ଆଜି ଚିଳିତ ବର୍ଷର ଶେଷ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, କରନ୍ତୁ ନାହିଁ ଏହି କାମ
ଆଜି ଚିଳିତ ବର୍ଷର ଶେଷ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, କରନ୍ତୁ ନାହିଁ ଏହି କାମ
Lunar Eclipse 2022: ଆଜି ଚଳିତ ବର୍ଷର ଦ୍ୱିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ । ଏହା ଦେଶର ଉତ୍ତର-ପୂର୍ବ ରାଜ୍ୟରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ ଏବଂ ଆଂଶିକ ଚନ୍ଦ୍ରଗ୍ରହଣ ଅନ୍ୟ ସ୍ଥାନରେ ଦୃଶ୍ୟମାନ ହେବ । ଚନ୍ଦ୍ର ଗ୍ରହଣ ଦିବା ୨ଟା ୩୯ ମିନିଟ ସ୍ପର୍ଶ ହେଇଥିବାରୁ ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ସକାଳ ୫ଟା ୩୯ ମିନିଟ ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ହୋଇଛି । ସେହିପରି ଗ୍ରହଣ ସର୍ବମୋକ୍ଷ ସଂଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ହେବ । ଅକ୍ଟୋବର ୨୫ରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହୋଇଥିଲା ଏହାର ୧୫ ଦିନ ବ୍ୟବଧାନରେ ଏହା ଦ୍ୱିତୀୟ ଚନ୍ଦ୍ରଗ୍ରହଣ ଲାଗିବା ପାଇଁ ଯାଉଛି । ଭାରତ ବ୍ୟତୀତ ନଭେମ୍ବର ୦୮ରେ ଆମେରିକା, ଅଷ୍ଟ୍ରେଲିଆ, ଏସିଆ ଓ ନ୍ୟୁଜିଲାଣ୍ତରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ଦୀର୍ଘ ୧ ଘଣ୍ଟା ୨୫ ମିନିଟ୍ ଧରି ଦୃଶ୍ୟମାନ ହେବ ।

ଚନ୍ଦ୍ର ଗ୍ରହଣ ସମୟରେ କଣ କରିବେ ନାହିଁ?
ବାହାରୁକୁ ବାହାରିବେ ନାହିଁ
ସୂତକ କାଳରେ ସିଲେଇ, ବୁଣା, ରାନ୍ଧିବା, କାଟିବା ଓ ଭୋଜନ ବାରଣ ।
ଗର୍ଭବତୀ କୌଣସି କାର୍ଯ୍ୟ କରନ୍ତୁ ନାହିଁ ।
ଝରକା, କବାଟ ବନ୍ଦ ରଖନ୍ତୁ ।
ଶୁଭ କାର୍ଯ୍ୟ ଓ ପୂଜାର୍ଚ୍ଚନା ନିଷିଧ ।
ତୁଳସୀ ସମେତ ଅନ୍ୟ ଗଛକୁ ଛୁଅନ୍ତୁ ନାହିଁ ।
ଗ୍ରହଣ ଶେଷ ହେଲେ ସ୍ନାନ କରନ୍ତୁ ।
ତେବେ ଚନ୍ଦ୍ର ପୃଥିବୀର ଓ ପୃଥିବୀ ସୂର୍ଯ୍ୟର ଚାରିପଟେ ଘୁରୁଛି । ଯେଉଁ ଦିନ ଚନ୍ଦ୍ର, ପୃଥିବୀ ଆଉ ସୂର୍ଯ୍ୟ ଗୋଟିଏ ସରଳ ରେଖାରେ ଅବତୀର୍ଣ୍ଣ କରନ୍ତି ଏବଂ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଅବସ୍ଥାନ କରେ ସେହି ଦିନ ଚନ୍ଦ୍ରଗ୍ରହଣ ହୋଇଥାଏ । ଚନ୍ଦ୍ର ଗ୍ରହଣ ଦିନ ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକ ଚନ୍ଦ୍ରଙ୍କ ପାଖରେ ପହଞ୍ଚି ପାରେ ନାହିଁ ଏବଂ ସେହି ସମୟରେ ପୃଥିବୀର ଛାଇ ଚନ୍ଦ୍ରଙ୍କ ଉପରେ ପଡେ ଆଉ ଚନ୍ଦ୍ର ଲାଲ୍ ଦେଖାଯାଏ । ତେବେ ଏହି ସ୍ଥିତି କେବଳ ପୂର୍ଣ୍ଣିମା ତିଥିରେ ହୋଇଥାଏ । କିନ୍ତୁ ଏହା ସବୁ ପୁର୍ଣ୍ଣମୀରେ ହୁଏ ନାହିଁ । ଚଳିତବର୍ଷ 2ଟି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦେଖିବା ପାଇଁ ମିଳିଛି । ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ମେ ୧୫ରେ ଲାଗିଥିବା ବେଳେ ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ନଭେମ୍ବର 8 ଅର୍ଥାତ୍ ଆଜି ଲାଗିବା ପାଇଁ ଯାଉଛି ।
-
ହୋଲିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ -
କାଶ୍ମୀରରେ ବଡ଼ ଧରଣର ପ୍ରତିବାଦ ; କାଶ୍ମୀରରେ ସ୍କୁଲ-କଲେଜ ବନ୍ଦ -
ଆଜି ବର୍ଷର ପ୍ରଥମ ଚନ୍ଦ୍ର ଗହଣ: ସକାଳ ୬ଟା ୨୦ରୁ ପାକ ତ୍ୟାଗ, ସନ୍ଧ୍ୟା ୬ଟା ୪୭ ପରେ.... -
ଆମେରିକା F-15 ଯୁଦ୍ଧ ବିମାନକୁ ଖସାଇଲା ଇରାନ -
ବିଶ୍ୱର ପ୍ରଥମ ମହିଳା ଭାବେ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କଲେ ମେଲାନିଆ ଟ୍ରମ୍ପ -
ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧ ବିଷୟରେ ଭବିଷ୍ୟବାଣୀ, ସୋସିଆଲ ମିଡ଼ିଆରେ ଆତଙ୍କ -
ଟାଇଁ ଟାଇଁ ଖରା, ୩୯ ଡିଗ୍ରୀ ଛୁଇଁପାରେ ପାରଦ -
ଇରାନ୍-ଆମେରିକା ଯୁଦ୍ଧକୁ ନେଇ ସତର୍କ କରାଇଲା ଭାରତ, ସବୁ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଚିଠି -
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଡାକିଲେ ଗୁରୁତ୍ବପୂର୍ଣ୍ଣ ବୈଠକ -
ଇରାନର ଡ୍ରୋନ୍ ଶକ୍ତି ଦେଖି ଆମେରିକା ଆଶ୍ଚର୍ଯ୍ୟ -
ଚନ୍ଦ୍ରଗ୍ରହଣ:ଜାଣନ୍ତୁ କିପରି କରିବେ ପାଳନ ? କ'ଣ ଖାଇବେ, କ'ଣ ପିଇବେ ? -
ଇରାନର ସବୁଠୁ ଶକ୍ତିଶାଳୀ ମୁଖ୍ୟାଳୟକୁ ଧ୍ୱଂସ କଲା ଆମେରିକା ସେନା












Click it and Unblock the Notifications