ଚୈତ୍ର ନବରାତ୍ରୀ: ନବମୀରେ ଏପରି କରନ୍ତୁ କନ୍ୟା ପୂଜନ
Chaitra Navratri 2025: ଚୈତ୍ର ନବରାତ୍ରୀ ମାର୍ଚ୍ଚ ୩୦ ତାରିଖରୁ ଆରମ୍ଭ ହୋଇଛି ଏବଂ ୬ ଏପ୍ରିଲ ରାମ ନବମୀ ଦିନ ଶେଷ ହେବ । ଚଳିତ ବର୍ଷ ନବରାତ୍ରି କେବଳ ୮ ଦିନର ପାଇଁ ପାଳନ କରାଯିବ । କାରଣ ପଞ୍ଚମୀ ତିଥି ମଧ୍ୟଭାଗରେ ଶେଷ ହେବ। ମହାଅଷ୍ଟମୀ ଏବଂ ମହାନବମୀ ଉଭୟ ରବିବାର ଏପ୍ରିଲ ୬ ତାରିଖରେ ପାଳନ କରାଯିବ। ନବରାତ୍ରି ଉପବାସ ୭ ଏପ୍ରିଲ ସୋମବାରରେ ଶେଷ ହେବ।
ମାଆ ଦୁର୍ଗାଙ୍କ ନଅ ଦିନ ପୂଜାର୍ଚ୍ଚନା କରିବା ପରେ ଭକ୍ତମାନେ କନ୍ୟା ପୂଜନ ଏବଂ ଭୋଗ ଅର୍ପଣ କରି ଉପବାସ ସମାପ୍ତ କରନ୍ତି । ଏହି ଦିନ ଦାନ କରିବାର ଏକ ଖାସ ମହତ୍ୱ ରହିଛି । ଦୁଃଖୀ ଲୋକଙ୍କୁ ଖାଦ୍ୟ ଦେବା ଅତ୍ୟନ୍ତ ପୁଣ୍ୟ କାର୍ଯ୍ୟ ବୋଲି ବିବେଚନା କରାଯାଏ।

ନବରାତ୍ରୀର ଅଷ୍ଟମୀ ଦିନ ୯ ଜଣ ଝିଅଙ୍କୁ ଖାଦ୍ୟ ଦିଅନ୍ତୁ, ସେମାନଙ୍କ ପୂଜାର୍ଚ୍ଚନା କରନ୍ତୁ । ଘରେ ନିରାମିଷ ଖାଦ୍ୟ ପ୍ରସ୍ତୁତ କରିବା ପରେ, ପ୍ରଥମେ ଏହାକୁ ମା ଦୁର୍ଗାଙ୍କୁ ଅର୍ପଣ କରନ୍ତୁ । ଏହି ଦିନ ଦାନ କରିବା ଦ୍ୱାରା ବିଶେଷ ଫଳ ମିଳିଥାଏ।
ନବରାତ୍ରୀର ଅଷ୍ଟମୀ କିମ୍ବା ନବମୀ ତିଥିରେ କନ୍ୟା ପୂଜନ କରାଯାଏ, ଯେଉଁଥିରେ ଦେବୀଙ୍କ ନଅଟି ରୂପ ଭାବରେ ୧ ରୁ ୧୦ ବର୍ଷ ବୟସର ନଅ ଜଣ ଝିଅଙ୍କୁ ନିମନ୍ତ୍ରଣ କରାଯାଏ ଏବଂ ଭଗବାନ ଭୈରବଙ୍କ କୋମଳ ରୂପ ଭାବରେ ଗୋଟିଏ ପୁଅକୁ ମଧ୍ୟ ଘରକୁ ନିମନ୍ତ୍ରଣ କରାଯାଏ ଏବଂ ପୂଜାର୍ଚ୍ଚନା କରାଯାଏ । ପୂଜା ପାଇଁ, ସକାଳେ ସ୍ନାନ କରି ସଫା ପୋଷାକ ପିନ୍ଧନ୍ତୁ । ପ୍ରଥମେ ମା ଦୁର୍ଗାଙ୍କର ପୂଜାର୍ଚ୍ଚନା କରନ୍ତୁ, ଭୋଗ ଲାଗି କରନ୍ତୁ ।
ପରେ ଝିଅମାନଙ୍କର ପାଦ ଧୋଇ ସେମାନଙ୍କୁ ଆସନରେ ବସାଇ ଦିଅନ୍ତୁ।
ସେମାନଙ୍କ ମୁଣ୍ତରେ ସିନ୍ଦୁର, ଚନ୍ଦନ ଲଗାଇବା ପରେ ଏବଂ ମୁଣ୍ତରେ ନାଲି କପଡା ମଧ୍ୟ ବାନ୍ଧି ପାରିବେ ।
ପ୍ରସାଦ ଭାବରେ ପୁରୀ, କଳା ଚଣା ଏବଂ ହାଲୱା ପରିବେଷଣ କରନ୍ତୁ।
ଭୋଜନ ପରେ, ଆପଣଙ୍କ ସାମର୍ଥ୍ୟ ଅନୁସାରେ ଦକ୍ଷିଣା, ଉପହାର କିମ୍ବା ପୋଷାକ ପ୍ରଦାନ କରି ସେମାନଙ୍କ ଆଶୀର୍ବାଦ ନିଅନ୍ତୁ।
କନ୍ୟା ସନ୍ତାନଙ୍କୁ ପୂଜା କରିବା ଦ୍ୱାରା, ଦେବୀ ଦୁର୍ଗାଙ୍କ ଆଶୀର୍ବାଦ ମିଳିଥାଏ ଏବଂ ଘରେ ସୁଖ ଏବଂ ସମୃଦ୍ଧି ବଜାୟ ରହିଥାଏ ।












Click it and Unblock the Notifications