ ରାଜ୍ୟବାସୀ । ଏନେଇ ଚଳଚଞ୍ଚଳ ପୁରପଲ୍ଲୀ । ରାଜ୍ୟରେ ଐତିହାସିକ ଗଜଲକ୍ଷ୍ମୀପୂଜା ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରସିଦ୍ଧ । ପ୍ରତି ବର୍ଷ ଲକ୍ଷ୍ମୀପୂଜାରେ ଏଠି ଲୋକଙ୍କ ପ୍ରବଳ ଭିଡ ଜମେ । ଏଠିକାର ସବୁ ପୂଜା ମଣ୍ଡପରେ ଗୋଟିଏ ସପ୍ତାହରୁ 10 ଦିନ ଧରି ମାଆଙ୍କ ପୂଜା କରାଯାଏ । ଚଳିତ ବର୍ଷ ଜିଲ୍ଲାରେ 38ଟି ମେଢ ପ୍ରସ୍ତୁତ କରାଯାଇଛି ।

laxmi

ମା' ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି ବିବେଚନା କରାଯାଏ । ମାଆଙ୍କୁ ପୂଜା କଲେ ଧନ ପ୍ରାପ୍ତି ହେବ ବୋଲି ଲୋକଙ୍କ ମନରେ ବିଶ୍ବାସ ରହିଛି । ତେବେ ମାଆଲକ୍ଷ୍ମୀଙ୍କୁ ଅନେକ ପୂଜା କରିଥାନ୍ତି ଲୋକେ । ରାମାୟଣ ଅନୁସାରେ ସମୁଦ୍ର ମନ୍ଥନ ବେଳେ ଅମୃତପାତ୍ର ଧରି ମାଆ ଲକ୍ଷ୍ମୀ ପୃଥିବୀ ପୃଷ୍ଠକୁ ଆସିଥିଲେ । ଏହାପରେ ସେ ସମୁଦ୍ର କନ୍ୟା ନାମରେ ପରିଚିତ ହୋଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ପୂଜା ବେଶ ଧୂମଧାମରେ କରାଯାଏ ।

ମହିଷାପାଟ ପୂଜା ମଣ୍ଡପ:

ଢେଙ୍କାନାଳ ମହିଷାପାଟରେ ଚଳିତ ଥର ସୁନ୍ଦର ମେଢ ସାଙ୍ଗକୁ ପଲ୍ଲୀଶ୍ରୀ ମେଳାର ଆୟୋଜନ କରାଯାଇଛି । କରୋନା ପରେ ପୁଣି ଦର୍ଶନଙ୍କ ଭିଡ ଜମିବ ବୋଲି ଆଶା କରାଯାଉଛି । ମହାମାରୀ ଯୋଗୁଁ ମେଳା ଆଦିର ଆୟୋଜନ ଉପରେ ରୋକ ଲଗାଯାଇଥିଲା । ଚଳିତ ଥର ମେଳାରେ ବ୍ୟବସାୟ ମଧ୍ୟ ଭଲ ହେବ ବୋଲି ଆଶା ରଖିଛନ୍ତି ପଲ୍ଲୀଶ୍ରୀ ମେଳାରେ ଆସିଥିବା ବ୍ୟବସାୟୀ। ଏହି ମେଳାରେ ଓଡିଶାର ପାରମ୍ପରିକ କଳା ଠାରୁ ଆରମ୍ଭ କରି ଦେଶୀ ସାମଗ୍ରୀର ବିକ୍ରୟ ହୋଇଥାଏ । କେବଳ ଏତିକି ନୁହେଁ ମେଳାରେ ଷ୍ଟ୍ରିଟ ଫୁଡ ଓ ଢେଙ୍କାନାଳ ପ୍ରସିଦ୍ଧ ବରା ଖାଇବାକୁ ଜମେ ଲୋକଙ୍କ ଭିଡ । ଅନ୍ୟ ଜିଲ୍ଲାରୁ ଆସିଥିବା ଲୋକଙ୍କର ଏହି ବରା ପାଇଁ ଭିନ୍ନ ଏକ ଉତ୍ସାହ ଦେଖିବା ପାଇଁ ମିଳିଥାଏ । ଏଥିସହିତ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।

ଇତିହାସ:
ଢେଙ୍କାନାଳର ଏହି ପ୍ରସିଦ୍ଧ ମହାଲକ୍ଷ୍ମୀ ପୂଜାର ପଛରେ ରହିଛି ଐତିହାସିକ କାରଣ । ଏଠିକାର ରାଜବଂଶ କୃଷ୍ଣ ବାସୁଦେବଙ୍କର ଉପାସକ ଥିଲେ । କୃଷ୍ଣଙ୍କର ପୂଜା କରୁଥିଲେ । ସେହି ସମୟରେ ଏଠାରେ ପ୍ରତିଷ୍ଠା କରିଥିଲେ ବୈଷ୍ଣବ ମଠ । କୁଞ୍ଜକାନ୍ତର କୃଷ୍ଣମନ୍ଦିର ଏହି ରାଜବଂଶ ଆରାଧ୍ୟ ଦେବତା, ବଳରାମ ମନ୍ଦିର, ଜଗନ୍ନାଥ ମନ୍ଦିର, ବୃନ୍ଦାବନ ମନ୍ଦିର, ବୃନ୍ଦାବନଚନ୍ଦ୍ର ମନ୍ଦିର, କପିଳାସର ନାରାୟଣ ମନ୍ଦିର, ନୃସିଂହ ଓ ଲକ୍ଷ୍ମୀମୂର୍ତ୍ତି ପ୍ରତିଷ୍ଠା, ଚୈତନ୍ୟଙ୍କ ପାଦଚିହ୍ନା ଆଦି ପ୍ରତିଷ୍ଠା କରିଥିଲେ । ତେବେ ବିଷ୍ଣୁ ପୂଜାର ପରମ୍ପରା ପ୍ରଜାମାନେ ହିଁ କରୁଥିଲେ । ଏହାପରେ ବିଷ୍ଣୁଙ୍କ ପତ୍ନୀ ଭାବେ ମାଆ ଲକ୍ଷ୍ମୀଙ୍କର ପୂଜା ଆରମ୍ଭ ହୋଇଥିଲା । 1923 ମସିହାରେ ଏହି ଦିନରେ ପ୍ରଥମ ଥର ପାଇଁ ଗଣେଶ ବଜାରରେ ଆରମ୍ଭ ହୋଇଥିଲା ଲକ୍ଷ୍ମୀପୂଜା । ଏହା ପରଠାରୁ ଜିଲ୍ଲାର ଅନ୍ୟ ସ୍ଥାନରେ ମଧ୍ୟ ଜାକଜମକରେ ପାଳନ କରାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+