ନୂଆ ବର୍ଷ ଆରମ୍ଭରୁ ଭୁଲରେ କରନ୍ତୁ ନାହିଁ ଏହି ସବୁ କାମ, ମାଡ଼ି ବସିବ ଦାରିଦ୍ର୍ୟତା

ନୂଆବର୍ଷ ଜୀବନର ଏକ ନୂଆ ଆରମ୍ଭର ପ୍ରତୀକ ଏବଂ ସମସ୍ତେ ଚାହାଁନ୍ତି ଯେ ଏହି ବର୍ଷଟି ସେମାନଙ୍କ ପାଇଁ ସୁଖ ଏବଂ ସମୃଦ୍ଧି ଆଣି ଦେଉ। ଧାର୍ମିକ ମାନ୍ୟତା ଅନୁଯାୟୀ, କେତେକ କାର୍ଯ୍ୟ ନକରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ ଏବଂ ଆର୍ଥିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଇପାରେ। ଯେମିତି କୁହାଯାଏ ଯଦି ଦିନର ଆରମ୍ଭ ଭଲ ହୁଏ ତେବେ ସମ୍ପୂର୍ଣ୍ଣ ଦିନଟି ଭଲରେ ବିତେ, ଠିକ୍ ସେହିପରି ଯଦି ବର୍ଷର ଆରମ୍ଭ ଭଲ ହୁଏ ତେବେ ସମଗ୍ର ବର୍ଷ ଭଲରେ ବିତେ ଏବଂ ଶୁଭଫଳ ପ୍ରାପ୍ତି ହୁଏ।

New Year

ଦିଗ ପ୍ରତି ଧ୍ୟାନ ଦେଇ ଆପଣ ନୂତନ ବର୍ଷରେ ସକରାତ୍ମକ ଶକ୍ତିକୁ ଆକର୍ଷିତ କରିପାରିବେ ଏବଂ ନିଜ ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିବେ। ପ୍ରାୟତଃ ଲୋକେ ନୂଆବର୍ଷ ଆରମ୍ଭରେ ଏମିତି କିଛି କାର୍ଯ୍ୟ କରନ୍ତି, ଯାହା ନକରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ। ତେଣୁ ଆସନ୍ତୁ ଜାଣିବା ନୂଆବର୍ଷରେ କେଉଁସବୁ କାର୍ଯ୍ୟ କରିବା ଉଚିତ ନୁହେଁ।

୧. କଳହରୁ ଦୂରେଇ ରୁହନ୍ତୁ

ନୂତନ ବର୍ଷ ଆରମ୍ଭରେ କାହା ସହିତ ଝଗଡ଼ା କିମ୍ବା ବିବାଦ କରିବା ଉଚିତ୍ ନୁହେଁ। ବିଶ୍ୱାସ ଅନୁଯାୟୀ, ଘରେ କଳହ ହେଲେ ନକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ଏବଂ ଧନହାନି ହୋଇଥାଏ। ତେଣୁ ନୂଆବର୍ଷରେ ନିଜ ପରିବାର ସଦସ୍ୟ ଏବଂ ବନ୍ଧୁମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖନ୍ତୁ।

୨. ତାମସିକ ଭୋଜନରୁ ଦୂରେଇ ରୁହନ୍ତୁ

ନୂଆବର୍ଷରେ ତାମସିକ ଭୋଜନରୁ ଦୂରେଇ ରହିବା ଉଚିତ୍। ତମାସିକ ଭୋଜନରେ ମାଂସ, ମାଛ, ଅଣ୍ଡା, ମଦ ଇତ୍ୟାଦି ସାମିଲ। ଏସବୁ ସେବନ କରିବା ଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ହୁଏ ଏବଂ ଆର୍ଥିକ ସ୍ଥିତି ଦୁର୍ବଳ ହୁଏ। ତେଣୁ ନୂତନ ବର୍ଷରେ ସାତ୍ତ୍ଵିକ ଭୋଜନ ଯେପରିକି ଫଳ, ପନିପରିବା, ଦହି, କ୍ଷୀର ଆଦି ସେବନ କରନ୍ତୁ।

୩. ଧାରୁଆ ଜିନିଷ କିଣନ୍ତୁ ନାହିଁ

ନୂଆବର୍ଷରେ ଧାରୁଆ ଜିନିଷ ଯେପରିକି ଛୁରୀ, କଇଁଚି ଆଦି କିଣିବା ଉଚିତ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁସାରେ, ଧାରୁଆ ବସ୍ତୁଗୁଡ଼ିକ ଘରକୁ ନକରାତ୍ମକ ଶକ୍ତି ଆଣିଥାଏ ଏବଂ ଧନହାନି ଘଟାଇଥାଏ। ତେଣୁ ନୂଆ ବର୍ଷରେ ଧାରୁଆ ଜିନିଷ କିଣନ୍ତୁ ନାହିଁ।

୪. କରଜ କରନ୍ତୁ ନାହିଁ

ନୂଆବର୍ଷରେ କାହାଠାରୁ କରଜ ବା ଋଣ ନିଅନ୍ତୁ ନାହିଁ କି କାହାକୁ କରଜ ଦିଅନ୍ତୁ ନାହିଁ। ଋଣ ନେବା ଦ୍ଵାରା ଆର୍ଥିକ ବୋଝ ବଢିଥାଏ ଏବଂ ଋଣ ଦେବା ଦ୍ୱାରା ଧନହାନି ହୋଇଥାଏ। ତେଣୁ ନୂଆବର୍ଷରେ ଆର୍ଥିକ ନେଣ ଦେଣରୁ ଦୂରେଇ ରୁହନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+