ମହାମାୟାଙ୍କ ମହାଷ୍ଟମୀ ପୂଜା: ସୁନା,ରୂପା ମେଢରେ ଶୋଭା ପାଉଛନ୍ତି ମା'
ମହାମାୟାଙ୍କ ମହାଷ୍ଟମୀ ପୂଜା, ସୁନା,ରୂପା ମେଢରେ ଶୋଭା ପାଉଛନ୍ତି ମା'
ଭୁବନେଶ୍ୱର: ମା' ଦୁର୍ଗତିନାଶିନୀଙ୍କ ଆଗମନରେ ଚଳଚଞ୍ଚଳ ହୋଇ ପଡିଛି ପୁରପଲ୍ଲୀ । ଆଜି ମଣ୍ତପରେ ମହାମାୟାଙ୍କ ମହାଷ୍ଟମୀ ପୂଜା । ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ସମସ୍ତ ମଣ୍ତପ । ମନ୍ତ୍ର ଉଚ୍ଚାରଣ, ହୋମ ଯଜ୍ଞରେ କମ୍ପୁଛି ପରିବେଶ । ଦୁର୍ଗାପୂଜାର ଏକ ସ୍ୱତନ୍ତ୍ର ଦିନ ହେଉଛି ମହାଷ୍ଟମୀ । ସୁନା, ରୂପା ମେଢରେ ଶୋଭା ପାଉଛନ୍ତି ମା' । ରଙ୍ଗିନ ଆଲୋକମାଳାରେ ଝଲସି ଉଠୁଛି ବିଭିନ୍ନ ପୂଜା ମଣ୍ତପ ।

ଚଳିତ ବର୍ଷ କରୋନା ପ୍ରକୋପ ଥମିବାରୁ ବିନା କଟକଣାରେ ଧୁମଧାମରେ ଦୁର୍ଗତିନାଶିନୀଙ୍କ ସ୍ୱାଗତ କରାଯାଇଛି । ବିଭିନ୍ନ ମଣ୍ତପରେ ଚାଲିଛି ଭକ୍ତଙ୍କ ମହାଷ୍ଟମୀ ବ୍ରତ । ଅଷ୍ଟମୀରେ ମାଆଙ୍କର ସନ୍ଧି ପୂଜା କରାଯାଏ । ଆଜିର ପୂଜାରେ ମାଆଙ୍କ ପାଖରେ ପଣା ଲାଗି କରାଯିବା ସହ ପାଣି କଖାରୁ ବଳି ଆଦି ଦିଆଯାଇଥାଏ । ଚିଣ୍ତିପାଠ କରାଯିବାର ସ୍ୱତନ୍ତ୍ର ପରମ୍ପରା ରହିଛି । ଶାଢୀ, ଶଂଖା, ସିନ୍ଦୁର ସହ ବିଭିନ୍ନ ଫଳମୂଳ ଆଣି ମଆଙ୍କ ନିକଟରେ ପୂଜା କରିଥାନ୍ତି ।
ଆଜି ନବରାତ୍ରୀର ଅଷ୍ଟମ ଦିନ
ଆଜି ନବାରାତ୍ରର ଅଷ୍ଟମ ଦିନ । ଆଜି ମାଆଙ୍କର ମହାଗୌରୀ ବେଶ । କଳା ହୋଇ ଥିବାରୁ ମା'କାଳରାତ୍ରିଙ୍କୁ ଦିନେ ଉପହାସ ମହାଦେବ । ଦେବୀ ରୁଷ୍ଟ ହୋଇ କଠିନ ତପସ୍ୟାରେ ନିମଗ୍ନ ହେଲେ । ତପସ୍ୟା ବଳରେ ନିଜର କଳା କାନ୍ତିକୁ ପତି ଶିବଙ୍କୁ ପ୍ରଦାନ କରି ନିଜେ ବିଦ୍ୟୁତ କାନ୍ତି ସମ ଗୌରବର୍ଣ ଧାରଣ କରି ମହାଗୌରୀ ସାଜିଲେ । ମହାଗୌରୀ ହେଉଛନ୍ତି ସ୍ବାମୀ ସୋହାଗୀନି । ତାଙ୍କ ଶରୀରର ବର୍ଣ୍ଣ ଶଙ୍ଖ, ଇନ୍ଦୁ ଏବଂ କୁନ୍ଦ ସଦୃଶ ଗୌର ଅଟେ । ଦେବୀଙ୍କର ବୟସ ଆଠ ବର୍ଷ । ଦେବୀଙ୍କର ବସ୍ତ୍ର ଓ ଆଭୂଷଣ ସବୁ ଶ୍ୱେତ ଓ ସ୍ୱଚ୍ଛ । ଦେବୀ ତ୍ରିନେତ୍ରା, ବୃଷଭ ବାହିନୀ ଓ ଚତୁର୍ଭୁଜା । ଦେବୀଙ୍କର ଉପର ଦକ୍ଷିଣ ହସ୍ତ ବରଦ ମୁଦ୍ରାରେ । ଦେବୀ ଶାନ୍ତମୂର୍ତ୍ତି । ଦେବୀଙ୍କ ଗ୍ରହ - ରାହୁ, ମନ୍ତ୍ର "ଓଁ ଦେବୀ ମହାଗୌର୍ଯ୍ୟଐ ନମଃ" ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications