Diwali 2024: ଆଜି ନା କାଲି କେବେ ଦୀପାବଳି ? କେତେବେଳେ ଦେବେ ପୟାଶ୍ରାଦ୍ଧ?

ଶ୍ରୀମନ୍ଦିରରେ ନଭେମ୍ବର ୧ରେ ପୟାଶ୍ରାଦ୍ଧ । ଆଜି ଉପରବେଳା ଆରମ୍ଭ ହେଉଛି ତିଥି । ତେଣୁ କେତେବେଳେ ଦେବେ ପୟାଶ୍ରାଦ୍ଧ ? କେତେବେଳେ ରହିଛି ଶ୍ରାଦ୍ଧ ମୁହୂର୍ତ୍ତ

ଆଜି ଓ ଆସନ୍ତାକାଲି ଉଭୟ ଦିନ ଦୀପାବଳି । ପଞ୍ଜିକାରେ ଦୁଇଦିନ ଥିବାରୁ ଏହାକୁ ନେଇ ଦ୍ବନ୍ଦ୍ବ ରହିଛି । ସେ ଦ୍ବନ୍ଦ୍ବ ସହ ରହିଛି ଆଉ ଏକ ଦ୍ବନ୍ଦ୍ବ । ତାହା ହେଉଛି, କେତେବେଳେ ରହିଛି ଶୁଭ ବେଳା? କେତେବେଳେ କରିବେ ପୟାଶ୍ରାଦ୍ଧ ? ଏଥିଲାଗି ଶ୍ରାଦ୍ଧ ଲଗ୍ନ କେତେବେଳେ ?

କିଛି ପଞ୍ଜିକାରେ କାଳୀପୂଜା ବା ଦୀପାବଳି ଅମାବାସ୍ୟା ଅକ୍ଟୋବର ୩୧ ତାରିଖ ଅପରାହ୍ନରୁ ରହିଛି । ତେଣୁ ସେହିଦିନ ଦୀପାବଳି ଅମବାସ୍ୟା ପାଳନ ପାଇଁ କୁହାଯାଇଛି ।

କିଛି ପଞ୍ଜିକାରେ କାଳୀପୂଜା ବା ଦୀପାବଳି ଅମାବାସ୍ୟା ଅକ୍ଟୋବର ୩୧ ତାରିଖ ଅପରାହ୍ନରୁ ରହିଛି । ତେଣୁ ସେହିଦିନ ଦୀପାବଳି ଅମବାସ୍ୟା ପାଳନ ପାଇଁ କୁହାଯାଇଛି । କେବେ ପାଳିବେ ଦୀପାବଳି ?

Diwali 2024

ଆଉ କିଛି ପଞ୍ଜିକାରେ ନଭେମ୍ବର ୧ ତାରିଖ ପ୍ରତ୍ଯୁଷରେ ସମାବାସ୍ୟା ତଥି ରହିଛି । ତେଣୁ ସେହିଦିନ ପାଳନ କରିବାକୁ ଦର୍ଶାଯାଇଛି । ପଞ୍ଚାଙ୍ଗ ଅନୁଯାୟୀ କାର୍ତ୍ତିକ ଅମାବାସ୍ୟା ତିଥି ଆରମ୍ଭ ୩୧ ଅକ୍ଟୋବର- ଅପରାହ୍ନ ୩.୫୨ ଏବଂ ସମାପ୍ତ ୧ ନଭେମ୍ବର - ସଂଧ୍ୟା ୬.୧୬ । ଭିନ୍ନ ଭିନ୍ନ ପଞ୍ଜିକାରେ ଭିନ୍ନ ଭିନ୍ନ ଲଗ୍ନକୁ ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ ଦେଖାଦେଇଛି । ତେବେ ନଭେମ୍ବର ୧ ତାରିଖ ସକାଳୁ ସମାବାସ୍ୟା ତିଥି ରହୁଥିବାରୁ ସେହିଦିନ ଶ୍ରୀମନ୍ଦିରରେ ଦୀପାବଳି ଅମାବାସ୍ୟା ସହ ପୟାଶ୍ରାଦ୍ଧ ପାଳନ କରାଯିବ ବୋଲି ପଂଜିକାର ତଥା ମୁକ୍ତିମଣ୍ଡପ ପଣ୍ଡିତ ସଭାର ପୂର୍ବତନ ସମ୍ପାଦକ କହିଛନ୍ତି ।

ଶ୍ରୀମନ୍ଦିରରେ ନଭେମ୍ବର ୧ରେ ଦୀପାବଳି ଅମାବାସ୍ୟା ସହ ପୟାଶ୍ରାଦ୍ଧ ପାଳନ ହେଉଥିବାରୁ ଲୋକେ ସେହିଦିନ ପାଳନ କରିବେ ନା ଆଜି ପାଳନ କରିବେ ତାକୁ ନେଇ ସଂଶୟ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+