ଆରମ୍ଭ ହେବାକୁ ଯାଉଛି ନବରାତ୍ରୀ, ପୂଜା ସମୟରେ ଭୁଲରେ କରନ୍ତୁ ନାହିଁ ଏହି କାର୍ଯ୍ୟ
Durga Puja 2024: ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି । ନବରାତ୍ରୀରେ ମାଆ ଦୁର୍ଗା ୯ଟି ରୂପରେ ପୂଜା ପାଆନ୍ତି । ନବରାତ୍ରିରେ ଦେବୀ ପୂଜନ ଓ ବ୍ରତ ରଖୁଥିବା ଲୋକ କିଛି ଖାସ୍ ନିୟମ ପାଳନ କରିବା ଖୁବ୍ ଜରୁରୀ । ଚାଲନ୍ତୁ ଜାଣିବା କିପରି କରିବେ ମା'ଙ୍କ ପୂଜା ।
ଯଦି ଆପଣ ନବରାତ୍ରୀରେ ଘରେ କଳସ ସ୍ଥାପନ କରି ମା'ଙ୍କ ପୂଜାର୍ଚ୍ଚନା କରୁଛନ୍ତି, ତେବେ ଏହି ସମୟରେ ଅଖଣ୍ଡ ଦୀପ ଜଳିବା ପାଇଁ ଭୁଲନ୍ତୁ ନାହିଁ । ପୂଜା ଆରମ୍ଭ ପୂର୍ବରୁ ଘର ଭଲ ସେ ସଫା କରନ୍ତୁ । ସେହିପରି ପୂଜା ସମୟରେ ଘର ଖାଲି କରନ୍ତୁ ନାହିଁ । ନବରାତ୍ରୀ ବେଳେ ନଖ-ଚୁଟି କାଟନ୍ତୁ ନାହିଁ । ନବରାତ୍ରୀ ପରେ ହିଁ କାଟନ୍ତୁ । ନବରାତ୍ରୀରେ ୯ ଦିନ ବ୍ରତ ରଖୁଥିବା ବ୍ୟକ୍ତି ନିଶ ଦାଢ଼ି ଓ ଚୁଟି କାଟିବା ନିଷେଧ ।

କିନ୍ତୁ ଏ ଅବସରରେ ପିଲାଙ୍କ ମୁଣ୍ଡନ କରିବା ଶୁଭ ବିବେଚନା କରାଯାଏ । ନବରାତ୍ରୀରେ ବ୍ରତ କରୁଥିବା ବ୍ୟକ୍ତି ପିଆଜ, ରସୁଣ କିମ୍ବା ଆମିଷ ଖାଆନ୍ତୁ ନାହିଁ । ନବରାତ୍ରା ବେଳେ ମାଂସାହାର ଓ ମଦ୍ୟପାନଠାରୁ ସମ୍ପୂର୍ଣ୍ଣ ଦୂରରେ ରୁହନ୍ତୁ ।
ବିଷ୍ଣୁ ପୁରାଣ ଅନୁସାରେ ନବରାତ୍ରୀ ବେଳେ ଦିନରେ ଶୋଇବା ଅନୁଚିତ ସେହିପରି ନବରାତ୍ରୀ ବେଳେ ୯ ଦିନ ବ୍ରତ ରଖୁଥିବା ବ୍ୟକ୍ତି କଳା ପୋଷାକ ପିନ୍ଧିବା ଅନୁଚିତ । ଏହି ବ୍ରତ ସମ୍ପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନ ହୋଇ ରଖିବା ଉଚିତ ।
ସେହିପରି ମଇଳା ଓ ଅଧୁଆ ପୋଷାକ ପିନ୍ଧନ୍ତୁ ନାହିଁ। ବ୍ରତରେ ୯ ଦିନ ଯାକ ଲୁଣ ସେବନ କରିବା ଅନୁଚିତ। ବ୍ରତ ରଖୁଥିବା ବ୍ୟକ୍ତି ସୈନ୍ଧବ ଲୁଣ ଖାଇପାରିବେ। ଏଥିସହ ଭୋଜନରେ ସାଗୁ, ଫଳ, ଆଳୁ,ବାଦାମ ଆଦି ଖାଇବା ଉଚିତ।
ନବରାତ୍ରୀ ବେଳେ ଯଦି ଦୁର୍ଗା ଚାଳିଶା, ମନ୍ତ୍ର କିମ୍ବା ସପ୍ତଶତୀ ପଢ଼ୁଛନ୍ତି ତେବେ ପାଠ କରିବା ବେଳେ ଆଉ କାହା ସହ କଥାବାର୍ତ୍ତା କରନ୍ତୁ ନାହିଁ । ଏଭଳି କରିବା ଫଳରେ ଆପଣଙ୍କ ପୂଜାର ଫଳ ନକାରାତ୍ମକ ଶକ୍ତି ପାଖକୁ ଚାଲିଯିବ ।
ପୂଜା କରୁଥିବା ବ୍ୟକ୍ତି ଏହି ସମୟରେ ବେଲ୍ଟ, ଚପଲ-ଜୋତା, ବ୍ୟାଗ ଭଳି ଚମଡ଼ା ଜିନିଷ ବ୍ୟବହାର କରିବାରୁ ବିରତ ରହିବା ଉଚିତ । ବ୍ରତ ରଖୁଥିବା ବ୍ୟକ୍ତି ୯ ଦିନ ପର୍ଯ୍ୟନ୍ତ ଲେମ୍ବୁ କାଟିବା ଉଚିତ ନୁହେଁ । ବ୍ରତ ବେଳେ ଯଦି ଫଳ ଖାଉଛନ୍ତି, ତେବେ ତାହାକୁ ଥରକରେ ହିଁ ଖାଇଦିଅନ୍ତୁ। ଅଇଁଠା ରଖି ଅନ୍ୟ ସମୟରେ ଖାଆନ୍ତୁ ନାହିଁ। ନବରାତ୍ରୀ ବେଳେ ବ୍ରତର ଫଳ ପାଇବା ପାଇଁ ବ୍ରହ୍ମଚାର୍ଯ୍ୟ ବ୍ରତ ପାଳନ କରନ୍ତୁ ।












Click it and Unblock the Notifications