ପ୍ରତ୍ୟେକ ଦିନ ଘରେ କରନ୍ତୁ କର୍ପୁର ଆଳତୀ, ଦାରିଦ୍ର୍ୟତା ସହ ଦୂର ହେବ ଅନେକ ସମସ୍ୟା

କର୍ପୂରରେ ରହିଛି ଅନେକ ଚମତ୍କାରୀ ଫାଇଦା। ହିନ୍ଦୁ ଧର୍ମରେ ପୂଜାରେ ଯଦି କର୍ପୂରକୁ ସାମିଲ କରା ନ ଯାଏ ତେବେ ପୂଜାକୁ ଅସମ୍ପୂର୍ଣ୍ଣ ବୋଲି ଧରା ଯାଇଥାଏ। ଘରେ ହେଉ ବା ମନ୍ଦିରରେ ସର୍ବଦା ଆମେ କର୍ପୂର ଜଳାଇ ଆଳତି କରିଥାଉ। ବାସ୍ତୁଶାସ୍ତ୍ର ଅନୁସାରେ, କର୍ପୂର ଜଳାଇ ଆଳତି କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇ ସକାରାତ୍ମକ ପ୍ରଭାବ ପକାଇଥାଏ।

Karpur Alati

- କର୍ପୂରରୁ ବାହାରୁଥିବା ସୁଗନ୍ଧ ମନକୁ ଶାନ୍ତ ରଖିବା ସହ ଘରେ ଥିବା ଜୀବାଣୁକୁ ମଧ୍ୟ ନଷ୍ଟ କରିଥାଏ। ସେହିପରି କର୍ପୂରରେ ଆଳତି କରିବା ଦ୍ୱାରା ପିତୃଦୋଷ ମଧ୍ୟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।

-ସବୁଦିନେ ସକାଳେ ଏବଂ ସନ୍ଧ୍ୟାରେ କର୍ପୂର ଜଳାଇ ଆଳତି କରିବା ଦ୍ୱାରା ଘରେ ସୁଖଶାନ୍ତିର ବାତାବରଣ ବଜାୟ ରହିଥାଏ। ଏହା ଘରକୁ ନକାରାତ୍ମକ ଶକ୍ତିରୁ ଦୂରଇ ରଖିବା ସହ ଆପଣଙ୍କ ଆଳସ୍ୟପଣ ମଧ୍ୟ ଦୂର କରି ସମସ୍ତ ସଦସ୍ୟଙ୍କ ମନ ନିର୍ମଳ ରଖିଥାଏ। ଏଥିସହ ଘରର ସବୁ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।

-କର୍ପୂର ଆଳତି କରି ଘରର ସବୁ ସ୍ଥାନରେ ବୁଲାଇବା ଉଚିତ୍। ଏହାଦ୍ୱାରା ଘରକୁ ଦାରିଦ୍ର‌୍ୟ ଗ୍ରାସ କରି ନ ଥାଏ।

-ଏହାଛଡ଼ା କର୍ପୂରର ଆଉ ଏକ ଉପକାରିତା ମଧ୍ୟ ରହିଛି। ଏହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ଯଦି ଆପଣ କୌଣସି ରୋଗରେ ଆକ୍ରାନ୍ତ ଅଛନ୍ତି ତା'ହେଲେ କେଇ ବୁନ୍ଦା କର୍ପୂର ତେଲ ପାଣିରେ ପକାଇ ସ୍ନାନ କରନ୍ତୁ। ଏହା ଆପଣଙ୍କ ଶରୀରର ରୋଗ ଭଲ କରିବାରେ ସହାୟକ ହୋଇଥାଏ।

ଏଥିସହ ଭଲ ସମୟ ଚାଲୁ ନ ଥିଲେ ଓ ଆର୍ଥିକ ସମସ୍ୟା ଦେଖା ଦେଉଥିଲେ ରୁପାର ଏକ ଥାଳିରେ ପ୍ରତିଦିନ ଲବଙ୍ଗ ଓ କର୍ପୂର ଜଳାନ୍ତୁ। ଦେଖିବେ ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ।

-ଯଦି ଆପଣ ଭାବୁଛନ୍ତି ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ବୋଲି ତାହା ହେଲେ ଆପଣ ପ୍ରତିଦିନ ଗୋଲାପ ଫୁଲ ଉପରେ କର୍ପୂର ରଖି ମା' ଦୁର୍ଗାଙ୍କ ଆଳତି କରନ୍ତୁ। ଏଥିସହ ସୂର୍ଯ୍ୟାସ୍ତ ସମୟରେ କର୍ପୂର ଦୀପ ଲଗାଇ ଘର ଚାରିଆଡେ ବୁଲାଇବା ସହ ମା' ଲକ୍ଷ୍ମୀଙ୍କ ଆଳତି କରି ପୂଜା ସ୍ଥାନରେ ସ୍ଥାପନ କରନ୍ତୁ। ଦେଖିବେ ଏଥିରୁ ଆପଣଙ୍କୁ ବହୁ ଫାଇଦା ମିଳିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+