ପବିତ୍ର ନବରାତ୍ରୀରେ ଘରକୁ ଆଣନ୍ତୁ ଏହି ଜିନିଷ, ପଢନ୍ତୁ

ନବରାତ୍ର ଦିନଗୁଡିକୁ ଶୁଭ ବୋଲି ମାନିଥାନ୍ତି ଲୋକେ, ତେଣୁ ଦଶହରାରେ ଘରକୁ କିଛି ନୂଆ ଜିନିଷ କିଣି ଆଣିଲେ ଶୁଭ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ସମୟରେ କେଉଁ ଜିନିଷ ଘରକୁ ଆଣିଲେ ଶୁଭ...

ନବରାତ୍ରୀ ହେଉଛି ଏକ ହିନ୍ଦୁ ପର୍ବ ଯାହା ଅତ୍ୟଧିକ ଧାର୍ମିକ ମହତ୍ତ୍ୱ ରଖେ । ଏହି ପର୍ବ ନଅ ଦିନ ପାଇଁ ପାଳନ କରାଯାଏ। ହିନ୍ଦୁ ଧର୍ମ ଅନୁଯାୟୀ, ଚାରୋଟି ନବରାତ୍ରୀ ଅଛି: ଗୋଟିଏ ଯାହା ଚୈତ୍ର ମାସରେ ପଡେ, ଦ୍ୱିତୀୟଟି ...ମାସରେ ପଡେ, ତୃତୀୟ ନବରାତ୍ରୀ ମାଘ ମାସରେ ପଡେ ଏବଂ ଚତୁର୍ଥଟି ଆଷାଢ ମାସରେ ପାଳନ କରାଯାଇଥାଏ ।

navaratri

ତେବେ ଚଳିତ ବର୍ଷର ନବରାତ୍ରୀ ଆରମ୍ଭ ହୋଇ ସାରିଛି । ଏହା ଅକ୍ଟୋବର 5 ପର୍ଯ୍ୟନ୍ତ ଚାଲିବ । ନବରାତ୍ର ଦିନମାନଙ୍କରେ ମା ଦୁର୍ଗାଙ୍କ ନଅ ରୂପର ପୂଜା କରାଯାଏ। ଏଣୁ ନବରାତ୍ର ଦିନଗୁଡିକୁ ଶୁଭ ବୋଲି ମାନିଥାନ୍ତି ଲୋକେ, ତେଣୁ ଦଶହରାରେ ଘରକୁ କିଛି ନୂଆ ଜିନିଷ କିଣି ଆଣିଲେ ଶୁଭ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ସମୟରେ କେଉଁ ଜିନିଷ ଘରକୁ ଆଣିଲେ ଶୁଭ...

ମାଟିର ଘର

ଏହି ସମୟରେ ଯଦି ଆପଣଙ୍କୁ ମାଟିର ଘର ମିଳିଯାଏ ତେବେ ନିଶ୍ଚିତ କିଣି ଆଣନ୍ତୁ। ନଚେତ ଘରେ ନିଜେ ମାଟିରେ ଘରଟିଏ ତିଆରି କରନ୍ତୁ। ଏହାକୁ ପୂଜା ଦିନମାନଙ୍କରେ ମାଙ୍କ ନିକଟରେ ରଖନ୍ତୁ। ଏପରି କରିବା ଦ୍ୱାରା ସମ୍ପତ୍ତି ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏଥିସିହତ ପରିବାରରେ ଥିବା ବାଦିବାବାଦ ସମାଧାନ ହୋଇଯାଏ ।

ଶୃଙ୍ଗାର

ଦୁର୍ଗା ମାଆଙ୍କୁ ଶୃଙ୍ଗାର ହେବାକୁ ଖୁବ ପସନ୍ଦ । ତେଣୁ ବିବାହିତ ମହିଳାମାନେ ନବରାତ୍ରି କାଳରେ ମାଆ ଦୁର୍ଗାଙ୍କୁ ନାଲି ଓଢଣୀ ସହିତ ସୁହାଗ ସାମଗ୍ରୀ ଅର୍ପିତ କରନ୍ତୁ। ଏପରି କରିବା ଦ୍ୱାରା ସ୍ୱାମୀଙ୍କ ଆୟୁଷ ବୃଦ୍ଧି ହୋଇଥାଏ । କୁମାରୀମାନେ ଏପରି କରିବା ଦ୍ବାରା ଭଲ ବର ପ୍ରାପ୍ତ ହୋଇଥାଏ ।

ପତାକା

ନବରାତ୍ରୀର ପ୍ରଥମ ଦିନରେ ତିନିକୋଣିଆ ପତାକା କିଣି ଘରକୁ ଆଣିଲେ ଏହା ଶୁଭଦାୟକ ବୋଲି କୁହାଯାଏ । ପତାକାକୁ ସମସ୍ତେ ବିଜୟର ପ୍ରତିକ ବୋଲି ମାନିଥାନ୍ତି । ତେଣୁ ଏପରି କରିବା ଦ୍ବାରା ଆପଣ କେଉଁ ବି ସ୍ଥାନରେ ହାରିବେ ନାହିଁ । ପ୍ରଥମ ଦିନରେ ଏହି ପତାକା କିଣି ନଅ ଦିନ ପର୍ଯ୍ୟନ୍ତ ପୂଜା କରନ୍ତୁ । ଦେଖିବା ଆପଣଙ୍କର ସମସ୍ତ ମନୋକାମନା ପୂରଣ ହେବ।

ରୂପା ସାମଗ୍ରୀ

ନବରାତ୍ର କାଳରେ ଘରକୁ ରୂପାର ଯେ କୌଣସି ବି ସାମଗ୍ରୀ କିଣିଆଣିଲେ ସୌଭାଗ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି। ଏମିତିରେ ରୂପା ସମୃଦ୍ଧିର ପ୍ରତୀକ ହୋଇଥାଏ। ଏଣୁ ନବରାତ୍ରି ଦିନମାନଙ୍କରେ ଘରକୁ ରୂପା ଅଳଙ୍କାର, ବାସନକୁସନ ବା ଏପରି କିଛି କ୍ରୟ କରି ଆଣିଲେ ଘରର ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ। ମାଆଙ୍କୁ ଅର୍ପଣ କରି ଏହି ଜିନିଷ ଆପଣ ପରବର୍ତ୍ତୀ ସମୟରେ ବ୍ୟବହାର କରିବା ଦ୍ବାରା ଆପଣଙ୍କୁ ଲାଭ ମିଳିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+