Get Updates
Get notified of breaking news, exclusive insights, and must-see stories!

ଦେବୋତ୍ଥାନ ଏକାଦଶୀ; ଶାଳଗ୍ରାମ ସହିତ ତୁଳସୀଙ୍କ ବିବାହ କାହିଁକି ହୁଏ ? ଜାଣନ୍ତୁ

ଭଗବାନ ବିଷ୍ଣୁ ଆଷାଢ ଶୁକ୍ଳ ଏକାଦଶୀ ଠାରୁ ଚାରି ମାସ ଯାଏଁ କ୍ଷୀର ସାଗରରେ ଶୟନ କରିଥାଆନ୍ତି। ପୁଣି କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଉଠିଥାଆନ୍ତି। ଏହି ଚାରି ମାସ ଦେବ ଶୟନ କାରଣରୁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ବନ୍ଦ ଥାଏ। ଯେଉଁ ସମୟରେ ଭଗବାନ ଦେବ (ଭଗବାନ ବିଷ୍ଣୁ) ଶୟନରୁ ଜାଗ୍ରତ ହୁଅନ୍ତି, ସେବେଠାରୁ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇଥାଏ। ଦେବ ଜାଗରଣ କିମ୍ବା ଉତ୍ଥାନ ହୋଇଥିବାରୁ ଏହାକୁ ଦେବୋତ୍ଥାନ ଏକାଦଶୀ କୁହାଯାଏ। ଆଜି ହେଉଛି ପବିତ୍ର ଦେବୋତ୍ଥାନ ଏକାଦଶୀ। ଏହି ଦିନ ଉପବାସ କରିବା ସହ ତୁଳସୀ ବିବାହର ବିଶେଷ ମହତ୍ତ୍ୱ ରହିଛି ।

ଜାଣନ୍ତୁ ତୁଳସୀ ବିବାହ ଓ ଏହାର ମହତ୍ତ୍ୱ-
ଭଗବାନ ବିଷ୍ଣୁଙ୍କ ସ୍ୱରୂପ ଶାଳଗ୍ରାମ ସହ ଦେବୀ ବୃନ୍ଦାବତୀ (ତୁଳସୀ)ଙ୍କ ବିବାହ ହୋଇଥାଏ। ତୁଳସୀ ଦଳ ପ୍ରଭୁଙ୍କ ଅର୍ପଣ କଲେ ଖୁବ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।

Devotthana Ekadashi Why does Tulsi get married to Shaalgram Find out

ତୁଳସୀ ପୂଜାର ବିଧି -

  • ତୁଳସୀ ଚଉରାକୁ ଭଲ ଭାବେ ବିଭିନ୍ନ ସାମଗ୍ରୀ ଓ ଫୁଲରେ ସଜାଇ ଦିଅନ୍ତୁ।
  • ତୁଳସୀ ଚଉରାର ଚାରି ପାଖରେ ଆଖୁ ରଖି ମଣ୍ଡପ ଭଳି ପ୍ରସ୍ତୁତ କରନ୍ତୁ।
  • ତୁଳସୀଙ୍କ ଉପରେ ଲାଲ ରଙ୍ଗର ଓଢଣୀ ରଖନ୍ତୁ। ଲାଲ ଚୂଡ଼ି ଓ ବିଭିନ୍ନ ଶୃଙ୍ଗାର ଦ୍ରବ୍ୟ ଅର୍ପଣ କରନ୍ତୁ। ପୂଜାର ସମସ୍ତ ବିଧି କରନ୍ତୁ।
  • ଭଗବାନ ଶାଳଗ୍ରାମଙ୍କ ମୂର୍ତ୍ତି ସିଂହାସନ ସହ ତୁଳସୀଙ୍କ ଚାରିପାଖରେ ପରିକ୍ରମା କରନ୍ତୁ। ଆଳତୀ କରି ସମସ୍ତ ପୂଜା ବିଧି ପାଳନ କରନ୍ତୁ।
  • ଶୀଘ୍ର ବିବାହ ପାଇଁ କରନ୍ତୁ ଏହି ଉପାୟ -
  • ଲାଲ କିମ୍ବା ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ।
  • ପ୍ରଭୁ ଶାଳଗ୍ରାମଙ୍କୁ ହଳଦିଆ ରଙ୍ଗର ଆସନରେ ବସାଇ ଚନ୍ଦନ ଅର୍ପଣ କରନ୍ତୁ।
  • ଏହାପରେ ପ୍ରଭୁଙ୍କ ସମ୍ମୁଖରେ ତୁଳସୀଙ୍କୁ ରଖି ପୂଜା କରନ୍ତୁ। ପୂଜା ପରେ ଆଳତୀ କରି ଶୀଘ୍ର ବିବାହ ହେବା ପାଇଁ ପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ
  • ଧାର୍ମିକ ମାନ୍ୟତା ଅନୁଯାୟୀ ଦେବଶୟନ ଏକାଦଶୀ ଆରମ୍ଭ ହେବା ପରେ ବିବାହ ଭଳି ସମସ୍ତ ପ୍ରକାର ମାଙ୍ଗଳିକ କାର୍ଯ୍ୟ ବନ୍ଦ ହୋଇଥାଏ। ପ୍ରଚଳିତ ମାନ୍ୟତା ଅନୁସାରେ, ଭଗବାନ ଶ୍ରୀହରି ଯୋଗ ନିଦ୍ରାରୁ ଉଠିବା ପରେ ପ୍ରଥମେ ମାତା ତୁଳସୀଙ୍କ ଡାକ ଶୁଣନ୍ତି। ଏହିଦିନ ଶାଳଗ୍ରାମ ସହିତ ତୁଳସୀଙ୍କ ବିବାହ ଯୋଗୁଁ ତୁଳସୀପୂଜାର ମହତ୍ତ୍ୱ ରହିଛି।
  • ତୁଳସୀ ଏବଂ ଶାଳଗ୍ରାମ ପୂଜା କରିବା ଦ୍ୱାରା ପିତୃଦୋଷ ଦୂର ହୋଇଥାଏ। ଅକାଳ ମୃତ୍ୟୁରୁ ରକ୍ଷା ମଧ୍ୟ କରିଥାଏ।
  • ଶାଳଗ୍ରାମ ସହିତ ମାତା ତୁଳସୀଙ୍କ ବିବାହ କରିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ।
  • ମାନ୍ୟତା ଅନୁସାରେ, ବିଧି ବିଧାନ ସହିତ ତୁଳସୀ ବିବାହ କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ବିଶେଷ କୃପା ଲାଗି ରହିଥାଏ।
  • ପ୍ରଚଳିତ ମାନ୍ୟତା ଅନୁସାରେ ବିଧି ବିଧାନ ସହିତ ତୁଳସୀ ବିବାହ କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ବିଶେଷ କୃପା ଲାଗି ରହିଥାଏ।
  • ମହିଳାମାନେ ସୁଖ-ସମୃଦ୍ଧି ପ୍ରାପ୍ତି ପାଇଁ ଏହିଦିନ ବ୍ରତ ରଖି ପୂଜା କରନ୍ତି।
  • ଏହି ଦିନ ବ୍ରତ ରଖିବା ଦ୍ୱାରା ଅଶ୍ୱମେଧ ଏବଂ ଶହେଟି ରାଜସୂୟ ଯଜ୍ଞର ଫଳ ମିଳିଥାଏ।
  • ଏହି ଏକାଦଶୀ ବ୍ରତ କରିବା ଦ୍ୱାରା ଭାଗ୍ୟ ଜାଗ୍ରତ ହୋଇଥାଏ। ଏହିଦିନ ଭଗବାନ ବିଷ୍ଣୁ କିମ୍ବା ନିଜ ଇଷ୍ଟଦେବୀଙ୍କ ଉପାସନା କରିବା ଉଚିତ। ଏହିଦିନ ନମୋଃ ଭଗବତେ ବାସୁଦେବାୟ ନମଃ ମନ୍ତ୍ର ଜପ କରିବା ଫଳରେ ଲାଭ ମିଳିଥାଏ।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+