Diwali 2024: କେବେ ପାଳୁଛନ୍ତି ଦୀପାବଳି ? ଏହି ଦିନ ପାଳିଲେ ଲାଗିବ ଦୋଷ ?

Diwali 2024: ପୂର୍ବରୁ ଅନେକ ପର୍ବପର୍ବାଣୀ ଦୁଇ ଦିନ ପଡ଼ିଛି । ତେବେ ଏବେ ଦୀପାବଳିକୁ ନେଇ ପୁଣି ଦ୍ବନ୍ଦ୍ବ ଦେଖାଦେଇଛି । ବିଭିନ୍ନ ପାଞ୍ଜିରେ ଏନେଇ ଭିନ୍ନ ଭିନ୍ନ ଦିନ ଧାର୍ଯ୍ୟ ହୋଇଛି । କେବଳ ସାଧାରଣ ଲୋକେ ନୁହନ୍ତି, ଚଳିତ ବର୍ଷ ପାଞ୍ଜିକୁ ନେଇ ଦେଖା ଦେଇଛି ଦ୍ବନ୍ଦ୍ବ ।

କେତେବେଳେ କାର୍ତ୍ତିକ ବ୍ରତ ତ, କେତେବେଳେ ସୋମନାଥ ବ୍ରତ । ଆଉ ଏବେ ଦୀପାବଳିକୁ ନେଇ ଦେଖାଦେଇଛି ବଡ଼ ଦ୍ବନ୍ଦ୍ବ । ଅକ୍ଟୋବର ୩୧ ଓ ନଭେମ୍ବର ୧ ତାରିଖ, ଦୁଇ ଦିନ ରହିଛି ଅମାବାସ୍ୟା ତିଥି। ତେବେ କେବେ ପାଳିବେ ଦୀପାବଳି, ଏହାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କୋହେନୂର କ୍ୟାଲେଣ୍ଡରରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଅକ୍ଟୋବର ୩୧ ତାରିଖରେ ପଡୁଛି ଦୀପାବଳି। ସେହିପରି ବିରଜା ପାଞ୍ଜିରେ ମଧ୍ୟ ଅକ୍ଟୋବର ୩୧ ତାରିଖରେ ଦୀପାବଳି ପଡୁଥିବା ଉଲ୍ଲେଖ ରହିଛି। ତେବେ ଅସଲି ଖଡିରତ୍ନ ପଞ୍ଜିକାରେ ୩୧ରେ ଶ୍ୟାମାକାଳୀ ପୂଜା ଉଲ୍ଲେଖ ରହିଛି। ଆଉ ନଭେମ୍ବର ୧ ତାରିଖରେ ବଡ଼ବଡ଼ିଆ ଡାକ ଓ ଦୀପାବଳି ପାଳନ ହେବା ନେଇ ସୂଚନା ରହିଛି।

Diwali 2024

ତେବେ ପାଞ୍ଜି ଅନୁମୋଦନ କରୁଥିବା ପୁରୀ ମୁକ୍ତି ମଣ୍ଡପର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି। ମୁକ୍ତିମଣ୍ଡପ ପଣ୍ଡିତ ସଭାର ପୂର୍ବତନ ସମ୍ପାଦକ କହିଛନ୍ତି, ଅକ୍ଟୋବର ୩୧ ତାରିଖ ରାତିରେ ଶ୍ୟାମାକାଳୀ ପୂଜା ଓ ନଭେମ୍ବର ୧ ତାରିଖ ଦିନ ପୟାଶ୍ରାଦ୍ଧ ଓ ଦୀପାବଳୀ ପାଳନ କରାଯିବ ।

ଅକ୍ଟୋବର ୩୧ ଅପରାହ୍ନ ସମୟରେ ଅମାବାସ୍ୟା ରହୁଥିଲେ ମଧ୍ୟ ପ୍ରତ୍ୟୁଷ ସମୟକୁ ଅମାବାସ୍ୟା ରହୁନଥିବାରୁ ସେହି ଦିନ କେବଳ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହେବ । ତେବେ ନଭେମ୍ବର ୧ରେ ଅମାବାସ୍ୟା ଉଦୟ ପର୍ବରେ ଥିବାରୁ ଶ୍ରୀମନ୍ଦିରରେ ସେହିଦିନ ପୟାଶ୍ରାଦ୍ଧ ସହ ଦୀପାବଳି ଅମାବାସ୍ୟା ପଳନ କରାଯିବ ବୋଲି ସେ କହିଛନ୍ତି। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ବତନ୍ତ୍ର ନୀତିକାନ୍ତି ସହ ଦର୍ଶନ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସେହିପରି ଧର୍ମନଗରୀ କାଶୀ ବା ବାରାଣାସୀର ପଣ୍ଡିତମାନଙ୍କ ମଧ୍ୟରେ ବି ଏହାକୁ ନେଇ ମତଭେଦ ଆରମ୍ଭ ହୋଇଛି । କିଛି ଦିନ ତଳେ ଉତ୍ତରପ୍ରଦେଶର ବାରଣାସୀରେ ଥିବା କାଶୀ ବିଦ୍ୱାନ ପରିଷଦ ଦାବି କରିଥିଲେ ଯେ ଦୀପାବଳି ଅକ୍ଟୋବର ୩୧ରେ ଅଛି। କିନ୍ତୁ ଦେଶର ପ୍ରସିଦ୍ଧ ଜ୍ୟୋତିଷଶାସ୍ତ୍ରୀ ଗଣେଶ୍ବର ଶାସ୍ତ୍ରୀ ଦ୍ରାବିଡ଼ ଏବଂ କାଶୀର ଆଉ କେତେକ ପଣ୍ଡିତ ଦୀପାବଳି ତାରିଖ ୧ ନଭେମ୍ବର ବୋଲି କହିଥିଲେ। ଏବେ କାଶୀ ବିଦ୍ୱାନ ପରିଷଦ ଗଣେଶ୍ବର ଶାସ୍ତ୍ରୀ ଦ୍ରାବିଡ଼ଙ୍କ ସମେତ ଅନ୍ୟ ସମସ୍ତ ପଣ୍ଡିତଙ୍କୁ ଚ୍ୟାଲେଞ୍ଜ କରିଛି।

୩୧ରେ ଦୀପାବଳି ପାଳିଲେ ଅଶୁଭ, ଜାଣନ୍ତୁ ଏହାର ବଡ଼ କାରଣ...

ଅକ୍ଟୋବର ୩୧ ତାରିଖ ରାତିରେ ଶ୍ୟାମାକାଳୀ ପୂଜା ଓ ନଭେମ୍ବର ୧ ତାରିଖ ଦିନ ପୟାଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯିବ। ସାଧରଣତଃ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଭିତ୍ତି କରି ଅମାବାସ୍ୟା ଗଣନା ହୋଇଥାଏ। ଅକ୍ଟୋବର ୩୧ ଅପରାହ୍ନ ସମୟରେ ଅମାବାସ୍ୟା ରହୁଥିଲେ ମଧ୍ୟ ପ୍ରତ୍ୟୁଷ ସମୟକୁ ଅମାବାସ୍ୟା ରହୁନଥିବାରୁ ସେହି ଦିନ କେବଳ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହେବ।

ତେବେ ନଭେମ୍ବର ୧ରେ ଅମାବାସ୍ୟା ଉଦୟ ପର୍ବରେ ଥିବାରୁ ଶ୍ରୀମନ୍ଦିରରେ ସେହିଦିନ ପୟାଶ୍ରାଦ୍ଧ ସହ ଦୀପାବଳି ଅମାବାସ୍ୟା ପଳନ କରାଯିବ ବୋଲି ମୁକ୍ତିମଣ୍ଡପ ପଣ୍ଡିତ ସଭାର ପୂର୍ବତନ ସମ୍ପାଦକ କହିଛନ୍ତି। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ବତନ୍ତ୍ର ନୀତିକାନ୍ତି ସହ ଦର୍ଶନ ବ୍ୟବସ୍ଥା ମଧ୍ୟ କରାଯାଇଛି। ସେହିପରି ନଭେମ୍ବର ୧ରେ ଦୀପାବଳି ପାଳନ ପାଇଁ ଅନୁରୋଧ କରାଯାଇଛି। ଅମାବାସ୍ୟା ଓ ପୟାଶ୍ରାଦ୍ଧ ୧ରେ ପଡ଼ୁଥିବାରୁ ନଭେମ୍ବର ୧ରେ ଦୀପାବଳି ପାଳିବାକୁ ଅନୁରୋଧ କରିଛନ୍ତି। ଏପଟେ ଦୀପାବଳି ଓ ପୟାଶ୍ରାଦ୍ଧର ଭିନ୍ନ ତିଥିକୁ ନେଇ ସ୍ପଷ୍ଟ ମତ ରଖିଛନ୍ତି ବରିଷ୍ଠ ଜ୍ୟୋର୍ତିବିଦ, ପଣ୍ଡିତ ତଥା ପଞ୍ଜିକା ଗଣନାକାରୀ। ପୁରୀର ପଣ୍ଡିତଙ୍କ ମତ, ଯେଉଁଦିନ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତକୁ ଅମାବାସ୍ୟା ତିଥି ଥାଏ, ସେହିଦିନ ପାଳନ ହୁଏ ଦୀପାବଳି।

ଏ ବର୍ଷ ଅକ୍ଟୋବର ୩୧ ତାରିଖ ଗୁରୁବାର ଦିନ ୩ ଟା ୪୫ରେ ଅମାବାସ୍ୟା ତିଥି ପ୍ରବେଶ କରୁଛି। ଗୁରୁବାର ରାତିରେ ଅମାବାସ୍ୟା ତିଥି ରହୁଥିବାରୁ ସେହିଦିନ କାଳୀପୂଜା ପାଳନ କରାଯିବା। ଏହାର ପରଦିନ ଅର୍ଥାତ ନଭେମ୍ବର ୧ରେ ଅମାବାସ୍ୟା ତିଥି ଉଭୟ ସକାଳ ଓ ସଂଧ୍ୟାକୁ ପାଉଥିବାରୁ ସେଦିନ ପାଳନ ହେବ ପୟାଶ୍ରାଦ୍ଧ ଓ ଦୀପାବଳି ଉତ୍ସବ। ସେହିପରି ୧କୁ ସରକାରୀ ଛୁଟି ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। CMଙ୍କୁ ଅନୁରୋଧ କରିଛନ୍ତି ମୁକ୍ତିମଣ୍ଡପ ପଣ୍ଡିତ ସଭା ସଦସ୍ୟ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+