ଆଜି ଠୁ ଆରମ୍ଭ ଷୋହଳ ସୋମବାର , ଜାଣନ୍ତୁ ପୂଜା ବିଧି
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଶାସ୍ତ୍ର ଅନୁଯାୟୀ ଏହି ମାସରେ ବ୍ରତ ପାଳନ କରିବା ଉଚିତ। ଏହି ମାସର ସୋମବାର ଉପବାସ କରିବା ଉଚିତ। ଏହି ମାସରେ ପୁରା ଦିନ ବ୍ରତ ରଖିବାର ପରମ୍ପରା ରହିଛି। କିନ୍ତୁ ସୋମବାର ମହତ୍ତ୍ୱପୂର୍ଣ୍ଣ ହୋଇଥାଏ।
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଶାସ୍ତ୍ର ଅନୁଯାୟୀ ଏହି ମାସରେ ବ୍ରତ ପାଳନ କରିବା ଉଚିତ। ଏହି ମାସର ସୋମବାର ଉପବାସ କରିବା ଉଚିତ। ଏହି ମାସରେ ପୁରା ଦିନ ବ୍ରତ ରଖିବାର ପରମ୍ପରା ରହିଛି। କିନ୍ତୁ ସୋମବାର ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଏହି ଦିନରେ ପ୍ରାୟ ଓଷା କରିଥାନ୍ତି।

ଶ୍ରାବଣ ସୋମବାରର ଗୁରୁତ୍ୱ
ଭଗବାନ ଶିବଙ୍କୁ ପୂଜା କରୁଥିବା ବ୍ୟକ୍ତି ଏହି ଉପବାସ କଲେ ଶିବଙ୍କ ଅପାର ମହିମାର ଅଧିକାରୀ ହୁଅନ୍ତି ବୋଲି କାହିଁ କେଉଁ କାଳ ରୁ ବିଶ୍ୱାସ ରହିଛି । ଏହା ବ୍ରତ ପ୍ରାୟତଃ ଅବିବାହିତ ଝିଅମାନେ ପାଳନ କରିଥାନ୍ତି। କୁହାଯାଏ ଯେ ଏହି ବ୍ରତ କରିବା ପରେ ବିବାହ ଜନିତ ସମସ୍ୟା ଦୂର ହୋଇଯାଏ । ଏହି ଷୋହଳ ସୋମବାର ବ୍ରତ ଶ୍ରାବଣ ମାସର ପ୍ରଥମ ସୋମବାରରୁ ଆରମ୍ଭ ହୋଇ 16 ସପ୍ତାହ ପର୍ଯ୍ୟନ୍ତ ଚାଲିଥାଏ।
ବ୍ରତ ପୂଜା ବିଧି:
ଏହି ବ୍ରତର ପୂଜା ବିଧି ଖୁବ୍ ସରଳ। ମନରେ ଭକ୍ତି ଭାବ ସହିତ ଭଗବାନ ଶିବଙ୍କୁ ହୃଦୟ ସହକାରେ ଆରାଧନା କଲେ ନିଶ୍ଚିତ ଭକ୍ତର ଡାକ ଶୁଣିଥାନ୍ତି ଭଗବାନ। ସୋମବାର ଦିନ ସକାଳୁ ଏହି ପୂଜା ଆରମ୍ଭ କରାଯାଏ। ପୂର୍ବରୁ ପୂଜା ପାଇଁ ଆବଶ୍ୟକ ପୂଜା ସାମଗ୍ରୀ ଓ ଜିନିଷ ପ୍ରସ୍ତୁତ କରିବାକୁ ପଡ଼େ। ଆଉଭୟ ମନ୍ଦିର ଓ ଘରେ ରହି ଶିବଙ୍କ ମୂର୍ତ୍ତି ବା ଫଟୋକୁ ପୂଜା କରିପାରିବେ। ପ୍ରଥମେ ଶିବଙ୍କୁ ଜଳ ଲାଗି କରି ସ୍ନାନ କରନ୍ତୁ। ଫୁଲ ଓ ବେଲପତ୍ରରେ ସଜାଇଦିଅନ୍ତୁ। ଏହାପରେ ଭୋଗ ଲଗାଇ ଶିବ କଥାମୃତ ପଢ଼ନ୍ତୁ।
ବ୍ରତ ବେଳେ ଶିବଙ୍କୁ କେଉଁ ଜିନିଷ ଅର୍ପଣ କରିବେ:
ଜଳ :
ଯଦି ଆପଣ ଶ୍ରାବଣ ମାସରେ ଯେକୌଣସି ସୋମବାର ଦିନ ଓଁ ନମଃ ଶିବାୟ ମନ୍ତ୍ର ଜପ କରି ଶିବ ଲିଙ୍ଗ ଉପରେ ଜଳ ଅର୍ପଣ କରିବେ ତାହେଲେ ଆପଣଙ୍କର ସବୁ ଚିନ୍ତା ଦୂର ହୋଇଯିବ।
ଶ୍ଵେତ ବସ୍ତ୍ର:
ଜଳଲାଗି ପରେ ଭଗବାନଙ୍କୁ ଶ୍ୱେତ ବସ୍ତ୍ର ପିନ୍ଧାଇ ଦିଅନ୍ତୁ। ଶ୍ଵେତ ରଙ୍ଗ ଠାକୁରଙ୍କୁ ପସନ୍ଦ। ଶ୍ଵେତ ପୁଷ୍ପ ମଧ୍ୟ ଏହି ଦିନରେ ଲାଗି କଲେ ଶୁଭ ହୋଇ ଥାଏ।
କ୍ଷୀର :
ଯଦି ଆପଣ ଶ୍ରାବଣ ମାସରେ ଯେକୌଣସି ସୋମବାର ଦିନ କ୍ଷୀରରେ ଶିବ ଅଭିଷେକ କରାଇବେ, ତାହେଲେ ଆପଣଙ୍କୁ ଲାଭ ମିଳିବା ଏବଂ ଶାରୀରିକ ରୂପରେ ସୁସ୍ଥ ରହିବେ।
ଘିଅ :
ଯଦି ଆପଣ ଶିବଲିଙ୍ଗର ଅଭିଷେକ ଘିଅରେ କରିବେ ତାହେଲେ ଆପଣଙ୍କୁ ଶାନ୍ତି ପ୍ରାପ୍ତ ହେବ। ଯେଉଁମାନେ ସନ୍ତାନ ସୁଖ ପ୍ରାପ୍ତ କରି ପାରୁ ନାହାଁନ୍ତି, ସେମାନଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବ।
ମହୁ :
ଯଦି ଆପଣ ନିଜର ବାଣୀକୁ ମଧୁର କରିବାକୁ ଚାହୁଁଛନ୍ତି , ତାହେଲେ ଆପଣ ଶିବଲିଙ୍ଗ ଉପରେ ଶ୍ରାବଣ ମାସର ଯେକୌଣସି ସୋମବାର ଦିନ ମହୁ ଅର୍ପଣ କରନ୍ତୁ।
ଭାଙ୍ଗ :
ଭାଙ୍ଗ ମହାଦେବଙ୍କର ପ୍ରିୟ ବୋଲି ବିଶ୍ୱାସ ରହିଛି। ଯଦି ଆପଣ ଶ୍ରାବଣ ମାସରେ ଭଗବାନ ଶିବଲିଙ୍ଗ ଉପରେ ଭାଙ୍ଗ ଅର୍ପଣ କରିବେ ତାହେଲେ ଭଗବାନ ମହାଦେବ ପ୍ରସନ୍ନ ହୋଇଯିବେ। କାରଣ ଶିବଙ୍କର ଭାଙ୍ଗ ସହିତ ବହୁତ ଗଭୀର ସମ୍ବନ୍ଧ ରହିଛି।
ଚନ୍ଦନ :
ଯଦି ଆପଣମାନେ ଶିବଲିଙ୍ଗରେ ଚନ୍ଦନ ଅର୍ପଣ କରିବେ, ତେବେ ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ। ଏହାକୁ ଆପଣ ଶ୍ରାବଣ ମାସରେ ଯେକୌଣସି ସୋମବାର ଦିନ କରି ପାରିବେ।












Click it and Unblock the Notifications