For Quick Alerts
Turn On Notification  
For Daily Alerts
Oneindia App Download

ପହିଲି ରଜର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାର ଗଣପର୍ବ ରଜରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପହିଲି ରଜରେ ପ୍ରଥମେ ଟ୍ବିଟ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଛନ୍ତି, ଓଡ଼ିଶା ସଂସ୍କୃତି ଓ ପରମ୍ପରାର ପ୍ରତୀକ । ଏହି ପର୍ବ ସମାଜରେ ଆନନ୍ଦ

|

ଭୁବନେଶ୍ବର: ଓଡ଼ିଶାର ଗଣପର୍ବ ରଜରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପହିଲି ରଜରେ ପ୍ରଥମେ ଟ୍ବିଟ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଛନ୍ତି, ଓଡ଼ିଶା ସଂସ୍କୃତି ଓ ପରମ୍ପରାର ପ୍ରତୀକ । ଏହି ପର୍ବ ସମାଜରେ ଆନନ୍ଦ,ଉତ୍ସାହ ଓ ଉଲ୍ଲାସ ଭରିଦେଉ । ଆହୁରି ମଧ୍ୟ ସେ ରାଜ୍ୟବାସୀଙ୍କ ଜୀବନ ସୁଖ ଓ ମଙ୍ଗଳମୟ ହେଉ ବୋଲି କାମନା କରିଛନ୍ତି ।

naveen

ଚଳିତ ବର୍ଷ ରଜ ଖୁବ୍ ଆନନ୍ଦ ଉଲ୍ଲାସ ସହିତ ପୁରପଲ୍ଲୀରେ ପାଳନ କରାଯାଉଛି । ଦୀର୍ଘ 2ବର୍ଷ ହେବ କୋଭିଡ ଯୋଗୁଁ ଏହି ଗଣପର୍ବ ପାଳନରେ ଲାଗିଥିଲା ରୋକ। ନା ଲାଗୁଥିଲା ତୋଟାରେ ଦୋଳି, ନା ବଣ୍ଟା ହେଉଥିଲା ରଜପାନ । ଗାଁର କୁଆଁରୀ ମାନେ ନା ସାହି ପଡିଶା ବୁଲୁଥିଲେ, ନା ସଜବାଜ ହୋଇ ଦୋଳି ଖେଳୁଥିଲେ ।

ଅର୍ଥାତ୍ କହିବାକୁ ଗଲେ ରଜ ଏକ ପ୍ରକାର ଫିକା ପଡିଥିଲା । ତେଣୁ ଚଳିତ ବର୍ଷ ଏହି ପର୍ବକୁ ଖୁବ ଉତ୍ସାହର ସହିତ ପାଳନ କରାଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Chief Minister Naveen Patnaik greeted odisha's Ganaparva Raja. He tweeted about this .
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X