For Quick Alerts
For Daily Alerts
ଆଜି ଧନୁ ସଂକ୍ରାନ୍ତି : ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି
ପୁରୀ : ଆଜି ଧନୁ ସଂକ୍ରାନ୍ତି । ଆଉ ଏହି ଧନୁ ସଂକ୍ରାନ୍ତି ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି । ଆଜି ଠାରୁ ଏକ ମାସ ଯାଏଁ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି ପ୍ରସ୍ତୁତ କରାଯାଇଛି । ଆଜି ଠାରୁ ଅର୍ଥାତ ଧନୁ ସଂକ୍ରାନ୍ତି ଠାରୁ ଜାନୁଆରୀ 14 ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ପହିଲି ଭୋଗ ନୀତି ପାଳନ କରାଯିବ ।

ସକାଳୁ ଏହି ନୀତି ହେବ । ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ସେବାୟତଙ୍କ ସହ ମନ୍ଦିର ପ୍ରଶାସନ ଆଲୋଚନା କରିଛି ।
ଏଠାରେ କହି ରଖୁଛୁ ଏହି ପହିଲି ଭୋଗରେ ଗୁଆ-ଘିଅରେ ଖେଚେଡି, ଫଳ ସହ ଅନ୍ୟାନ ଭୋଗ ମହାପ୍ରଭୁଙ୍କୁ ଅର୍ପଣ କରାଯିବ । କିମ୍ବଦନ୍ତୀ ଅନୁସାରେ ମା ଲକ୍ଷ୍ମୀ ଏହି ସମୟରେ ବାପଘରକୁ ଯାଇଥିବାରୁ ଯଶୋଦା ଆଗ୍ରହର ସହ ଶ୍ରୀକୃଷ୍ଣଙ୍କ ପାଇଁ ସ୍ୱାଦିଷ୍ଟ ପିଠା ତିଆରି କରି ପରସିଦେଇଥାନ୍ତି । ଏହି କିମ୍ବଦନ୍ତୀ ଅନୁସାରେ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଅନୁଷ୍ଠିତ ହେଉଛି ।