ସାବଧାନ ! ଘର ପାଇଁ ଜାଗା କିଣୁଥିବା ବେଳେ ଏହି ସବୁ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍ ମାଡ଼ି ଆସିବ ବିପଦ

ହୋମ ସୁଇଟ୍‌ ହୋମ୍‌ । ନିଜ ଘରେ ଯେଉଁ ଶାନ୍ତି ତାହା ଆଉ କେଉଁଠି ମିଳିବ ନାହିଁ। ନିଜର ଖଣ୍ଡେ ଜାଗା କିଣିବା ତଥା ତା' ଉପରେ ଗୋଟିଏ ସୁନ୍ଦର ଘର ତିଆର କରିବା ସମସ୍ତଙ୍କ ସ୍ୱପ୍ନ ଥାଏ। ନିଜ ଜୀବଦଶାରେ ପରିବାର ପାଇଁ ଘର ଖଣ୍ଡେ କରିବାକୁ ସମସ୍ତେ ପ୍ରାଣପଣେ ଉଦ୍ୟମ କରିଥାନ୍ତି। ମାତ୍ର ଜାଗା ଚୟନରେ ସାମାନ୍ୟ ତ୍ରୁଟି କରିଦେଲେ ଆପଣଙ୍କ ଦୀର୍ଘ ବର୍ଷର ପରିଶ୍ରମ ବୃଥା ଯିବା ସହ ସମାନ । କାରଣ ଜାଗାରେ କୌଣସି ବାସ୍ତୁ ଦୋଷ ରହିଲେ ପାରିବାରିକ ସମସ୍ୟା ତଥା ସ୍ୱାସ୍ଥ୍ୟଗତ ସମସ୍ୟା ଆପଣଙ୍କ ପିଛା ଛାଡ଼ିବନି।

land
ତେଣୁ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁଯାୟୀ, କିପରି ଜାଗାକୁ ଚୟନ କରିବା। ବାସ୍ତୁ ଅନୁଯାୟୀ, ଜାଗା କିଣିବା ସମୟରେ ଏଥିପ୍ରତି ଧ୍ୟାନ ରଖନ୍ତୁ ଯେ ମାଟି ଖୋଳିବା ସମୟରେ ସେଥିରୁ କ'ଣ ବାହାରୁଛି। ମାଟି ଖୋଳିବା ସମୟରେ ସେଥିରୁ କପାଳ,ହାଣ୍ଡି, କୋଇଲା କିମ୍ବା ଲୁହା ବାହାରିଲେ ତାହା ଶୁଭ ନୁହେଁ। କିନ୍ତୁ ଇଟା, ପଥର ବା କଏନ ମିଳିଲେ ତାହାକୁ ଶୁଭ ବୋଲି ବିବେଚନା କରାଯାଇଥାଏ।

ବାସ୍ତୁ ଅନୁଯାୟୀ ମାଟି ଖୋଳିବା ସମୟରେ ଇଟା ପଥର ମିଳିଲେ ଧନ ଲାଭ ହୋଇଥାଏ। ତମ୍ବା ମୁଦ୍ରା ବାହାରିଲେ ଭୂମି ସୁଖ-ସମୃଦ୍ଧି ପୂର୍ଣ୍ଣ ହୋଇଥାଏ ବୋଲି ବିବେଚନା କରାଯାଏ।
ଆପଣ କିଣିଥିବା ଜାଗାର ମାଟି ରଙ୍ଗ ଲାଲ ରଙ୍ଗର ହୋଇଥିଲେ ତାହାକୁ ବ୍ୟବସାୟ ପାଇଁ ଶୁଭ ବୋଲି ବିଚେଚନା କରାଯାଇଥାଏ।
ଆପଣଙ୍କ ଜାଗାର ଆଖପାଖରେ କୌଣସି ପୁରୁଣା କୂଅ କିମ୍ବା ଭଗ୍ନାବଶେଷ ନ ରହିଲେ ଭଲ ।
ଜାଗା କିଣୁଥିବା ବେଳେ ଏଥିପ୍ରତି ଧ୍ୟାନ ରଖିବେ ଯେପରି ଆପଣଙ୍କ ଘରର ମୁହଁ ଦକ୍ଷିଣ ଦିଗକୁ ନ ରହିବ ।
ବାସ୍ତୁ ଅନୁଯାୟୀ, ଉତ୍ତର ବା ପୂର୍ବମୁଖୀ ଘରର ଦ୍ୱାରକୁ ସବୁବେଳେ ଶୁଭ ବିବେଚନା କରାଯାଇଥାଏ ।
ଅଧିକ ଖାଲ ହୋଇଥିବା ଜମିରେ ଘର କଲେ ଆର୍ଥିକ ଦୁର୍ଗତି କେତେବଳେ ବି ପିଛା ଛାଡ଼େନି। ଏଥିସହ ମାନସିକ ଦୁଶ୍ଚିନ୍ତା ବି ଲାଗି ରୁହେ।
ଜମିର ଦକ୍ଷିଣ ଦିଗରେ ଯେପରି କୌଣସି ଜଳ ସ୍ରୋତ, ଯେପରି ନଦୀ, ପୋଖରୀ, କୂଅ ଆଦି ନ ରହିବା ଭଲ ।
ଯେଉଁ ଜାଗାରେ କଣ୍ଟା ଜାତୀୟ ଗଛ ଥିବ ସେଠାରେ କେବେ ବି ଘର କରନ୍ତୁ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+