ଅକ୍ଷୟ ତୃତୀୟା ଦିନ କରନ୍ତୁ ନାହିଁ ଏହି କାର୍ଯ୍ୟ
ବୈଶାଖ ମାସର ଶୁକ୍ଳ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ । ଓଡ଼ିଶାର କୃଷକ ମାନେ ଏହି ଦିନ ବଡ଼ ଶୁଦ୍ଧି ଓ ସିଦ୍ଧିର ସହ ପୂଜାର୍ଚ୍ଚନା କରି କୃଷି କାର୍ଯ୍ୟ ଆରମ୍ଭ କରନ୍ତି । ଅକ୍ଷୟ ତୃତୀୟାକୁ ଶୁଭଦିନ ଭାବେ ବିବେଚନା କରାଯାଏ । ଏହି ଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପରି ଶୁଭକାର୍ଯ୍ୟ ମଧ୍ୟ କରାଯାଏ ।

ଅକ୍ଷୟ ତୃତୀୟା ଦିନ କରନ୍ତୁ ନାହିଁ ଏହି କାର୍ଯ୍ୟ
ଅକ୍ଷୟ ତୃତୀୟା ଦିନ କାହାକୁ ଟଙ୍କା ଉଧାର ଦିଅନ୍ତୁ ନାହିଁ । ଖାଦ୍ୟ ସମାଗ୍ରୀ ନଷ୍ଟ କରନ୍ତୁ ନାହିଁ କି କାହାକୁ ଦିଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ଜୀବନରେ ଆର୍ଥିକ ସମସ୍ୟା ବୃଦ୍ଧି ପାଇଥାଏ । ଅକ୍ଷୟ ତୃତୀୟା ଦିନ ମଦ୍ୟପାନ, ଜୁଆ ଖେଳିବା, ଚୋରି କରିବା ପରି କାର୍ଯ୍ୟ କରନ୍ତୁ ନାହିଁ । ଯାହାଫଳରେ ଜୀବନରେ ସୁଖ ସମୃଦ୍ଧି କମିଯାଇଥାଏ । ଅକ୍ଷୟ ତୃତୀୟା ଦିନ ସୁନା, ଝାଡୁ, ରୁପା ଆଦି କିଣିବା ଶୁଭ ହୋଇଥିବା ବେଳେ ସୋରିଷ ତେଲ, କଳା କପଡା, କୋଇଲା ଆଦି କିଣିବା ଉଚିତ୍ ନୁହେଁ । ଏପରିକି ଲୁହା, ପ୍ଲାଷ୍ଟିକ୍ ସାମଗ୍ରୀ ମଧ୍ୟ ଘରକୁ ଆଣିବା ଉଚିତ୍ ନୁହେଁ ।












Click it and Unblock the Notifications