ଦୀପାବଳିରେ ନିଶ୍ଚିତ ଏହି ସ୍ଥାନରେ ଜଳାନ୍ତୁ ଦିଅ; ରହିବନି ଧନର ଅଭାବ, ବଦଳିବ ଭାଗ୍ୟ

ଆଉ ଦିନକେଇଟା ପରେ ପଡିବ ଆଲୋକର ପର୍ବ ଦୀପାବଳି । ଦୀପାବଳିରେ ଦୀପର ମହତ୍ୱ ରହିଥାଏ। ଏହା ମାନ୍ୟତା ଅଛି ଯେ ଦୀପାବଳିରେ ମା ଲକ୍ଷ୍ମୀ ପୃଥିବୀ ଭ୍ରମଣ କରିଥିଲେ। ଏହା ମଧ୍ୟ କୁହାଯାଏ ଯେ ଦୀପାବଳିରେ ମା ଲକ୍ଷ୍ମୀ ଯାହାର ଘରେ ବାସ କରନ୍ତି ତା ଘରେ ଜୀବନସାରା ଧନ ଟଙ୍କା ପଇସାରେ ଅଭାବ ରହିନଥାଏ। ଏହି କାରଣରୁ ଦୀପାବଳି ଦିନ ସମସ୍ତେ ଘରେ ଦୀପ ଜଳାଇ ସମ୍ପୂର୍ଣ ଘରକୁ ପ୍ରକସିତ କରିଥାନ୍ତି। ଏହା ବହୁତ ଲୋକଙ୍କୁ ଜଣା ନାହିଁ ଯେ ଦୀପାବଳି ଦିନ ଘରର କେଉଁ ସ୍ଥାନରେ ଦୀପ ଜଳାଇଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଘର ସହିତ ଏହି ଜାଗା ମାନଙ୍କରେ ମଧ୍ୟ ଦୀପ ଜାଳିବାରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଦୀପାବଳି ଦିନ କେଉଁ ୫ ଟି ଜାଗାରେ ଦୀପ ଲଗାଇବା ଦ୍ୱାରା ଆପଣଙ୍କ ଘର ଧନ ଧାନ୍ୟରେ ପୁରୀ ଉଠିବ।ତେବେ ଆସନ୍ତୁ ସେହିଜାଗା ବିଷୟରେ ଜାଣିବା ।

diwali

୧-ଦୀପାବଳି ଦିନ ଆମ ଘରେ ଓ ବାହାରେ ଦୀପ ଜାଳି ଆଲୋକିତ କରିଥାଉ ।କିନ୍ତୁ ଗୋଟେ ଦୀପ ନେଇ ଅଶ୍ୱସ୍ତ ଗଛ ମୂଳରେ ନିଶ୍ଚୟ ଲଗାନ୍ତୁ। କୁହାଯାଇଥାଏ ଯେ ଏହି ଅଶ୍ୱସ୍ତ ଗଛ ମୂଳରେ ୩୩ ଲୋଟି ଦେବୀ ଦେବତା ବାସ କରିଥାନ୍ତି। ତେଣୁ ଏହି ଜାଗାରେ ଦୀପ ଜଳାଇବା ଦ୍ୱାରା ମା ଲକ୍ଷ୍ମୀ ଖୁସି ହୋଇଥାନ୍ତି।
୨-ମା ଲକ୍ଷ୍ମୀଙ୍କ ସ୍ୱାଗତ ପାଇଁ ଦୀପାବଳି ଦିନ ଘରର ମୁଖ୍ୟ ଦ୍ୱାର ଦୁଇ ପାଖରେ ଦୀପ ନିଶ୍ଚୟ ଜଳାନ୍ତୁ ଅର୍ଥାତ ମୁଖ୍ୟ ଫାଟକରେ ଦୀପ ନିଶ୍ଚୟ ଲଗାନ୍ତୁ। ମା ଲକ୍ଷ୍ମୀ ସ୍ୱାଗତ ପାଇଁ ଡାହାଣ ଏବଂ ବାମ ପଟେ ଦୀପ ନିଶ୍ଚୟ ଭାବରେ ଜଳାନ୍ତୁ ।ଏହା ଠାରୁ ଭଲ ଉପାୟ ଆଉ କିଛି ବି ହୋଇ ପାରିବ ନାହିଁ। ମା ଲକ୍ଷ୍ମୀ ସେହି ଘରେ ପ୍ରବେଶ କରିଥାନ୍ତି ଯେଉଁ ଘରେ ଅନ୍ଧାର ରହିନଥାଏ। ଦୀପାବଳି ଦିନ ସନ୍ଧ୍ୟା ହେବା ମାତ୍ରେ ହିଁ ଦୀପ ଜାଳିବା ଆରମ୍ଭ କରିଦିଅନ୍ତୁ।ଘରର ଅଗଣାରେ ମଧ୍ୟ ଦୀପ ଜଳାଇବାକୁ ଭୁଲନ୍ତୁ ନାହିଁ ।
୩- ଦୀପାବଳି ଦିନ ନିଜ ଘରେ ତ ପୂଜା କରିବେ କିନ୍ତୁ ଏହା ସହିତ ଆପଣଙ୍କର ଘର ବାହାରେ କୌଣସି ମନ୍ଦିର ଅଛି ତ ସେଠାରେ ମଧ୍ୟ ଦୀପ ଜାଳି ଦିଅନ୍ତୁ। ଆପଣ ଏହା ଦ୍ବାରା ଭଗବାନଙ୍କର ସେବା କରିବାର ସୁଯୋଗ ପାଇବେ ତା ସହିତ ଭଗବାନଙ୍କର ଘରକୁ ମଧ୍ୟ ପ୍ରକାଶିତ କରିପାରିବେ।କୁହାଯାଇଥାଏ ଯେ ସବୁ ପୂଜାର ବିଧିବିଧାନ ଥାଏ କିନ୍ତୁ ଦୀପାବଳି ପୂଜାରେ ଏହି ବିଧାନକୁ ମଧ୍ୟ ବଡ଼ ବୋଲି କୁହାଯାଇଥାଏ। ଏହା ସହିତ ଆପଣଙ୍କ ଉପରେ ମଧ୍ୟ ସଦାସର୍ବଦା ମା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ଲାଗି ରହିଥାଏ।

୪- ଦୀପାବଳି ଦିନ ଘର ବାହାରେ ଚଉରାରେ ମଧ୍ୟ ଦୀପ ଜାଳିବାକୁ ଭୁଲନ୍ତୁ ନାହିଁ। ଏହା ଦ୍ବାରା ଦେବୀ ମା ଆପଣଙ୍କର ମନସ୍କାମନା ପୂରଣ କରିଥାନ୍ତି। ସେଠାରେ ଥିବା ବୃନ୍ଦାବତୀ ମା ମଧ୍ୟ ଆପଣଙ୍କର ସମସ୍ତ ମନକାମନା ପୂରଣ କରିବାକୁ ଚେଷ୍ଟା କରିବେ।
୫- ଏହି ଦୀପାବଳି ଦିନ କୌଣସି ଶୁନଶାନ ଜାଗାରେ ଥିବା ଶିବ ଲିଙ୍ଗ ପାଖରେ ମଧ୍ୟ ଦୀପ ନିଶ୍ଚୟ ଭାବରେ ଲଗାନ୍ତୁ। ଏହା ଦ୍ବାରା ଆପଣଙ୍କର ସମସ୍ତ ମନକାମନା ପୁର୍ଣ ହୋଇଥାଏ ଏବଂ ମନର ସବୁ ଇଛା ପୂରଣ ହୋଇଥାଏ ।
ଦୀପାବଳି ଦିନ ସବୁ ଜାଗାରେ ଦୀପ ଜଳାଇବା ପାଇଁ ଚେଷ୍ଟା କରନ୍ତୁ । ଏମିତି କରିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଆପଣଙ୍କର ସମସ୍ତ ମନକାମନା ପୂରଣ କରିଦେବେ।

ଦୀପାବଳି ପର୍ବକୁ ଆପଣ ମାନେ ପରିବାର ସହିତ ସତର୍କତାର ସହିତ ପାଳନ କରନ୍ତୁ। ଆଲୋକର ପର୍ବ ପବିତ୍ର ଦୀପାବଳି ଉପଲକ୍ଷେ ସତ୍ୟସନ୍ଧାନ ପରିବାର ତରଫରୁ ଆପଣଙ୍କୁ ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+