Chaitra Navratri Calendar 2025: କେବେ ଠାରୁ ଆରମ୍ଭ ହେବ ଚୈତ୍ର ନବରାତ୍ରୀ
Chaitra Navratri Calendar 2025: ବର୍ଷକୁ ଚାରିଥର ନବରାତ୍ରି ପାଳନ କରାଯାଏ । ଚୈତ୍ର ମାସରେ ପଡୁଥିବା ନବରାତ୍ରିକୁ ଚୈତ୍ର ନବରାତ୍ରି କୁହାଯାଏ, ଯାହା ଚୈତ୍ର ମାସର ଶୁକ୍ଳ ପକ୍ଷର ପ୍ରତିପଦ ତିଥିରୁ ଆରମ୍ଭ ହୋଇଥାଏ। ନଅ ଦିନ ଧରି ନବରାତ୍ରିରେ ଦେବୀ ଦୁର୍ଗାଙ୍କ ନଅଟି ରୂପର ପୂଜାର୍ଚ୍ଚନା କରାଯାଏ ।ପ୍ରଥମ ଦିନରେ, କଳଶ ସ୍ଥାପନା କିମ୍ବା ଘଟ ସ୍ଥାପନା କରାଯାଏ, ଅଖଣ୍ଡ ଦୀପ ଜଳା ଯାଏ ।
ନବରାତ୍ରିର ଶେଷ ଦିନରେ ରାମ ନବମୀ ପଡିଥାଏ । ଯାହା ସାରା ଦେଶରେ ପାଳନ କରାଯାଏ । ନବରାତ୍ରିର ନଅ ଦିନ ମଧ୍ୟରେ ପ୍ରତିଦିନ ଭକ୍ତି ଏବଂ ସକାରାତ୍ମକ ଶକ୍ତିର ପରିବେଶ ରହିଥାଏ।

ଚଳିତ ବର୍ଶ ଚୈତ୍ର ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥିରୁ ଚୈତ୍ର ନବରାତ୍ରି ଆରମ୍ଭ ହେବ । ୨୦୨୫ ମସିହାରେ, ଚୈତ୍ର ନବରାତ୍ରି ୩୦ ମାର୍ଚ୍ଚରୁ ଆରମ୍ଭ ହେଉଛି। ପ୍ରତିପଦା ତିଥି ୨୯ ମାର୍ଚ୍ଚ ଅପରାହ୍ନ ୪:୨୭ ରେ ଆରମ୍ଭ ହେବ ଏବଂ ୩୦ ମାର୍ଚ୍ଚ ଦିନ ୧୨:୪୯ ରେ ଶେଷ ହେବ। ୩୦ ତାରିଖରେ ଚୈତ୍ର ନବରାତ୍ରିର ପ୍ରଥମ ଦିନରେ ପୂଜା ଏବଂ କଳସ ସଂସ୍ଥାପନ କରାଯିବ। ଚୈତ୍ର ନବରାତ୍ରି ୭ ଏପ୍ରିଲରେ ଶେଷ ହେବ ଏବଂ ରାମ ନବମୀ ମଧ୍ୟ ସେହି ଦିନ ପାଳନ କରାଯିବ।












Click it and Unblock the Notifications