ଆଜି ନବରାତ୍ରର ପଞ୍ଚମ ଦିନ, ଶକ୍ତି ପୀଠରେ ଚାଲିଛି ନବରାତ୍ର ପୂଜା
ଆଜି ନବରାତ୍ରର ପଞ୍ଚମ ଦିନ, ଶକ୍ତି ପୀଠରେ ଚାଲିଛି ନବରାତ୍ର ପୂଜା
Navaratri 2022: ଶକ୍ତିପୀଠରେ ଆଜି ଚାଲିଛି ମାଆଙ୍କ ଷଷ୍ଠୀ ପୂଜା । ଷୋଡଶ ଉପଚାରରେ କରଯାଉଛି ନୀତିକାନ୍ତି । ଆଜି ଭକ୍ତଙ୍କୁ ଗାୟେତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ତି ।ନବରାତ୍ରରେ ମାଙ୍କୁ ଦର୍ଶନ କରିବା ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ସେହିପରି ଆଜି ମା' ଗଡ଼ଚଣ୍ତିଙ୍କୁ ମଧ୍ୟ ଗାୟେତ୍ରୀ ବେଶରେ ସଜ୍ୱିତ କରାଯାଇ ପୂଜାର୍ଚ୍ଚନା କରାଯାଉଛି ।

ସେପଟେ ଆସନ୍ତାକାଲି ପୂଜା ପଣ୍ତପରେ ମାଆଙ୍କ ଷଷ୍ଠୀ ପୂଜା । ମାଆଙ୍କୁ ସ୍ୱାଗତ କରିବା ପାଇଁ ଧରାପୃଷ୍ଟରେ ସଜବାଜ । ପୂଜା ପଣ୍ତପ ଗୁଡିକରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଦୁଇ ବର୍ଷ ପରେ କଟକଣା ମୁକ୍ତ ପୂଜା ହେଉଥିବାରୁ ଭକ୍ତଙ୍କ ଭିଡ ଜମିବ । ଯେଉଁଥି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।












Click it and Unblock the Notifications