For Quick Alerts
Turn On Notification  
For Daily Alerts
Oneindia App Download

ଆସୁଛି ଗଣେଶ ପୂଜା: ଗାଇଡଲାଇନ ଜାରି କଲା ବିଏମସି

By Staff
|

ଭୁବନେଶ୍ୱର: ଆସନ୍ତା ସପ୍ତାହରେ ଆସୁଛି ଗଣେଶ ପୂଜା । ସମଗ୍ର ରାଜ୍ୟରେ ବିଘ୍ନ ବିନାଶନଙ୍କ ପୂଜା ଅତି ଧୁମଧାମରେ ପଡୁଥିବା ବେଳେ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋବିଡ କଟକଣା ମଧ୍ୟରେ ପାଳନ ହେବ ଗଣେଶ ପୂଜା । ଏଥିପାଇଁ ଗତ ଅଗଷ୍ଟ ୯ ତାରିଖରେ ପୂଜା ପାର୍ବଣ ପାଳନ ସମ୍ବନ୍ଧରେ ରାଜ୍ୟ ସରକାର ଜାରି କରିଥିଲେ ଗାଇଡଲାଇନ । ରାଜଧାନୀରେ କିପରି ହେବ ଗଣେଶ ପୂଜା ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଜାରି କରାଯାଇଛି ନିର୍ଦେଶାବଳି । ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା କରିବାକୁ କମିଶନରେଟ ପୁଲିସ ଠାରୁ ଅନୁମତି ନେବାକୁ ପଡ଼ିବ ।

Ganesh puja

ମଣ୍ଡପ/ପେଣ୍ଡାଲର ତିନି ପଟକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଘର ଭିତରେ ପୂଜା କରିବା ଭଳି କେବଳ ବିଧି ଅନୁପାଳନ ହେବ । ମଣ୍ଡପରେ ସର୍ବସାଧାରଣ ଦର୍ଶନ ଅନୁମତି ନାହିଁ । ସେହିପରି ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ । ପୂଜା ସମୟରେ ପୂଜକ ଓ ଆୟୋଜକ ସଦସ୍ୟଙ୍କୁ ମିଶାଇ ମଣ୍ଡପ ଭିତରେ ୭ରୁ ଅଧିକ ଲୋକ ରହିପାରିବେ ନାହିଁ । ଯେଉଁମାନେ ମଣ୍ଡପରେ ପୂଜା ବେଳେ ଉପସ୍ଥିତ ରହିବେ ସେମାନେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ । ଆୟୋଜକ ନିଶ୍ଚିତ କରିବେ ଯେ, ଯେଉଁମାନେ ପୂଜାରେ ଉପସ୍ଥିତ ରହିବେ ସେମାନେ ଟିକା ନେଇଛନ୍ତି ।

Ganesh puja bhubaneswar

ମୂର୍ତ୍ତି ବିସର୍ଜନ କେବଳ ବିଏମସି କରିଥିବା କୃତ୍ରିମ ଜଳାଶୟରେ କରିବାକୁ ପଡ଼ିବ । ସେହିପରି ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟରରେ ବି ଏସବୁ ଗାଇଡଲାଇନ୍ ପାଳନ କରି ପୂଜା କରିପାରିବେ । ସର୍ବାଧିକ ୨୦ ଜଣ ସାମିଲ ହୋଇପାରିବେ । ସମସ୍ତେ କୋଭିଡ୍ ପ୍ରୋଟକଲ୍ ମାନିବେ । ଭୋଜି କିମ୍ବା ପ୍ରସାଦ ସେବନକୁ ଅନୁମତି ନାହିଁ । ଗାଇଡଲାଇନର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଭୁବନେଶ୍ବର ମହା ନଗର ନିଗମ ପକ୍ଷରୁ କୁହାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
BMC Bhubaneswar issues guidelines for ganesh puja celebration
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X