Durga Puja 2025: କେମିତି ଆର୍ବିଭୂତ ହୋଇଥିଲେ ମା' ଦୁର୍ଗା, କଣ କୁହେ ପୁରାଣ ?
ଯା' ଦେବୀ ସର୍ବ ଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା... ନମସ୍ତେସୈ ନମସ୍ତେସୈ ନମୋନମଃ ... ।
ଶକ୍ତି ସ୍ବରୂପିଣି, ମହିଷାମର୍ଦ୍ଦିନୀ, ଜଗତଜନନୀ । ଅସତ୍ୟ ଉପରେ ସତ୍ୟର ଜୟ, ଅଧର୍ମ ଉପରେ ଧର୍ମର ବିଜୟ ପାଇଁ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମା' ଦୁର୍ଗା । ନବରାତ୍ରୀ ପୂଜା ଶେଷ ହୋଇଥିବା ବେଳେ ଆଜି ମା'ଙ୍କ ବିଜୟା ଦଶମୀ ବା ଦଶହରା । ଗାଁ ଠୁ ସହର ଉତ୍ସବ ମୁଖର । ଶେଷ ଦିନ ଥିବାରୁ ପୂଜା ପାଠ ମନ୍ତ୍ର ଧ୍ବନି ଓ ଶଙ୍ଖନାଦରେ ଫାଟି ପଡୁଛି ପୂଜା ମଣ୍ଡପ । ମା'ଙ୍କୁ ଦର୍ଶନ କରିବାକୁ ଜମୁଛି ଭକ୍ତଙ୍କ ଭିଡ । ରାତିରେ ହେବ ରାବଣ ଦହନ ।
କାହିଁକି ପାଳନ ହୁଏ ଦଶହରା?
ପୁରାଣରେ ବର୍ଣ୍ଣିତ ଅଛି ଯେ ଯେତବେଳେ ମର୍ତ୍ତ୍ୟରେ ମହୁଷାସୁରର ଅତ୍ୟାଚାର ଅସହ୍ୟ ହେଲା ଦେବମାନ ତ୍ରାହିତ୍ରାହି ଡାକିଲେ । ସେହି ସମୟରେ ମହାଦେବ ଓ ଦେବଗଣଙ୍କ ତେଜ ରଶ୍ମିରୁ ଆର୍ବିଭୂତା ହୋଇଥିଲେ ମା' ଦୁର୍ଗା । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ । ଶେଷରେ ଦେବୀ ସିଂହବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ତ୍ରୀଶୂଳ ଦ୍ବାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଡଦ୍ବାରା ଶିରଚ୍ଛେଦ କଲେ । ପାପୀ ମହିଷାସୁରକୁ ବଦ୍ଧ କରି ବ୍ରାହ୍ମଣ୍ଡରେ ଶାନ୍ତି ପ୍ରତିଷ୍ଠା କରିଥିଲେ । ଶେଷରେ ଅଧର୍ମ ଉପରେ ଧର୍ମର ଜୟ ହୋଇଥିଲା । ତ୍ରେତୟା ଯୁଗରେ ମା' ଜଗତଜନନୀଙ୍କ ଆଶିଷରୁ ପ୍ରଭୁ ରାମଚନ୍ଦ୍ର ରାବଣର ଦଶମୁଣ୍ଡ ହରଣ କରିଥିଲେ ଏବଂ ରାବଣକୁ ବଦ୍ଧ କରି ସୀତାଙ୍କୁ ଫେରାଇ ଆଣିଥିଲେ । ଏଥିପାଇଁ ଆଜିର ଦିନକୁ ଦଶହରା କୁହାଯାଉଥିବା ପୁରାଣରେ ଉଲ୍ଲେଖ ଅଛି ।

କଟକ ଦଶହରା:
ରାଜ୍ୟରେ ବିଭିନ୍ନ ସ୍ଥାନରେ ପାଳିତ ହେଉଛି ଦଶହରା ପର୍ବ । କଟକରେ ଦଶହରା ଅଧିକ ପ୍ରସିଦ୍ଧ । ଏଠାକରା ଚାନ୍ଦି ମେଢ ବିଶ୍ବ ବିଖ୍ୟାତ । ରୂପାରେ ମା'ଙ୍କ ମୂର୍ତ୍ତିକୁ ସଜ୍ଜାଯାଇଛି । ଚାନ୍ଦି ମେଢ ଦେଖିବାକୁ ଦିନ ରାତି ଭକ୍ତଙ୍କ ଭିଡ ଜମିଛି । ରାତି ହେଲେ ଚିକମିକ ଆଲୁଅରେ ଝଲସିଉଠୁଛି ସିଲଭର ସିଟି । ଭୁବନେଶ୍ବରରେ ମଧ୍ୟ ଧୁମଧାମରେ ପାଳନ କରାଯାଉଛି ଦଶହରା ପର୍ବ । ଅଧିକ ଆକର୍ଷଣ ସାଜିଛି ପୂଜା ମଣ୍ଡପ ଗୁଡିକର ଗେଟ୍ । ରାଜ୍ୟର ଥିବା ବିଭିନ୍ନ ଶକ୍ତିପୀଠ ଗୁଡିକରେ ଆଜି ସ୍ବତନ୍ତ୍ର ପୂଜାର୍ଚ୍ଚାନା କରାଯାଉଛି ।
ଆଜି ଦଶହରା ଅବସରରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଛନ୍ତି ।
ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏକ୍ସରେ ଲେଖିଛନ୍ତି, "ବିଜୟୀ ଦଶମୀ ଅବସରରେ ଭାରତର ସମସ୍ତ ନାଗରିକଙ୍କୁ ମୋର ଶୁଭେଚ୍ଛା । ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ବିଜୟୀ ଦଶମୀ ପର୍ବ ଓ ଆମକୁ ସତ୍ୟ ଏବଂ ନ୍ୟାୟର ପଥ ଅନୁସରଣ କରିବାକୁ ପ୍ରେରଣା ଦିଏ । ଦେଶର ବିଭିନ୍ନ ସ୍ଥାନରେ ରାବଣ ପୋଡି ଓ ଦୁର୍ଗାପୂଜା ଭାବରେ ପାଳିତ ଏହି ପର୍ବ ଆମର ଜାତୀୟ ମୂଲ୍ୟବୋଧକୁ ପ୍ରତିଫଳନ କରେ । ଓହି ପର୍ବ କ୍ରୋଧ ଓ ଅଂହଙ୍କାର ଭଳି ନକାରତ୍ମକ ପ୍ରବୃତିକୁ ପରିତ୍ୟାଗ କରିବାକୁ ଶିଖାଏ । "
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, "ବିଜୟୀ ଦଶମୀ ଅସତ୍ୟ ଉପରେ ସତ୍ୟର ବିଜୟ ପ୍ରତୀକ । ଏହି ପବିତ୍ର ଅବସରରେ ସମସ୍ତଙ୍କୁ ସାହାସ, ବୁଦ୍ଧି ଓ ଭକ୍ତିର ମାର୍ଗକୁ ବଢିବାକୁ ନିରନ୍ତ ଅଗ୍ରସର ହେବାକୁ ପ୍ରେରଣା ମିଳୁ । ସମସ୍ତଙ୍କୁ ବିଜୟୀ ଦଶମୀର ଶୁଭକାମନା । "
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ ଲେଖିଛନ୍ତି, "ଅସତ୍ୟ ଉପରେ ସତ୍ୟର ବିଜ, ଅଧର୍ମ ଉପରେ ଧର୍ମର ଜୟ ଓ ଅନ୍ୟାୟ ଉପରେ ନ୍ୟାୟର ବିଜୟ ପର୍ବ ବିଜୟୀ ଦଶମୀ । ଏହି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। "












Click it and Unblock the Notifications