ମହାମାୟାଙ୍କ ମହାନବମୀ ପୂଜା, ଶ୍ଲୋକ ଓ ଚଣ୍ତୀପାଠରେ କମ୍ପୁଛି ସମସ୍ତ ପୂଜା ମଣ୍ତପ
ମଣ୍ତପରେ ମହାମାୟାଙ୍କ ମହାନବମୀ ପୂଜା,
ଭୁବନେଶ୍ୱର: ଆଜି ମଣ୍ତପରେ ଚାଲିଛି ମାଆଙ୍କ ମହାନବମୀ ପୂଜା । ସେହିପରି ଶକ୍ତିପୀଠରେ ଜଗତ ଜନନୀଙ୍କ ଦଶମୀ ପୂଜା । ଶାରଦୀୟ ଦୁର୍ଗାପୂଜା ପାଇଁ ସବୁଠି ଉତ୍ସାହର ମାହୋଲ । ମା'ଜଗତ ଜନନୀ ଦୁର୍ଗାଙ୍କ ଦର୍ଶନ ପାଇଁ ଆଜି ପ୍ରତ୍ୟକ ମଣ୍ତପରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି । ଆଜି ସକାଳୁ ମା'ଙ୍କ ମହାନବମୀ ପୂଜା ପାଇଁ ଶ୍ଲୋକ ଓ ଚଣ୍ତୀପାଠରେ କମ୍ପୁଛି ସମସ୍ତ ପୂଜା ମଣ୍ତପ । ମନ ଜିଣୁଛି ଚିତ୍ତାକର୍ଷକ ତୋରଣ । ଶ୍ରଦ୍ଧାଳୁମାନେ ମା'ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି । ଆଜି ମଣ୍ତପରେ ସକାଳୁ ବିଭିନ୍ନ ନୀତିକାନ୍ତି କରାଯାଇ ମା'ଙ୍କ ଆରାଧନା କରାଯାଉଛି । ଆଳତି, ପୁଷ୍ପାଞ୍ଜଳି ସରିବା ପରେ ସଂଧ୍ୟାରେ କୁମାରୀ ପୂଜା କରାଯିବ ।

ସୂଚନା ଅନୁସାରେ, ଚଳିତ ବର୍ଷ ରାଜଧାନୀରେ ଛୋଟ ବଡ଼ ମିଶାଇ ୧୭୮ଟି ମଣ୍ତପରେ ସୁନା,ରୁପାରେ ସଜ୍ୱିତ ହୋଇ ପୂଜା ପାଉଛନ୍ତି ମା'ଦୁର୍ଗତିନାଶିନୀ । ଭୁବନେଶ୍ୱର ସମେତ କଟକ, ବାଲେଶ୍ୱର,ବ୍ରହ୍ମପୁର ସହ ରାଜ୍ୟରେ ବିଭିନ୍ନ ସ୍ଥାନରେ ବେଶ୍ ଉତ୍ସାହର ସହ ପାଳନ କରାଯାଉଛି ଦୁର୍ଗାପୂଜା । ପୂଜା କମିଟି ପକ୍ଷରୁ ଆୟୋଜନ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଛନ୍ତି ଦର୍ଶକ । ଆଜି ନବମୀ ଓ ଆସନ୍ତାକାଲି ବିଜୟା ଦଶମୀ ପାଇଁ ମଣ୍ତପରେ ଭକ୍ତଙ୍କର ପ୍ରବଳ ଭିଡ଼ ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଶେଷ କରି ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଛି ।
ସେପଟେ ବାଲେଶ୍ୱରର ଆର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ହେମକପଦର ପୂଜା ମଣ୍ତପ । ଯେଉଁଠି ବିନା ମହିଷାସୂରରେ ମାଆଙ୍କ ପୂଜାର୍ଚ୍ଚନା କରାଯାଉଛି । ପୂଜା ମଣ୍ତପରେ ମାଙ୍କ ସହ ଶ୍ରୀରାଜଚନ୍ଦ୍ର, ଲକ୍ଷ୍ମଣ, ହନୁମାନ, ସୁଗ୍ରୀବଙ୍କର ପୂଜା କରାଯାଉଛି । ୧୯୯୮ରୁ ଏପରି ନିଆରା ପୂଜା କରାଯାଉଛି ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications