ନବରାତ୍ରି ଆରମ୍ଭ: ଆସନ୍ତୁ ଜାଣିବା କିପରି ପୂଜା କରିବେ ମା' ଦୂର୍ଗାଙ୍କୁ

ଆଜିଠୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରି। ଆଜିଠାରୁ ଆରମ୍ଭ କରି ଆଗାମୀ ୯ ଦିନ ଯାଏଁ ମା' ନଅଟି ରୂପରେ ପୂଜା ପାଇବେ। ନବରାତ୍ରିରେ ଦେବୀ ପୂଜନ ଓ ବ୍ରତ ରଖୁଥିବା ଲୋକ କେତେକ ଖାସ୍‌ ନିୟମ ପାଳନ କରିବା ଖୁବ୍‌ ଜରୁରୀ।

ମା ଦୂର୍ଗା

ନବରାତ୍ରି ବେଳେ କେତେକ କାମ କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏସବୁ ବାରଣ କରାଯାଇଥିବା କାମ ନବରାତ୍ରିରେ କଲେ ମା' ଦୁର୍ଗା ଅସନ୍ତୁଷ୍ଟ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା ଏହି ୯ ଦିନ କି କି କାମ କରିବା ମନା:

  • ଯଦି ଆପଣ ନବରାତ୍ରିରେ କଳସ ସ୍ଥାପନ କରୁଛନ୍ତି ଓ ମା'ଙ୍କୁ ପୂଜା କରୁଛନ୍ତି, ତେବେ ଏହି ସମୟରେ ଅଖଣ୍ଡ ଦୀପ ଜଳାନ୍ତୁ। ଏହି ୯ ଦିନ ଘର ଆଦୌ ଖାଲି କରନ୍ତୁ ନାହିଁ। ସେହିପରି ପୂଜା ଘରକୁ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ।
  • ନବରାତ୍ରି ବେଳେ ନଖ କାଟିବା ମନା। ଯଦି ଆପଣ ଏବେ ଯାଏଁ ନଖ କାଟି ନାହାନ୍ତି, ତେବେ ନବରାତ୍ରି ପରେ ହିଁ କାଟନ୍ତୁ।
  • ନବରାତ୍ରିରେ ୯ ଦିନ ବ୍ରତ ରଖୁଥିବା ବ୍ୟକ୍ତି ନିଶ ଦାଢ଼ି ଓ ଚୁଟି କାଟିବା ନିଷେଧ। କିନ୍ତୁ ଏ ଅବସରରେ ପିଲାଙ୍କ ମୁଣ୍ଡନ କରିବା ଶୁଭ ହୋଇଥାଏ।
  • ନବରାତ୍ରିରେ ବ୍ରତ ରଖୁଥିଲେ ଭୋଜନରେ ପିଆଜ, ରସୁଣ କିମ୍ବା ଆମିଷ ଖାଆନ୍ତୁ ନାହିଁ। ନବରାତ୍ରି ବେଳେ ମାଂସାହାର ଓ ମଦ୍ୟପାନଠାରୁ ସମ୍ପୂର୍ଣ୍ଣ ଦୂରରେ ରୁହନ୍ତୁ।
  • ବିଷ୍ଣୁ ପୁରାଣ ଅନୁସାରେ ନବରାତ୍ର ବେଳେ ଦିନରେ ଶୋଇବା ଅନୁଚିତ।
  • ନବରାତ୍ର ବେଳେ ୯ ଦିନ ବ୍ରତ ରଖୁଥିବା ବ୍ୟକ୍ତି କଳା ପୋଷାକ ପିନ୍ଧିବା ଅନୁଚିତ। ଏହି ବ୍ରତ ସମ୍ପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନ ହୋଇ ରଖିବା ଉଚିତ। ଏଣୁ ଏହି ୯ ଦିନ ମଇଳା ଓ ଅଧୁଆ ପୋଷାକ ପିନ୍ଧନ୍ତୁ ନାହିଁ। ସେହିପରି ଏ ଅବସରରେ ସିଲେଇ କରିବାକୁ ମଧ୍ୟ ବାରଣ କରାଯାଇଛି।
  • ବ୍ରତରେ ୯ ଦିନ ଯାକ ଲୁଣ ସେବନ କରିବା ଅନୁଚିତ। ବ୍ରତ ରଖୁଥିବା ବ୍ୟକ୍ତି ସୈନ୍ଧବ ଲୁଣ ଖାଇପାରିବେ। ଏଥିସହ ଭୋଜନରେ ସାଗୁ, ଫଳ, ଆଳୁ,ବାଦାମ ଆଦି ଖାଇବା ଉଚିତ। ନବରାତ୍ରି ବ୍ରତ ବେଳେ ଫଳାହାର ସବୁବେଳେ ଗୋଟିଏ ସ୍ଥାନରେ ବସି କରିବା ଉଚିତ।
  • ନବରାତ୍ରି ବେଳେ ଯଦି ଦୁର୍ଗା ଚାଳିଶା, ମନ୍ତ୍ର କିମ୍ବା ସପ୍ତଶତୀ ପଢ଼ୁଛନ୍ତି ତେବେ ପାଠ କରିବା ବେଳେ ଆଉ କାହା ସହ କଥାବାର୍ତ୍ତା କରନ୍ତୁ ନାହିଁ। ଏଭଳି କରିବା ଫଳରେ ଆପଣଙ୍କ ପୂଜାର ଫଳ ନକାରାତ୍ମକ ଶକ୍ତି ପାଖକୁ ଚାଲିଯିବ।
  • ପୂଜା କରୁଥିବା ବ୍ୟକ୍ତି ଏହି ସମୟରେ ବେଲ୍ଟ, ଚପଲ-ଜୋତା, ବ୍ୟାଗ ଭଳି ଚମଡ଼ା ଜିନିଷ ବ୍ୟବହାର କରିବାରୁ ବିରତ ରହିବା ଉଚିତ।
  • ବ୍ରତ ରଖୁଥିବା ବ୍ୟକ୍ତି ୯ ଦିନ ପର୍ଯ୍ୟନ୍ତ ଲେମ୍ବୁ କାଟିବା ଉଚିତ ନୁହେଁ। ବ୍ରତ ବେଳେ ଯଦି ଫଳ ଖାଉଛନ୍ତି, ତେବେ ତାହାକୁ ଥରକରେ ହିଁ ଖାଇଦିଅନ୍ତୁ। ଅଇଁଠା ରଖି ଅନ୍ୟ ସମୟରେ ଖାଆନ୍ତୁ ନାହିଁ। ନବରାତ୍ର ବେଳେ ବ୍ରତର ଫଳ ପାଇବା ପାଇଁ ବ୍ରହ୍ମଚାର୍ଯ୍ୟ ବ୍ରତ ପାଳନ କରନ୍ତୁ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+