Diwali 2024: କେବେ ପଡୁଛି ଦୀପାବଳି, ଜାଣନ୍ତୁ ଶୁଭ ମୁହୂର୍ତ୍ତ
Diwali 2024 Date: ହିନ୍ଦୁ ଧର୍ମରେ ଦୀପାବଳି ପର୍ବର ବିଶେଷ ମହତ୍ତ୍ୱ ରହିଛି । ଲୋକେ ଦୀପାବଳି ପର୍ବରୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଚଳିତ ବର୍ଷ ଆଲୋକର ପର୍ବ ଦୀପାବଳି ଅକ୍ଟୋବର ମାସରେ ପାଳନ କରାଯିବ । ହିନ୍ଦୁ କ୍ୟାଲେଣ୍ତର ଅନୁସାରେ, ଦୀପବଳି ପର୍ବ ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଆମାବାସ୍ୟା ତିଥିରେ ପାଳନ କରାଯାଏ ।

ଏହି ବର୍ଷ ଦୀପାବଳି 31 ଅକ୍ଟୋବର 2024 ରେ ପାଳନ କରାଯିବ । ଧନତେରଶ- ଅକ୍ଟୋବର 29 ତାରିଖରେ 2024 ଧନତେରଶ ପାଳନ କରାଯିବ । ଏହି ଦିନ ଧନର ଦେବତା କୁବେର ଏବଂ ଧନଭନ୍ତରୀ ଦେବଙ୍କୁ ପୂଜା କରାଯାଏ ।
ଦୀପାବଳି 2024 ଶୁଭ ସମୟ- ପଞ୍ଚାଙ୍ଗ ଅନୁଯାୟୀ କାର୍ତ୍ତିକ ମାସ ଅମାବାସ୍ୟା ଦିନ 31 ଅକ୍ଟୋବରରେ ଅପରାହ୍ନ 03.52 ରୁ ଆରମ୍ଭ ହେବ ଏବଂ 1 ନଭେମ୍ବରରେ ରାତି 06.16 ପର୍ଯ୍ୟନ୍ତ ଚାଲିବ। ଅକ୍ଟୋବର 31 ତାରିଖରେ ଲକ୍ଷ୍ମୀ ପୂଜା କରିପାରିବେ । ଗୋବର୍ଦ୍ଧନ ପୂଜା 2 ନଭେମ୍ବର 2024 ରେ ଅଛି ।












Click it and Unblock the Notifications