ମୃତ୍ୟୁ ପାଖେଇ ଆସିଲେ କ'ଣ ଦେଖା ଦିଏ ? ପଢନ୍ତୁ ଆଉ ଜାଣନ୍ତୁ
ମଣିଷ ମାତ୍ରକେ ମୃତ୍ୟୁ । ଜନ୍ମ ଅଛି ମାନେ ମରଣ ନିଶ୍ଚିତ । ଆଉ ସଂସାର ଏମିତି ହିଁ ଚାଲିଛି । ସେଥିପାଇଁ ଶାସ୍ତ୍ରରେ ମୃତ୍ୟୁକୁ ଏକ ପରିବର୍ତ୍ତନଶୀଳ ସତ୍ୟ କୁହାଯାଏ ।
ଗରୁଡ ପୁରାଣ ଅନୁଯାୟୀ, ଯେତେବେଳେ ମୃତ୍ୟୁ ପାଖେଇ ଆସେ, ଜଣେ ବ୍ୟକ୍ତିଙ୍କ ହାତରେ ଥିବା ରେଖା ମଧ୍ୟ ପରିବର୍ତ୍ତନ ହେବାକୁ ଲାଗେ । କିଛି ରେଖାଗୁଡ଼ିକ ସଂପୂର୍ଣ୍ଣ ଭାବରେ ଲିଭାଯାଏ । ହାତରେ ଥିବା ରେଖାଗୁଡ଼ିକ କଳା କିମ୍ବା ନୀଳ ଦାଗ ପରି ଦେଖାଯାଏ । ପାପୁଲିରେ ଥିବା ରେଖାଗୁଡ଼ିକ ହାଲୁକା ଦେଖାଯିବା ଆରମ୍ଭ କରେ ।
ଆହୁରି ମଧ୍ୟ କୁହାଯାଏ ଯେ, ମୃତ୍ୟୁର କିଛି ସମୟ ପୂର୍ବରୁ, ଜଣେ ବ୍ୟକ୍ତି ସମଗ୍ର ଜୀବନର ଖରାପ କାର୍ଯ୍ୟକୁ ମନେ ରଖିଥାଏ । କେବେ ଏବଂ କାହା ସହିତ ସେ ଖରାପ କାମ କରିଛି ସେ ନେଇ ମନେ ପଡେ।
ମୃତ୍ୟୁ ଶଯ୍ୟାରେ ଥିବା ଜଣେ ବ୍ୟକ୍ତି ତାଙ୍କ ଚାରିପାଖରେ ଯମରାଜଙ୍କ ଦୂତମାନଙ୍କୁ ବି ଦେଖିଥାନ୍ତି ବୋଲି କୁହାଯାଏ । ଲୋକମାନେ ମଧ୍ୟ ସେମାନଙ୍କ ଚାରିପାଖରେ ନକାରାତ୍ମକ ଶକ୍ତିର ଉପସ୍ଥିତି ଅନୁଭବ କରନ୍ତି ।

ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପାଖେଇ ଆସେ, ସେତେବେଳେ ସେ ତାଙ୍କ ଚାରିପାଖରେ ନିଆଁ ଏବଂ ରହସ୍ୟମୟ ଦ୍ୱାର ଦେଖନ୍ତି । ନିଜର ଖରାପ ଆଚରଣ ପାଇଁ କ୍ଷମା ମାଗନ୍ତି ଏବଂ ତାଙ୍କର ଖରାପ କାର୍ଯ୍ୟକୁ କ୍ଷମା କରିବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତି ।
ଯେତେବେଳେ କାହାର ମୃତ୍ୟୁ ପାଖେଇ ଆସେ କିମ୍ବା ମୃତ୍ୟୁ ପାଇଁ କିଛି ଦିନ ବା ମାସ ବାକି ଥାଏ, ତାଙ୍କ ଶାରୀରିକ ଏବଂ ମାନସିକ ଅବସ୍ଥାରେ ବିଭିନ୍ନ ପରିବର୍ତ୍ତନ ଘଟିବା ଆରମ୍ଭ କରେ ।
ଦୁନିଆରେ ଜନ୍ମ ହେବା ହିଁ ମୃତ୍ୟୁ ପରେ ବ୍ୟକ୍ତିକୁ ମୋକ୍ଷ ମିଳେ । ପ୍ରତ୍ୟେକ ମଣିଷ ଯେତେ ପାପ କର୍ମ କରିଥିଲେ ମଧ୍ୟ ଧାର୍ମିକ ସ୍ଥାନକୁ ଯାତ୍ରା କରିଲେ ମୃତ୍ୟୁ ପରେ ମୋକ୍ଷ ମିଳିଥାଏ ବୋଲି ଆମର ବିଶ୍ୱାସ ରହିଛି ।
ଜନ୍ମ ମାନେ ମୃତ୍ୟୁ । ଆଉ ତା ପରେ ପରଂବ୍ରହ୍ମଙ୍କ ସହ ମିଳନ । ଏମିତି ଚାଲିଛି ଏହି ସଂସାର । ହେଲେ ମଣିଷ ଜୀବନର ସବୁଠାରୁ ବଡ଼ ସତ ହେଉଛି ମୃତ୍ୟୁ । ମୃତ୍ୟୁ ହିଁ ଶତ । ଆଦି ଅଛି ମାନେ ଅନ୍ତ ବି ଅଛି । ଯିଏ ଜନ୍ମ ହୋଇଛି ତାର ମୃତ୍ୟୁ ହୋଇଛି ।












Click it and Unblock the Notifications