ବାହୁଡିଲେ ପ୍ରଭୁ ଲିଙ୍ଗରାଜ; ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଗଡ଼ିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଗଡ଼ିଲା । ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଗଡ଼ିଲା ରୁକୁଣା ରଥ । ଲକ୍ଷାଧିକ ଭକ୍ତଙ୍କ ଗହଣରେ ମାଉସୀମା ଘରକୁ ବାହୁଡିଲେ ପ୍ରଭୁ ଲିଙ୍ଗରାଜ । ରଥ ଉପରେ ମହାପ୍ରଭୁଙ୍କୁ ଦେଖି ଭାବବିହ୍ୱଳ ଭକ୍ତ ।

ରୁକୁଣା ରଥରେ ବସି ରାମେଶ୍ୱର ମନ୍ଦିର ଯିବେ ବାବା ଲିଙ୍ଗରାଜ । ସାଙ୍ଗରେ ଭଉଣୀ ରୁକ୍ମିଣୀ ଓ ଦୋଳଗୋବିନ୍ଦକୁ ନେଇ ଯାତ୍ରାରେ ବାହାରିବେ । ରଥଯାତ୍ରାକୁ ସୁରୁଖୁରୁରେ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ ଜରିଆରେ ସିନିୟର୍ ଅଫିସରମାନେ ମନିଟରିଂ କରୁଛନ୍ତି ।

ରଥଟଣା ସମୟରେ ରଥ ରୋଡରେ ଗାଡି ଚଳାଚଳ ଉପରେ ରୋକ ଲାଗିଛି । ରଥଟଣା ବେଳେ ରଥ ରୋଡ଼ରେ କୌଣସି ଗାଡି ଯାଇପାରିବନି । ମାଉସୀମା ଛକରୁ ସମସ୍ତ ଗାଡି ଚଲାଚଳକୁ ଡାଇଭର୍ଟ କରାଯାଇଛି । ଜାଗର ସମୟରେ ହୋଇଥିବା ପାର୍କିଂରେ ଗାଡି ପାର୍କିଂବ୍ୟବସ୍ଥା କରାଯାଇଛି ।

prabhu Lingaraj

ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରାରେ ୧୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି । ୨ଜଣ ଅତିରିକ୍ତ ଡିସିପିଙ୍କ କାନ୍ଧରେ ଏହି ସୁରକ୍ଷା ଦାୟିତ୍ୱ ରହିଛି । ଲିଙ୍ଗରାଜ ମନ୍ଦିର ନିକଟରେ ସୋମବାର କମିଶନରେଟ୍‌ ପୋଲିସ ପକ୍ଷରୁ ଆୟୋଜିତ ସମନ୍ବୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା। ସେହିପରି ୬ଜଣ ଏସିପି, ୧୫ଜଣ ଇନ୍ସପେକ୍ଟର, ୫୦ଜଣ ଏସ୍‌ଆଇ, ୭ଜଣ ଏଏସ୍‌ଆଇ, ୨୨ଜଣ ଏପିଆର କନେଷ୍ଟବଳ, ୨ଜଣ ଟ୍ରାଫିକ୍‌ ହାବିଲଦାର, ୫୧ ଜଣ ଟ୍ରାଫିକ୍‌ କନେଷ୍ଟବଳ, ୫ଜଣ ଓଆର୍‌ ହାବିଲଦାର, ୬ଜଣ ଓଆର୍‌ କନ୍‌ଷ୍ଟେବଳ, ୩୧ ଜଣ ମହିଳା ଓଆର୍‌ କନ୍‌ଷ୍ଟେବଳ ଓ ୭୭ ଜଣ ହୋମଗାର୍ଡ ମଧ୍ୟ ନିଯୋଜିତ କରାଯାଇଛି । ଏହି ବୈଠକରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ସମେତ ୪ ଅତିରିକ୍ତ ଡିସିପି, ଜୋନ୍‌ ୨,୩ ଓ ୪ ଏସିପିଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ, ଲିଙ୍ଗରାଜ ମନ୍ଦିର ପୂଜକ, କର୍ମକର୍ତ୍ତା ଏବଂ ସେବାୟତ ନିଯୋଗର ସଦସ୍ୟମାନେ ଯୋଗ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+