For Quick Alerts
Turn On Notification  
For Daily Alerts
Oneindia App Download

ଆଜି ନବରାତ୍ରର ତୃତୀୟ ଦିନ, ଶକ୍ତି ପୀଠରେ ଚାଲିଛି ନବରାତ୍ର ପୂଜା

ଆଜି ନବରାତ୍ରର ତୃତୀୟ ଦିନ, ଶକ୍ତି ପୀଠରେ ଚାଲିଛି ନବରାତ୍ର ପୂଜା

|

Navaratri 2022: ମାଆଙ୍କ ଆଗମନ ପାଇଁ ସଜେଇ ହେଲାଣି ଧରାପୃଷ୍ଠ । ପୂଜା ମଣ୍ତପ ଗୁଡିକରେ ଜୋରସୋର ପ୍ରସ୍ତତି ଚାଲୁଥିବା ବେଳେ ବିଭିନ୍ନ ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା । ନବରାତ୍ର ପୂଜାର ଆଜି ତୃତୀୟ ଦିନରେ ପୁରୀ ଗୋବର୍ଦ୍ଧନ ପୀଠରେ ଚାଲିଛି ମା' ବିମଳାଙ୍କ ପୂଜାର୍ଚ୍ଚନା । ଶଙ୍କରାଚାର୍ଯ୍ୟଙ୍କ ପୀଠରେ ମା'ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିରହିଥାଏ । ଶ୍ରୀମନ୍ଦିର ରୀତିନୀତି ମା'ଙ୍କ ମନ୍ଦିର ଜଡ଼ିତ ।

 Dussehra 2022

ମାଆ ବିରଜାଙ୍କ ନବରାତ୍ର ପୂଜା
ଷୋଡ଼ଶ ଉପଚାରରେ କମ୍ପୁଛି ଶକ୍ତିପୀଠ । ଯାଜପୁରର ଅଧିଷ୍ଠାତୀ ଦେବୀ ମାଆ ବିରଜାଙ୍କ ପୀଠରେ ଚାଲିଛି ପୂଜାର୍ଚ୍ଚନା । ନବରାତ୍ରରେ ମାଙ୍କୁ ଦର୍ଶନ କରିବା ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ବଦିନାତ୍ମକ ପୂଜାରେ ସ୍ୱତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା । ବିଶ୍ୱାସ ରହିଛି ମାଙ୍କ ରଥଯାତ୍ରା ଓ ମୁଖ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ । ତେବେ ପ୍ରତିଦିନ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ମନ୍ଦୀର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି ସନ୍ଧ୍ୟା ୫ ଟାରେ ମାଆଙ୍କ ରଥଟଣା ହେବ ।

ମାଆ ଗଡ଼ଚଣ୍ତୀଙ୍କ ପୂଜାର୍ଚ୍ଚନା
ଆଜି ନାରାୟଣୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ଗଡ଼ଚଣ୍ତୀ । ଭୋର ୪.୩୦ରୁ ପହଡ଼ ଖୋଲଯିବା ସହ ଆରମ୍ଭ ହୋଇଛି ମାଆଙ୍କ ନବରାତ୍ର ପୂଜା । ମା'ଙ୍କୁ ନାରାୟଣୀ ବେଶରେ ଦର୍ଶନ କରିବା ପାଇଁ ସକାଳୁ ଶକ୍ତିପୀଠରେ ଭକ୍ତଙ୍କ ଭିଡ ଲାଗିଥିଲା । ସେପଟେ ଆଜି ଷୋଡ଼ଶୀ ବେଶରେ ଦର୍ଶନ ଦେଉଛନ୍ତି କଟକ ଚଣ୍ତୀ । ସେହିପରି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା' ଭଟ୍ଟାରିକା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Dussehra 2022: Today is Third day of Navratri , puja is being held at Shakti Peetha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X