Ganesh Chaturthi 2024: ଗଣେଶ ଚତୁର୍ଥୀରେ ଭୁଲରେ କରନ୍ତୁ ନାହିଁ ଏହି କାର୍ଯ୍ୟ
Ganesh Chaturthi 2024: ଧାର୍ମିକ ଶାସ୍ତ୍ର ଅନୁଯାୟୀ, କେଶ ଏବଂ ନଖ ସବୁବେଳେ କଟିବା ଉଚିତ, ଏହା ବଢିବା ସ୍ୱାସ୍ଥ୍ୟ ତଥା ସୁଖ ଏବଂ ସମୃଦ୍ଧି ଉପରେ ପ୍ରଭାବ ପକାଇଥାଏ, କିନ୍ତୁ ଗଣେଶ ପୂଜା ସମୟରେ କେଶ ଏବଂ ନଖ କାଟିବା ଅନୁଚିତ୍ । ଗଣେଶ ଚତୁର୍ଥୀ ଅତ୍ୟନ୍ତ ପବିତ୍ର ଦିନ ବୋଲି ବିବେଚନା କରାଯାଏ । ଏହି ଦିନ ବପ୍ପାଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ତେବେ ଗଣେଶ ପୂଜା ସମୟରେ କେଶ ଏବଂ ନଖ କାଟିବା ଅଶୁଭ ବୋଲି ବିବେଚନା କରାଯାଏ ।
ଗଣେଶ ପୂଜାର ୧୦ ଦିନକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । ଯଦି ଆପଣ ଘରେ ଗଣେଶଙ୍କ ପ୍ରତିମା ଆଣି ପୂଜାର୍ଚ୍ଚନା କରୁଛନ୍ତି ତେବେ ଏହି ୧୦ ଦିନ କେଶ ଓ ନଖ କାଟିବା ଉଚିତ୍ ନୁହେଁ । ଏପରି କରିବା ଦ୍ୱାରା ଆୟୁଷ କମିଥାଏ ବୋଲି ବିଶ୍ୱାସ କରାଯାଏ ।

ଗଣେଶ ପୂଜା ସମୟରେ ଘରେ ଆମିଷ ଖାଦ୍ୟ ରଖନ୍ତୁ ନାହିଁ କିମ୍ବା ଖାଆନ୍ତୁ ନାହିଁ । ମାନ୍ୟତା ରହିଛି ଯେ ଏପରି କରିବା ଦ୍ୱାରା ବ୍ୟକ୍ତିର କ୍ୟାରିୟର ଏବଂ ଜୀବନ ଉପରେ ପ୍ରଭାବ ପକାଇଥାଏ । ଗଣେଶ ଚତୁର୍ଥୀରେ ୧୦ ଦିନ ପାଇଁ ମନକୁ ଶାନ୍ତ ରଖିବା ପାଇ ପୂଜାର୍ଚ୍ଚନା କରନ୍ତୁ । ପର ନିନ୍ଦା କରନ୍ତୁ ନାହିଁ । ଏହି ସମୟ ମଧ୍ୟରେ କାହାକୁ ଅପମାନ କରନ୍ତୁ ନାହିଁ । ଗଣେଶ ଚତୁର୍ଥୀରେ ଚନ୍ଦ୍ର ଦର୍ଶନ ନିଷେଧ ବୋଲି ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ଚନ୍ଦ୍ରକୁ ଦେଖିବା କିମ୍ବା ପୂଜା କରିବା ଦ୍ୱାରା ଦୋଷ ଲାଗିଥାଏ ।












Click it and Unblock the Notifications