ଭୁଲରେ ବି ଘରେ ଏହି ଦିଗରେ ରଖନ୍ତୁ ନାହିଁ କଳା ରଙ୍ଗର ଜିନିଷ, ନର୍କ ହୋଇଯିବ ସୁନାର ସଂସାର
ଘରେ ଠିକ୍ ଜିନିଷକୁ ଠିକ୍ ଜାଗାରେ ନ ରଖିଲେ ସୌଭାଗ୍ୟକୁ ତାହା ଦୁର୍ଭାଗ୍ୟରେ ପରିଣତ କରି ଦେଇଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଏକ ପ୍ରମୁଖ କୋଣରେ କେବେ ବି କଳା ରଙ୍ଗର ଜିନିଷ ରଖନ୍ତୁ ନାହିଁ। ଏପରି ଏକ ସାଧାରଣ ତ୍ରୁଟି ଆପଣଙ୍କ ଜୀବନକୁ ନର୍କ କରିଦେବ ।

ସ୍ୱର୍ଗର କୋଷାଧ୍ୟକ୍ଷ ପ୍ରଭୁ କୁବେର ଉତ୍ତର ଦିଗର ମୁଖିଆ ଅଟନ୍ତି। ତେଣୁ ଏହି ଦିଗରେ କେବେ ବି କଳା ରଙ୍ଗର ଜିନିଷ ରଖନ୍ତୁ ନାହିଁ। କଳା ରଙ୍ଗର ଫର୍ଣ୍ଣିଚର, ପରଦା, କଳା ରଙ୍ଗର ପେଣ୍ଟିଙ୍ଗ୍ସ କିମ୍ବା ଅନ୍ୟ କିଛି କଳା ରଙ୍ଗର ଜିନିଷ ଏହି ଦିଗରେ ଭୁଲ୍ରେ ବି ରଖନ୍ତୁ ନାହିଁ। ଏହାର ପରିଣାମ ବହୁତ ଭୟଙ୍କର ହୋଇପାରେ।
କୁହାଯାଏ, ଉତ୍ତର ଦିଗରେ କଳା ରଙ୍ଗର ଜିନିଷ ରଖିଲେ ଘରେ ନକରାତ୍ମକ ଉର୍ଜା ଭରି ଯାଇଥାଏ। ଏହାଦ୍ୱାରା ଆପଣ ସବୁବେଳେ ସମସ୍ୟା ଘେରରେ ରହିବେ, ଆଉ ସେଥିରୁ ମୁକୁଳି ପାରିବେନି।
ଏହାବାଦ ଉତ୍ତର ଦିଗରେ କେବେ ବି ଭଙ୍ଗାରୁଜା ଜିନିଷ, ଭାଙ୍ଗି ଯାଇଥିବା କାଚ ବି ରଖିବା ଉଚିତ ନୁହେଁ। ଏହାଦ୍ୱାରା ସମସ୍ୟା ଆପଣଙ୍କ ପିଛା ଛାଡ଼ିବନି।
ଉତ୍ତର ଦିଗରେ ସବୁବେଳେ ଆଲମିରା, ଟଙ୍କା- ପଇସା, ମଙ୍ଗଳସୂତ୍ର ତଥା ଅଳଙ୍କାର ରଖିବାକୁ ଶୁଭ ବିବେଚନା କରାଯାଇଥାଏ। ଏହାଦ୍ୱାରା ଘରେ କେବେ ବି ଧନର ଅଭାବ ରହି ନ ଥାଏ ଓ ଦାରିଦ୍ରତା ପାଖ ମାଡ଼ି ନ ଥାଏ।
ଏହିସବୁ ନିୟମ ମାନିବା ଦ୍ୱାରା ଘରେ ସବୁବେଳେ ସୁଖଶାନ୍ତି ଭରି ଉଠିଥାଏ ଓ ପରିବାର ସଦସ୍ୟଙ୍କ ସମ୍ପର୍କ ବି ମଜଭୂତ ହୋଇଥାଏ।












Click it and Unblock the Notifications