ରଥଯାତ୍ରା ପୂର୍ବରୁ ସବୁ ଗାଁରେ ଭାଗବତ ଟୁଙ୍ଗି

ଥଯାତ୍ରା ପୂର୍ବରୁ ରାଜ୍ୟର ସବୁ ଗାଁରେ ଭାଗବତ ଟୁଙ୍ଗି କରାଯିବ

ଭୁବନେଶ୍ୱର । ରଥଯାତ୍ରା ପୂର୍ବରୁ ରାଜ୍ୟର ସବୁ ଗାଁରେ ଭାଗବତ ଟୁଙ୍ଗି କରାଯିବ । ଏଥିପାଇଁ ଓଡ଼ିଶାରେ ସମସ୍ତ ଜିଲ୍ଲାର 30 ଗୋଟି ଗ୍ରାମକୁ ନେଇ କଳା, ସଂସ୍କୃତି ଓ ବିକାଶର ସମନ୍ୱୟକୁ ଆଖି ଆଗରେ ରଖି ଲୋକକଳା ଗ୍ରାମ୍ୟ ଭାବରେ ଚୟନ କରାଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ ଏନେଇ ସୂଚନା ଦେଇଛନ୍ତି ।

ଭାଗବତ

ସେ ଆହୁରି କହିଛନ୍ତି ଚୟନ ହୋଇଥିବା ଗ୍ରାମ ନିଶ୍ଚିତ ଭାବରେ ସେଠାକାର ଏକ ପର୍ଯ୍ୟଟନ ସ୍ଥଳୀ ନିକଟବର୍ତ୍ତୀ ହୋଇଥିବ । ଏଠାରେ ଗ୍ରାମର ପାରମ୍ପରିକ ଲୋକକଳା ଓ କଳା ସଂସ୍କୃତିର ନିଦର୍ଶନ ରହିବ । ସେହିପରି ରାଜ୍ୟର ସମସ୍ତ ଜିଲ୍ଲାରେ ନାଟ୍ୟ ମଣ୍ଡପ ତିଆରି ହେବ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଓ ଢେଙ୍କାନାଳରେ ତିଆରି ହୋଇଛି । ଜିଲ୍ଲାସ୍ତରରେ ଥିବା କମିଟି ଗୁଡିକ କିପରି ସକ୍ରିୟ ହେବ ତାକୁ ଧ୍ୟାନ ଦିଆଯିବ । ଯେଉଁ ଜିଲ୍ଲାର ପ୍ରଦର୍ଶନ ଭଲ ରହିବ ତାକୁ ପୁରଷ୍କୃତ କରାଯିବ ବୋଲି କହିଛନ୍ତି ଶ୍ରୀ ଦାସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+