ଦେବସ୍ନାନ ପୂର୍ଣ୍ଣିମା: ହିନ୍ଦୁ ଧର୍ମରେ କଣ ରହିଛି ଏହି ଦିନର ମହତ୍ୱ
ଦେବସ୍ନାନ ପୂର୍ଣ୍ଣିମା: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡ଼ି ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବର୍ଷକରେ ଥରେ ରତ୍ନବେଦୀ ଛାଡ଼ି ବାହାରକୁ ଆସି ସ୍ନାନମଣ୍ଡପରେ ହୋଇଥାଏ ସ୍ନାନ ପ୍ରକ୍ରିୟା । ହିନ୍ଦୁ ଧର୍ମରେ ଏହି ଦିନର ରହିଛି ବଡ଼ ମହତ୍ୱ ।
ପ୍ରତ୍ୟେକ ମାସର ଶେଷ ଦିନଟି ପୂର୍ଣିମା ପଡ଼ିଥାଏ । କିନ୍ତୁ ଜ୍ୟେଷ୍ଠ ମାସର ପୂର୍ଣିମା ଦିନକୁ ଜ୍ୟେଷ୍ଠ ପୂର୍ଣିମା ବା ଦେବସ୍ନାନ ପୂର୍ଣିମା ବୋଲି କୁହାଯାଇ ଥାଏ । ଏହିଦିନକୁ ମଧ୍ୟ ବାର୍ଷିକ ସ୍ନାନ ପର୍ବ ବୋଲି କୁହାଯାଇ ଥାଏ । ହିନ୍ଦୁ ଧର୍ମ ଅନୁସାରେ ଜ୍ୟେଷ୍ଠ ପୂର୍ଣିମା ଦିନ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ବଡଭାଇ ବଳଭଦ୍ର , ସାନ ଭାଇ ଭଉଣୀ ମା ଏବଂ ସୁଦର୍ଶନ ଙ୍କ ସହିତ ସ୍ନାନ ମଣ୍ଡପ ରେ ବିରାଜ ମାନ କରନ୍ତି । ଅସହ୍ୟ ଗରମ ପ୍ରକୋପ କୁ ସହି ନପାରି ସୁନା କୂଅ ର ସୁନା କଳସୀ ରେ ଆସିଥିବା ୧୦୮ ଜଳ ରେ ସ୍ନାନ କରିଥାଆନ୍ତି l ଏହି ମହାସ୍ନାନ ପରେ ପ୍ରଭୁ ଜ୍ବରରେ ପୀଡିତ ହେବେ ଏବଂ ଅଣସର ପିଣ୍ଡିକୁ ଯିବେ ।

ଏହି ଅଣସର ସମୟରେ ଶ୍ରୀ ଜୀଉଙ୍କୁ ଫୁଲୁରୀ ତେଲରେ ଉପଚାର କରାଯାଇ ଥାଏ । ରତ୍ନ ସିଂହାସନରେ ପଟି ଦିଅଁ ପୂଜା ପାଇ ଥାଆନ୍ତି । ଶ୍ରୀ ମନ୍ଦିରରେ ଅଣସର ସମୟରେ ମହା ପ୍ରସାଦ ପ୍ରସ୍ତୁତ ହୋଇ ନଥାଏ । କେବଳ ଶୁଖିଲା ଭୋଗ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରାଯାଏ ।
କଣ ରହିଛି ଏହାର ଧାର୍ମିକ ମହତ୍ୱ
ବିଶ୍ୱାସ ରହିଛି ଯେ ଯଦି ଏହିଦିନ ସ୍ନାନ ବେଦୀ ରେ ଶ୍ରୀଜୀଉଙ୍କୁ ଭକ୍ତ ମାନେ ଦର୍ଶନ କଲେ ସମସ୍ତ ପାପ ରୁ ମୁକ୍ତି ମିଳିଥାଏ । ସ୍କନ୍ଦ ପୁରାଣ ରେ ଉଲ୍ଲେଖ ରହିଛି ଯେ ରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରଥମ ଥର ପାଇଁ ଦେବସ୍ନାନ ପୁର୍ଣିମା କୁ ଆୟୋଜନ କରିଥିଲେ । ମାନ୍ୟତା ରହିଛି ଯେ ଯଦି ଏହିଦିନ ଶ୍ରୀଜଗନ୍ନାଥ ଙ୍କ ନିକଟରେ ତୁଳସୀ ଓ ଗଙ୍ଗା ଜଳ ଅର୍ପଣ କରାଯାଏ ତେବେ ଜାତକ ରୁ ଗ୍ରହ ଦୋଷ ଦୂର ହୋଇଥାଏ ।
ଜ୍ୟେଷ୍ଠ ପୂର୍ଣିମା ଦିନ ଜଗନ୍ନାଥ ସହସ୍ର ନାମ ଓ ବିଷ୍ଣୁ ସହସ୍ର ନାମ ପାଠ କରିବାର ରହିଛି ଅନେକ ମହତ୍ୱ, ଯଦି ଏହିଦିନ ଏହାକୁ ଘରେ ପାଠ କରାଯାଏ ତେବେ ଘରର ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ଗୃହ ର ମୁଖ୍ୟ ଦ୍ୱାର ହେଉଛି ଈଶ୍ୱର ଙ୍କ ଆଗମନ ର ଦ୍ୱାର, ତେଣୁ ଜ୍ୟେଷ୍ଠ ପୁର୍ଣିମା ଦିନ ଏଠାରେ ଗୋଟିଏ ଅଖଣ୍ଡ ଦୀପ ଅର୍ପଣ କରି ଗୋଟିଏ କଳସ ସ୍ଥାପନା କରନ୍ତୁ, ଏହାଦ୍ୱାରା ଘରର ନକାରାତ୍ମକ ଶକ୍ତି ର ବିନାଶ ହୋଇଥାଏ । ଆଜିର ଦିନରେ କିଛି ମିଠା ଜିନିଷ ଠାକୁରଙ୍କ ନିକଟରେ ପ୍ରସ୍ତୁତ କରି ଅର୍ପଣ କରନ୍ତୁ, ଏହାଦ୍ୱାରା ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ଐଶ୍ୱର୍ଯ୍ୟ ଲାଭ ମଧ୍ୟ ହୋଇଥାଏ ।












Click it and Unblock the Notifications