For Quick Alerts
Turn On Notification  
For Daily Alerts
Oneindia App Download

ଆଜି ଚିଳିତ ବର୍ଷର ଶେଷ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, କରନ୍ତୁ ନାହିଁ ଏହି କାମ

ଆଜି ଚିଳିତ ବର୍ଷର ଶେଷ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, କରନ୍ତୁ ନାହିଁ ଏହି କାମ

|

Lunar Eclipse 2022: ଆଜି ଚଳିତ ବର୍ଷର ଦ୍ୱିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ । ଏହା ଦେଶର ଉତ୍ତର-ପୂର୍ବ ରାଜ୍ୟରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ ଏବଂ ଆଂଶିକ ଚନ୍ଦ୍ରଗ୍ରହଣ ଅନ୍ୟ ସ୍ଥାନରେ ଦୃଶ୍ୟମାନ ହେବ । ଚନ୍ଦ୍ର ଗ୍ରହଣ ଦିବା ୨ଟା ୩୯ ମିନିଟ ସ୍ପର୍ଶ ହେଇଥିବାରୁ ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ସକାଳ ୫ଟା ୩୯ ମିନିଟ ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ହୋଇଛି । ସେହିପରି ଗ୍ରହଣ ସର୍ବମୋକ୍ଷ ସଂଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ହେବ । ଅକ୍ଟୋବର ୨୫ରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହୋଇଥିଲା ଏହାର ୧୫ ଦିନ ବ୍ୟବଧାନରେ ଏହା ଦ୍ୱିତୀୟ ଚନ୍ଦ୍ରଗ୍ରହଣ ଲାଗିବା ପାଇଁ ଯାଉଛି । ଭାରତ ବ୍ୟତୀତ ନଭେମ୍ବର ୦୮ରେ ଆମେରିକା, ଅଷ୍ଟ୍ରେଲିଆ, ଏସିଆ ଓ ନ୍ୟୁଜିଲାଣ୍ତରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ଦୀର୍ଘ ୧ ଘଣ୍ଟା ୨୫ ମିନିଟ୍ ଧରି ଦୃଶ୍ୟମାନ ହେବ ।

Lunar Eclipse 2022
ଗୋଟିଏ ସରଳ ରେଖାରେ ରହିବେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର । ଚଳିତ ବର୍ଷର ଏହା ଶେଷ ତଥା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହୋଇଥିବା ବେଳେ ପୃଥିବୀ ଛାୟାରେ ଏହା ନାଲି ରଙ୍ଗର ଦେଖାଯିବ । ଯାହାକୁ ବାହର ଦେଶରେ ବ୍ଲଡ୍ ମୁନ୍ ବୋଲି ମଧ୍ୟ କୁହାଯାଏ ଯାଏ । ବୈଜ୍ଞାନିକ ଦୃଷ୍ଟିକୋଣରୁ ଚନ୍ଦ୍ରଗ୍ରହଣ ଦେଖିବାରେ କୌଣସି ଅସୁବିଧା ନାହିଁ ଏହାକୁ ଖାଲି ଆଖିରେ ବି ଦେଖି ପାରିବେ । କିନ୍ତୁ ଧାର୍ମିକ ବିଶ୍ୱାସ ଅନୁଯାୟୀ ଚନ୍ଦ୍ରଗ୍ରହଣ ସମୟରେ ଘରୁ ବାହାରକୁ ଯାଇ ଚନ୍ଦ୍ରଗ୍ରହଣକୁ ଦେଖିବା ଭଲ ନୁହେଁ । ଚନ୍ଦ୍ରଗ୍ରହଣ ସମୟରେ ନଦୀରେ ଗାଧୋଇବା ଉଚିତ୍, ଦାନ କରିବା ଏବଂ ସମସ୍ତ ଉତ୍ତମ କାର୍ଯ୍ୟ କରିବା ଉଚିତ୍, କିନ୍ତୁ ଦେବାଦେବୀଙ୍କ ପ୍ରତିମାକୁ ଛୁଇଁବା ଉଚିତ୍ ନୁହେଁ । ମନ୍ତ୍ର ଜପ କରିବାର ଏହା ହେଉଛି ସର୍ବୋତ୍ତମ ସମୟ ।

ଚନ୍ଦ୍ର ଗ୍ରହଣ ସମୟରେ କଣ କରିବେ ନାହିଁ?
ବାହାରୁକୁ ବାହାରିବେ ନାହିଁ
ସୂତକ କାଳରେ ସିଲେଇ, ବୁଣା, ରାନ୍ଧିବା, କାଟିବା ଓ ଭୋଜନ ବାରଣ ।
ଗର୍ଭବତୀ କୌଣସି କାର୍ଯ୍ୟ କରନ୍ତୁ ନାହିଁ ।
ଝରକା, କବାଟ ବନ୍ଦ ରଖନ୍ତୁ ।
ଶୁଭ କାର୍ଯ୍ୟ ଓ ପୂଜାର୍ଚ୍ଚନା ନିଷିଧ ।
ତୁଳସୀ ସମେତ ଅନ୍ୟ ଗଛକୁ ଛୁଅନ୍ତୁ ନାହିଁ ।
ଗ୍ରହଣ ଶେଷ ହେଲେ ସ୍ନାନ କରନ୍ତୁ ।

ତେବେ ଚନ୍ଦ୍ର ପୃଥିବୀର ଓ ପୃଥିବୀ ସୂର୍ଯ୍ୟର ଚାରିପଟେ ଘୁରୁଛି । ଯେଉଁ ଦିନ ଚନ୍ଦ୍ର, ପୃଥିବୀ ଆଉ ସୂର୍ଯ୍ୟ ଗୋଟିଏ ସରଳ ରେଖାରେ ଅବତୀର୍ଣ୍ଣ କରନ୍ତି ଏବଂ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଅବସ୍ଥାନ କରେ ସେହି ଦିନ ଚନ୍ଦ୍ରଗ୍ରହଣ ହୋଇଥାଏ । ଚନ୍ଦ୍ର ଗ୍ରହଣ ଦିନ ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକ ଚନ୍ଦ୍ରଙ୍କ ପାଖରେ ପହଞ୍ଚି ପାରେ ନାହିଁ ଏବଂ ସେହି ସମୟରେ ପୃଥିବୀର ଛାଇ ଚନ୍ଦ୍ରଙ୍କ ଉପରେ ପଡେ ଆଉ ଚନ୍ଦ୍ର ଲାଲ୍ ଦେଖାଯାଏ । ତେବେ ଏହି ସ୍ଥିତି କେବଳ ପୂର୍ଣ୍ଣିମା ତିଥିରେ ହୋଇଥାଏ । କିନ୍ତୁ ଏହା ସବୁ ପୁର୍ଣ୍ଣମୀରେ ହୁଏ ନାହିଁ । ଚଳିତବର୍ଷ 2ଟି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦେଖିବା ପାଇଁ ମିଳିଛି । ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ମେ ୧୫ରେ ଲାଗିଥିବା ବେଳେ ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ନଭେମ୍ବର 8 ଅର୍ଥାତ୍ ଆଜି ଲାଗିବା ପାଇଁ ଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Lunar Eclipse 2022:know More About Chandra Grahan
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X