ଏହି ଦେଶର ଦୀପାବଳି ଦିନ କଦଳୀ ପତ୍ର ତିଆରି ଦୀପ ଜଳା ଯିବାର ରହିଛି ପରମ୍ପରା

Sri Lanka Celebrate Diwali: ଦୀପାବଳି ବା ଆଲୋକର ପର୍ବ । ସାରା ବିଶ୍ୱରେ ଆଜି ତାରିଖରେ ବେସ୍ ଉତ୍ସାହର ସହ ଏହି ପର୍ବର ପାଳନ କରାଯାଉଛି । କୁହାଯାଏ ଏହି ପର୍ବ ଅନ୍ଧାରକୁ ଦୂର କରିଥାଏ । ତେବେ ଦୀପାବଳିର ପର୍ବ କେବଳ ଭାରତରେ ନୁହେଁ ବିଶ୍ୱର ଅନେକ ଦେଶରେ ଉତ୍ସାହର ସହିତ ପାଳନ କରାଯାଏ । ଶ୍ରୀଲଙ୍କାରେ ବେସ୍ ନିଆରା ଅନ୍ଦାଜରେ ଦିୱାଲୀ ସେଲିବ୍ରେଟ୍ କରାଯାଏ ।

ଶ୍ରୀଲଙ୍କା ଏପରି ଏକ ଦେଶ ଯେଉଁଠି ଦୀପାବଳି ପର୍ବ ଭାରତ ପରି ସମାନ ପରମ୍ପରା ଏବଂ ଉତ୍ସାହର ସହ ପାଳନ କରାଯାଏ । ଏଠାରେ ଦୀପାବଳି ଦିନ ଛୁଟି ମଧ୍ୟ ଘୋଷଣା କରାଯାଇଛି । ଶ୍ରୀଲଙ୍କାରେ, ତାମିଲ ଭାଷାଭାଷୀ ସମ୍ପ୍ରଦାୟର ଅଧିକାଂଶ ଲୋକ ଦୀପାବଳି ପାଳନ କରନ୍ତି। ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଦୀପାବଳି ରାବଣର ସାମ୍ରାଜ୍ୟରେ ପାଳନ କରାଯାଇ ନଥାଏ, କିନ୍ତୁ ଏହା ସତ୍ୟ ନୁହେଁ, ଏପରିକି ରାବଣର ସାମ୍ରାଜ୍ୟରେ ରାମ ପର୍ବ ସମାନ ଉତ୍ସାହର ସହିତ ପାଳନ କରାଯାଇଥାଏ।

ଦୀପାବଳି ପର୍ବ ଶ୍ରୀଲଙ୍କାରେ laim kriyong ନାଁରେ ପାଳନ କରାଯାଏ । ଶ୍ରୀଲଙ୍କାର ତାମିଲ ହିନ୍ଦୁ ଲୋକମାନେ ସକାଳୁ ଉଠି ଏହି ଦିନ ତେଲ ସ୍ନାନ କରିଥାନ୍ତି । ଏଠାରେ ଏହି ଦିନ ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ଘରର ମୁଖ୍ୟ ପ୍ରବେଶ ପଥରେ ଚାଉଳ ମଇଦା ସହିତ ରଙ୍ଗୋଲି ତିଆରି କରିବାର ପରମ୍ପରା ରହିଛି । ଏହା ବ୍ୟତୀତ ଲୋକମାନେ କଦଳୀ ପତ୍ରରେ ନିର୍ମିତ ଦୀପ ଜାଳି ଶ୍ରୀଲଙ୍କାରେ ଦୀପାବଳି ପାଳନ କରନ୍ତି। ଏଠାରେ ଦୀପାବଳିରେ ଲୋକମାନେ ଦୀପ, ଧୂପ ଲଗାଇ ନଦୀରେ ଭସାନ୍ତି ।

ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋରେ ଦୀପିବାଳି ସନ୍ଧ୍ୟାରେ ସମସ୍ତ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ପ୍ରାଚୀନ ଶିବ ମନ୍ଦିର ଏକାଛି ହୋଇ ପୂଜାର୍ଚ୍ଚନା କରନ୍ତି । ଦୀପାବଳି ଦିନ, ରାମଙ୍କୁ ସ୍ୱାଗତ କରିବା ପାଇଁ ଦୀପ ପ୍ରଜ୍ୱଳିତ ହୁଏ ।

Sri Lanka

ଶ୍ରୀଲଙ୍କା ରାବଣର ସାମ୍ରାଜ୍ୟ ଥିଲା, ଆଜି ମଧ୍ୟ ରାବଣଙ୍କୁ ଦେବତା ପରି ପୂଜା କରାଯାଏ। ଏହି ଦିନ ଶ୍ରୀଲଙ୍କାର ଲୋକମାନେ ମଧ୍ୟ ଭାରତ ପରି ନୂଆ ପୋଷାକ ପିନ୍ଧନ୍ତି। ଦୀପାବଳିରେ ସମସ୍ତଙ୍କୁ ଅଭିନନ୍ଦନ ଜଣାନ୍ତି । ଶ୍ରୀଲଙ୍କା ପରି ମିଆଁମାର, ନେପାଳ, ସିଙ୍ଗାପୁର, ମାଲେସିଆ ଏବଂ ୟୁରୋପୀୟ ଦେଶମାନଙ୍କରେ ଦୀପାବଳି ପାଳନ କରାଯାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+