Get Updates
Get notified of breaking news, exclusive insights, and must-see stories!

ଧନତେରସ ଦିନ ଘରକୁ ଆଣନ୍ତୁ ଏହି ସବୁ ସାମଗ୍ରୀ, ହେବ ଧନର ବର୍ଷା

Dhanteras 2023: ଦୀପାବଳି ପୂର୍ବରୁ ଧନତେରସ ପାଳନ କରାଯାଏ । ଚଳିତ ବର୍ଷ ଧନତେରସ୍ 10 ନଭେମ୍ବର 2023 ଶୁକ୍ରବାର ଦିନ ପାଳନ କରାଯିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କାର୍ତ୍ତିକ ମାସର ଶୁକ୍ଳ ପକ୍ଷ ତ୍ରୟୋଡାଶୀ ତିଥିରେ ପ୍ରତିବର୍ଷ ଧନତେରସ ପାଳନ କରାଯାଏ । ଏହି ଦିନ କିଣାକିଣି କରିବା ଅତ୍ୟ ଶୁଭ ବୋଲି ବିବେଚନା କରାଯାଏ ।

ଧନତେରସରେ ଲୋକମାନେ ନିଜ ସାମର୍ଥ୍ୟ ଅନୁଯାୟୀ ଘର, ଯାନବାହନ, ଅଳଙ୍କାର, ବାସନ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଇତ୍ୟାଦି କିଣିବା ପସନ୍ଦ କରନ୍ତି । ବିଶ୍ୱାସ ରହିଛି ଯେ, ଏହି ଦିନ ଘରକୁ ନୂଆ ସାମଗ୍ରୀ ଆଣିବା ଦ୍ୱାରା ମା ଲକ୍ଷ୍ମୀଙ୍କର ଆଶିର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ଧମ ଲାଭ ହୋଇଥାଏ । ସେଥିପାଇଁ ଲୋକମାନେ ଏହି ଦିନ ସପିଂ କରିବା ପସନ୍ଦ କରନ୍ତି ।

Dhanteras 2023

ବିଶେଷକରି ଧନତେରସ୍ ଦିନ କଳା ପୋଷାକ, ଲୁହା ସାମଗ୍ରୀ, ପ୍ଲାଷ୍ଟିକ୍ ସାମଗ୍ରୀ, କାଚ ସାମଗ୍ରୀ ଇତ୍ୟାଦି କିଣିବା ଠାରୁ ଦୂରେଇ ରହିବା ଉଚିତ୍ । ତେବେ ଚାଲନ୍ତୁ ଜାଣିବା ଏହି ଦିନ କେଉଁ କେଉଁ ସାମଗ୍ରୀ କିଣିବା ଶୁଭ ବୋଲି ବିବେଚନା କରାଯାଏ । ଶାସ୍ତ୍ରରେ କିଛି ଜିନିଷ ଉଲ୍ଲେଖ ଅଛି ଯାହା ଧନତେରସ ଦିନରେ କିଣାଯିବା ଉଚିତ୍ ଯାହା ଦ୍ୱାରା ଘରେ କେବେବି ଧନର ଅଭାବ ରହିନଥାଏ । ଧନତେରସକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।

ଧନିଆ: ଧନତେରସ ଦିନ ଧନିଆ କିଣିବାର ମହତ୍ତ୍ୱ ରହିଛି । ଏହି ଦିନ ଧନିଆ ମଞ୍ଜି କିମ୍ବା ପୁରା ଧନିଆ କିଣିବା ଦ୍ୱାରା ଘରେ ପଜେଟିଭ୍ ମାହୋଲ ଏବଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହି ଦିନ ଧନିଆ ମଞ୍ଜି କିଣି ପୂଜା କରିବା ପରେ ଏହି ମଞ୍ଜିକି ଘରର ବଗିତାରେ ବା ଏକ ହାଣ୍ତିରେ ବୁଣନ୍ତୁ ।

ଝାଡୁ : ଧନତେରସରେ ଦିନ ଯଦି ଆପଣ କିଛି କିଣାକିଣି କରିବା ପାଇଁ ଚାହିୁଁନାହାଁନ୍ତି ତେବେ କେବଳ ଏକ ଝାଡୁ ମଧ୍ୟ କିଣିପାରିବେ । ମା' ଲକ୍ଷ୍ମୀ ଧନତେରସରେ ଛାଡୁ କିଣିବା ଦ୍ୱାରା ପ୍ରସନ୍ନ ହୋଇଥାନ୍ତି ଏବଂ ଆଶୀର୍ବାଦର ଦେଇଥାନ୍ତି । ମାନ୍ୟତା ରହିଛି ଝାଡୁ କିଣିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଝାଡୁ କିଣିବା ପରେ ଏଥିରେ ଧଳା ସୂତା ବାନ୍ଧିବା ପାଇଁ ଭୁଲନ୍ତୁ ନାହିଁ ।

ଧାତୁ: ହିନ୍ଦୁ ଧର୍ମରେ ସୁନା, ପିତ୍ତଳ, ରୂପା ଇତ୍ୟାଦି ଧାତୁଗୁଡିକ ଶୁଦ୍ଧ ଏବଂ ଶୁଭ ବୋଲି ବିବେଚନା କରାଯାଏ । ତେଣୁ ଧନତେରସ ଦିନ ଲୋକମାନେ ପିତ୍ତଳ ବାସନ ଏବଂ ସୁନା ଓ ରୂପା ଅଳଙ୍କାର ଇତ୍ୟାଦି କିଣିବା ଉଚିତ୍ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+