ନବରାତ୍ରୀ ପାଇଁ ଚଳଚଞ୍ଚଳ ଶକ୍ତିପୀଠ: ବିଭିନ୍ନ ବେଶରେ ପୂଜା ପାଉଛନ୍ତି ମା'
ନବରାତ୍ରୀ ପାଇଁ ଚଳଚଞ୍ଚଳ ଶକ୍ତିପୀଠ: ବିଭିନ୍ନ ବେଶରେ ପୂଜା ପାଉଛନ୍ତି ମା'
ନବରାତ୍ରୀ 2022: ନବରାତ୍ରୀ ପାଇଁ ଚଳଚଞ୍ଚଳ ଶକ୍ତିପୀଠ । ରାଜ୍ୟର ବିଭିନ୍ନ ପୀଠରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ବିଭିନ୍ନ ରୀତିନୀତି ସହ ଭିନ୍ନ ଭିନ୍ନ ବେଶରେ ପୂଜା ପାଉଛନ୍ତି ମା' । ଅନ୍ୟ ଦେବୀ ପୀଠ ଗୁଡିକ ଭଳି ମାଆ କଟକ ଚଣ୍ଡୀଙ୍କ ପୀଠରେ ଚାଲିଛି ପୂଜାର୍ଚ୍ଚନା । ଆଜି ବଗଳାମୁଖି ବେଶରେ ଦର୍ଶନ ଦେଇଛନ୍ତି ମାଆ କଟକ ଚଣ୍ଡୀ । ଆଜି ନିର୍ଦ୍ଦିଷ୍ଟ ବିଧିରେ ମା'ଙ୍କୁ ସଜାଯାଇ ପୂଜାର୍ଚ୍ଚନା କରାଯାଉଛି । ଖାସ କଥା ହେଉଛି ଯେ ଶରତ କାଳୀନ ଶାରଦୀୟ ଦୁର୍ଗାପୂଜାରରେ ହିଁ ମାଆ ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ବିଜୟା ଦଶମୀ ପର୍ଯ୍ୟନ୍ତ ମା ଭିନ୍ନ ଭିନ୍ନ ବେଶରେ ପୂଜା ପାଇବେ ।

କାକଟପୁରରେ ଚାଲିଛି ମା' ମଙ୍ଗଳାଙ୍କ ପୂଜା
ନବରାତ୍ରୀ ଅବସରରେ ବିଭିନ୍ନ ପୀଠରେ ଚାଲିଛି ମାଆଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା । ଆଜି ନବରାତ୍ରର ଦ୍ୱିତୀୟ ଦିନରେ ପରମ୍ପରା ଅନୁଯାୟୀ ମା' ମଙ୍ଗଳା ' ନାଲି କଲି ଓ କଲି ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ମାନ୍ୟତା ରହିଛି ଯେ ପାର୍ବଣ ସମୟରେ ମା' ଧରାବତରଣ କରିଥାନ୍ତି । ମହିଷାସୁର ବଦ୍ଧ ପାଇଁ ମା' ବିଳମ୍ବିତ ରାତିରେ ରତ୍ନଗିରି ବିଜେ କରିଛନ୍ତି । ମା'ଙ୍କର ଏହି ସ୍ୱତନ୍ତ୍ର ପୂଜା ବିଧି ଦେଖିବାକୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ପୁରୀ ବାସେଳୀ ଠାକୁରାଣୀଙ୍କ ପାଖରେ ଚାଲିଛି ପୂଜାର୍ଚ୍ଚନା
ଷୋଡଶ ଦିନାତ୍ମକ ଷୋଡଶ ଉପଚାର ପୂଜାରେ ମା' ବାସେଳୀ ଠାକୁରାଣୀଙ୍କ ପାଖରେ ପ୍ରତ୍ୟକ ଦିନ ଚଣ୍ତୀପାଠ କରାଯିବା ସହ ପୂଜାର୍ଚ୍ଚନା କରାଯାଇଥାଏ । ଭୋର ସମୟରୁ ରୀତିନୀତି ପୂଜା ଆରମ୍ଭ ହୋଇ ପ୍ରଥମେ ମଙ୍ଗଳ ଆଳତି, ମଇଲମ, ଅବକାଶ, ଚନ୍ଦନ ଲାଗି, ବାଳଭୋଗ, ଆଳତି, ଶୀତଳ ଭୋଗ, ଆଜି କରାଯାଇଥାଏ । ପାର୍ବଣ ସମୟରେ ମା'ଙ୍କୁ ବିଭିନ୍ନ ବେଶରେ ଦେଖିବାର ସୁଯୋଗ ପାଇଥାନ୍ତି ଭକ୍ତ । ମହାସପ୍ତମୀ, ମହାଷ୍ଟମୀ ଏବଂ ମହାନବମୀରେ ଏହି ପିଠରେ ଆମିଷ ଭୋଗ କରାଯାଇଥାଏ । ସୂଚନା ଥାଉ ଯେ, ପୁରୀର ସର୍ବ ପୂରାତନ ଠାକୁରାଣୀ ହେଉଛନ୍ତି ବାସେଳୀ ଠାକୁରାଣୀ । ଶ୍ରୀମନ୍ଦିରର ପଶ୍ଚିମ ପାର୍ଶ୍ୱ ନୈରତ କୋଣରେ ମାଆ ପୂଜା ପାଆନ୍ତି ।
-
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ସରିଲା ଭୋଟ୍ ଗଣତି,ବାଜିମାତ୍ କଲେ ଦିଲ୍ଲୀପ ରାୟ, ଜାଣନ୍ତୁ କାହାକୁ ମିଳିଲା କେତେ ଭୋଟ? -
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
ଭୟଙ୍କର ଘୂର୍ଣ୍ଣିଝଡ଼: ଉଡିଲା ଛପର-ନଦୀକୁ ପଶିଲା ଅଟୋ, ୨ମୃତ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
'ଭାରତର DNAରେ ବିଜୟ ରହିଛି, ପାକିସ୍ତାନ ଉପରେ ରାଗି ଗଲେ ପୂର୍ବତନ ଖେଳାଳି -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ତମିଲନାଡରେ ବିଜେପିର ରଣନୀତି, ବିଜୟଙ୍କୁ ଦେଲା ବଡ ଅଫର୍ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ












Click it and Unblock the Notifications