ମାଗିଲେ ବି ଭୁଲରେ ଦିଅନ୍ତୁ ନାହିଁ ଏହି ସବୁ ଜିନିଷ, ମାଡ଼ି ଆସିବ ବିପଦ

ଅନ୍ୟକୁ ଦାନ କରିବା ବହୁତ ଭଲ। ଏହାଦ୍ୱାରା ମାନସିକ ଶାନ୍ତି ମିଳିବା ସହ ପୂଣ୍ୟ ଅର୍ଜନ ହୋଇଥାଏ। ମାତ୍ର ନିଜେ ବ୍ୟବହାର କରିଥିବା ଏପରି କିଛି ଜିନିଷ ଅଛି ଯାହାକୁ ଅନ୍ୟକୁ ଦାନ କଲେ ଆପଣଙ୍କ ସମସ୍ୟା ବଢ଼ି ଯାଇଥାଏ। ଏପରିକି ଜୀବନରେ ହଠାତ୍ ଝଡ଼ଝଞ୍ଜା ଦେଖାଦେଇଥାଏ। ଆସନ୍ତୁ ଜାଣିବା କ'ଣ ଏହି ଜିନିଷ ଯାହାକୁ ଦାନ କଲେ ମାଡ଼ି ଆସିବ ସମସ୍ୟା।

vastu tips

ସାଧାରଣତଃ ଆମେ ଘରେ କିମ୍ବା ବାହାରେ ଅନ୍ୟମାନଙ୍କ ସହ ଜୋତା, ଚପଲ ବଦଳ କରି ଦେଇଥାଉ ବା ପୁରୁଣା ଜୋତା କାହାକୁ ଦାନ କରି ଦେଇଥାଉ। ମାତ୍ର ଏପରି କରିବା ଠିକ୍‌ ନୁହେଁ। ନିଜ ବ୍ୟବହୃତ ଜୋତା, ଚପଲ ଅନ୍ୟକୁ ଦେବା ଠିକ୍‌ ନୁହେଁ। ଏହାଦ୍ୱାରା ଆପଣଙ୍କ ଜୀବନରେ ନକରାତ୍ମକ ପ୍ରଭାବ ପଡ଼ିଥାଏ ।

ନିଜେ ବ୍ୟବହାର କରୁଥିବା, ପରଫ୍ୟୁମ୍‌ ବା ଅତର କେବେ ବି ଅନ୍ୟ କାହାକୁ ଗିପ୍ଟ ଆକାରରେ ଦିଅନ୍ତୁ ନାହିଁ। ଏହାଦ୍ୱାରା ସମ୍ପର୍କରେ ତିକ୍ତତା ଆସିଥାଏ।

ସେହିପରି ନିଜେ ପିନ୍ଧିଥିବା ମୁଦିକୁ ଆଙ୍ଗୁଠିରୁ ବାହାର କରି ଆଉ କାହାକୁ ଦିଅନ୍ତୁ ନାହିଁ। ଏହାଦ୍ୱାରା ଅପର ପାର୍ଶ୍ୱ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ହୋଇଥାଏ ଓ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।

ବହୁ ସମୟରେ ଲୋକେ ନିଜ ନିକଟ ସମ୍ପର୍କୀୟଙ୍କୁ ଘରେ ଥିବା ଘଣ୍ଟା ଦେଇଦେଇଥାନ୍ତି। ଏପରି କେବେ ବି କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ଭଲ ସମୟ ଉକ୍ତ ବ୍ୟକ୍ତିଙ୍କ ନିକଟକୁ ଚାଲି ଯାଇଥାଏ ବୋଲି ବିଶ୍ୱାସ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+