ଆଜି ପୀଠେ ହଶହରା, ମଣ୍ତପରେ ଚାଲିଛି ମା'ଙ୍କ ମହାନବମୀ ପୂଜା
Dussehra 2023: ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ପୁର ପଲ୍ଲୀ । ଆଜି ମଣ୍ତପରେ ଚାଲିଛି ମାଆଙ୍କ ମହାନବମୀ ପୂଜା, ସେହିପରି ଶକ୍ତିପୀଠରେ ଜଗତ ଜନନୀଙ୍କ ଦଶମୀ ପୂଜା । ଶାରଦୀୟ ଦୁର୍ଗାପୂଜା ପାଇଁ ସବୁଠି ଉତ୍ସାହର ମାହୋଲ । ମା'ଜଗତ ଜନନୀ ଦୁର୍ଗାଙ୍କ ଦର୍ଶନ ପାଇଁ ଆଜି ପ୍ରତ୍ୟକ ମଣ୍ତପରେ ନାହିଁ ନଥିବା ଭିଡ଼ ଜମିଛି ।
ଆଜି ସକାଳୁ ମା'ଙ୍କ ମହାନବମୀ ପୂଜା ପାଇଁ ଶ୍ଲୋକ ଓ ଚଣ୍ତୀପାଠରେ କମ୍ପୁଛି ସମସ୍ତ ପୂଜା ମଣ୍ତପ । ମନ ଜିଣୁଛି ଚିତ୍ତାକର୍ଷକ ତୋରଣ । ଶ୍ରଦ୍ଧାଳୁମାନେ ମା'ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି । ଆଜି ମଣ୍ତପରେ ସକାଳୁ ବିଭିନ୍ନ ନୀତିକାନ୍ତି କରାଯାଇ ମା'ଙ୍କ ଆରାଧନା କରାଯାଉଛି । ଆଳତି, ପୁଷ୍ପାଞ୍ଜଳି ସରିବା ପରେ ସଂଧ୍ୟାରେ କୁମାରୀ ପୂଜା କରାଯିବ । ଆଜି ନବରାତ୍ରର ଶେଷ ଦିନ । ଆଜିର ଦିନକେ ମହିଷାସୁରକୁ ବଦ୍ଧ କରିଥିଲେ ମା'ଗୁର୍ଗା ।
କେଉଁଠି ମାଆଙଅକ ମୃଣ୍ମୟ ମୂର୍ତ୍ତି ଦେଖିବା ପାଇଁ ମିଳୁଛି ଯେ କେଉଁଠି ଆକର୍ଷଣର କେନ୍ଦ୍ର ପାଲଟିଛି ତୋରଣ । କଟକ ସହରର ସୁନା-ଚାନ୍ଦିରେ ଝଟକୁଛନ୍ତି ମାଆ ଜଗତ ଜନନୀ । ସେହିପରି ଆଶନ୍ତାକାଲି ବିଜାୟା ଦଶମୀ । ଅସତ୍ୟ ଉପରେ ହେବ ସତ୍ୟର ଜୟ , ଅଧର୍ମ ଉପରେ ହେବ ଧର୍ମର ବିଜୟ । ବିଜୟା ଦଶମୀ ପରେ ଧରାପୃଷ୍ଠରୁ ମେଲାଣି ନେବେ ମା'ଦୁର୍ଗା ।

ସୂଚନା ଅନୁସାରେ, ଭୁବନେଶ୍ୱର ସମେତ କଟକ, ବାଲେଶ୍ୱର,ବ୍ରହ୍ମପୁର ସହ ରାଜ୍ୟରେ ବିଭିନ୍ନ ସ୍ଥାନରେ ବେଶ୍ ଉତ୍ସାହର ସହ ପାଳନ କରାଯାଉଛି ଦୁର୍ଗାପୂଜା । ପୂଜା କମିଟି ପକ୍ଷରୁ ଆୟୋଜନ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଛନ୍ତି ଦର୍ଶକ । ଆଜି ନବମୀ ଓ ଆସନ୍ତାକାଲି ବିଜୟା ଦଶମୀ ପାଇଁ ମଣ୍ତପରେ ଭକ୍ତଙ୍କର ପ୍ରବଳ ଭିଡ଼ ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଶେଷ କରି ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଛି ।












Click it and Unblock the Notifications