ନବରାତ୍ରୀ ସମୟରେ ରୂପା ସହ ଘରକୁ ଆଣନ୍ତୁ ଏହି ଜିନିଷ , ହେବ ଧନର ବର୍ଷା

Durga Puja 2024: ନବରାତ୍ରୀର ଅନେକ ଧାର୍ମିକ ମହତ୍ତ୍ୱ ରହିଛି । ନଅ ଦିନ ମାଁଙ୍କର ପୂଜାର୍ଚ୍ଚନା କରାଯାଏ, ସନାତନ ଧର୍ମରେ ଶାରଦୀୟ ନବରାତ୍ରୀ ପର୍ବ ବହୁତ ଧୁମଧାମରେ ପାଳନ କରାଯାଏ । ଏହି ପର୍ବ ଦେବୀ ଶକ୍ତି ମାଆ, ଦୁର୍ଗାଙ୍କ ପୂଜା ପାଇଁ ଉତ୍ସର୍ଗୀକୃତ । ପ୍ରତିବର୍ଷ ଶାରଦୀୟ ନବରାତ୍ରୀ ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଥାଏ ।

ତେବେ ମାନ୍ୟତା ରହିଛି ଏହି ସମୟରେ ଘରକୁ କିଛି ଶାମଗ୍ରୀ ଆଣିବା ଦ୍ୱାରା ଘରେ ଦୁଃଖ ଦୂର ହେବା ସହ ଧନର ବର୍ଷା ହୋଇଥାଏ । ଏଥର ନବରାତ୍ରୀ ୩ ଅକ୍ଟୋବରରୁ ଆରମ୍ଭ ହୋଇ ୧୩ ଅକ୍ଟୋବରରେ ଶେଷ ହେବ ।

navaratri

ଶୃଙ୍ଗାର
ଦୁର୍ଗା ମାଆଙ୍କୁ ଶୃଙ୍ଗାର ହେବାକୁ ଖୁବ ପସନ୍ଦ । ତେଣୁ ବିବାହିତ ମହିଳାମାନେ ନବରାତ୍ରି କାଳରେ ମାଆ ଦୁର୍ଗାଙ୍କୁ ନାଲି ଓଢଣୀ ସହିତ ସୁହାଗ ସାମଗ୍ରୀ ଅର୍ପଣ କରିବା ଶୁଭ ମନେ କରାଯାଏ । ଏପରି କରିବା ଦ୍ୱାରା ସ୍ୱାମୀଙ୍କ ଆୟୁଷ ବୃଦ୍ଧି ହୋଇଥାଏ । ସେହିପରି କୁହାଯାଏ ଘରେ ଧନର ଅଭାବ ଦୂର ହୋଇଥାଏ ।

ପତାକା
ନବରାତ୍ରୀର ପ୍ରଥମ ଦିନରେ ତିନିକୋଣିଆ ପତାକା କିଣି ଘରକୁ ଆଣିଲେ ଏହା ଶୁଭଦାୟକ ବୋଲି କୁହାଯାଏ । ପତାକାକୁ ସମସ୍ତେ ବିଜୟର ପ୍ରତିକ ବୋଲି ମାନିଥାନ୍ତି । ତେଣୁ ଏପରି କରିବା ଦ୍ବାରା ଆପଣ କେଉଁ ବି ସ୍ଥାନରେ ହାରିବେ ନାହିଁ । ଆପଣଙ୍କର ସମସ୍ତ ମନୋକାମନା ପୂରଣ ହେବ।

ରୂପା ସାମଗ୍ରୀ
ନବରାତ୍ର କାଳରେ ଘରକୁ ରୂପାର ଯେ କୌଣସି ବି ସାମଗ୍ରୀ କିଣିଆଣିଲେ ସୌଭାଗ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି। ଏମିତିରେ ରୂପା ସମୃଦ୍ଧିର ପ୍ରତୀକ ହୋଇଥାଏ । ଏଣୁ ନବରାତ୍ରି ଦିନମାନଙ୍କରେ ଘରକୁ ରୂପା ଅଳଙ୍କାର, ବାସନକୁସନ ବା ଏପରି କିଛି କ୍ରୟ କରି ଆଣିଲେ ଘରର ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ । ମାଆଙ୍କୁ ଅର୍ପଣ କରି ଏହି ଜିନିଷ ଆପଣ ପରବର୍ତ୍ତୀ ସମୟରେ ବ୍ୟବହାର କରିବା ଦ୍ବାରା ଆପଣଙ୍କୁ ଲାଭ ମିଳିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+