Get Updates
Get notified of breaking news, exclusive insights, and must-see stories!

Ratha Yatra 2024: ଅଲାରନାଥର କାହାଣୀ... ଜାଣନ୍ତୁ ଏପରି ନାମକରଣର ରହସ୍ୟ

Ratha Yatra 2024: ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ଦିବ୍ୟ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାମୂର୍ତ୍ତି । ଅଣସର ଘରେ ବିଶ୍ରାମ ନେଉଛନ୍ତି ଚତୁର୍ଦ୍ଧାବିଗ୍ରହ । ଏହା ପରେ ରବିବାରଠାରୁ ମହାପ୍ରଭୁଙ୍କ ଚଳିତଥର ବିରଳ ୧୩ ଦିନିଆ ଅଣସରର ଗୁପ୍ତନୀତି ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତିମାନେ ଅନ୍ଧାରୀ କୋଠରୀ ଭିତରେ ଶ୍ରୀବିଗ୍ରହ ମାନଙ୍କ ଗୁପ୍ତ ସେବା ଆରମ୍ଭ କରିଛନ୍ତି । ଅପରପକ୍ଷରେ ଦଶାବତାର ଠାକୁରଙ୍କ ସହ ପଟି ଦିଅଁଙ୍କ ପୂଜା ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ।

ସେହିପରି ଅଣସର ସମୟରେ ବିଧି ଅନୁସାରେ ବ୍ରହ୍ମଗିରିର ଅଲାରନାଥ ମନ୍ଦିରରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ଲାଗି ଅଲାରନାଥ ମନ୍ଦିରରେ ରବିବାର ସକାଳୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିବା ରତ୍ନବେଦୀରେ ତିନି ଠାକୁରଙ୍କ ଦର୍ଶନ ସହିତ ସମାନ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ହଜାର ହଜାର ଶ୍ରଦ୍ଧାଳୁ ଧାଡ଼ି ବାନ୍ଧି ଠାକୁରଙ୍କୁ ଦର୍ଶନ କରିବା ଲାଗି ଛିଡ଼ା ହେଉଥିବା ଦେଖିବାକୁ ମିଳିଛି । ନବଯୌବନ ଦର୍ଶନ ଯାଏ ଅଲାରନାଥ ପୀଠରେ ମହାପ୍ରଭୁ ଦର୍ଶନ ଦେବେ ।

ତେବେ ଏହା ପଛରେ କଣ ରହିଛି କାହାଣୀ ? କାହିଁକି ଅଲାରନାଥ ନାମକରଣ ହୋଇଛି ? ଆସନ୍ତୁ ଜାଣିବା ଏହା ପଛର କାହାଣୀ...

Alarnath

କଣ କହୁଛି କିମ୍ବଦନ୍ତୀ ?

ଅଲାରବନ୍ଦରାର୍ଯ୍ୟ ନାମକ ଜଣେ ମହାରାଷ୍ଟ୍ରୀ ଜଣେ ଭକ୍ତ ଅଣସର ସମୟରେ ପୂରୀଆସିଥିଲେ । ପ୍ରଭୁଙ୍କ ଲୀଳା ଅନୁଯାୟୀ ସେ ସମୟ ଅନବସରର ହୋଇଥାଏ । ତାଙ୍କୁ ପ୍ରଭୁଙ୍କ ଦର୍ଶନ ମିଳିଲା ନାହିଁ । ଯେତେ କାକୁତି ମିନତି ହେଲେ ବି ତାଙ୍କୁ ପ୍ରଭୁ ଦର୍ଶନ ମିଳିଲା ନାହିଁ । ଯେହେତୁ ପ୍ରଭୁଙ୍କ ଅଣସର ସେବା ଚାଲୁଅଛି ଏବଂ ସେଥିରେ ଦଇତାପତିଙ୍କୁ ଛାଡି ଅନ୍ୟ କାହାର ପ୍ରବେଶ ନିଷେଧ ।
ଉକ୍ତ କଥା ଶୁଣିବା ପରେ ଭକ୍ତ ଅଲାରବିନ୍ଦ ଶୋକାତୁର ହୋଇ ସମୁଦ୍ରରେ ଲମ୍ଫ ପ୍ରଦାନ କରି ପ୍ରାଣ ବିସର୍ଜନ କରିବାକୁ ଧାବମାନ ହେଲେ । ଭକ୍ତ ବତ୍ସଳ ପ୍ରଭୁ ଏହା ଦେଖି ବ୍ୟାକୁଳ ହୋଇ ଉଠିଲେ ଏବଂ ଶ୍ମଶାନ ମହାବୀରଙ୍କୁ ଭକ୍ତଙ୍କ ବିପଦ ଭଞ୍ଜନ କରିବାକୁ ଆଜ୍ଞା ଦେଲେ । ବିରାଟ ରୂପ ଧରି ପବନ ସୁତ ପହଞ୍ଚି ଗଲେ ଭକ୍ତଙ୍କ ନିକଟରେ । ଏକ ବିଶାଳ କାୟ ମର୍କଟଙ୍କୁ ଦେଖି ଭକ୍ତ ଚକିତ ହୋଇଗଲେ । ତାଙ୍କୁ ପଚାରିଲେ "ଆପଣ କିଏ?" ଉତ୍ତରରେ ମର୍କଟ କହିଲେ, - " ମୁଁ ଜଣେ ପ୍ରଭୁଙ୍କ ଦାସନୁଦାସ" "ପ୍ରଭୁଙ୍କ ଆଜ୍ଞା ଅନୁକ୍ରମେ ଆପଣଙ୍କ ନିକଟକୁ ଆସିଛି। ଦୟାକରି ଆପଣ ଆତ୍ମହତ୍ୟା କରନ୍ତୁ ନାହିଁ ।"

ଏହା ଶୁଣି ଭକ୍ତ କହିଲେ କି, "ଆଜ୍ଞା ମୁଁ ଘରୁ ଭୋକ ଉପାସରେ ପ୍ରଭୁ ଦର୍ଶନ ନିମନ୍ତେ ଏଠାକୁ ଧାଇଁ ଆସିଛି । କିନ୍ତୁ ମୋ ଆରାଧ୍ୟ ମତେ ଦର୍ଶନ ଦେଉ ନାହାନ୍ତି । ତ ଏ ଜୀବନ ଭଲା କାଇଁ ରଖିବି।" ଏହା ଶୁଣି ରାମ ଦୂତ ତାଙ୍କୁ ପ୍ରଭୁ ଦର୍ଶନ ନିମନ୍ତେ ସମୁଦ୍ରର ବିପରୀତ ଦିଗରେ ଯିବାକୁ ଅନୁପ୍ରାଣିତ କଲେ ଏବଂ କିଛି ପଥ ଅତିକ୍ରମ ହେବା ପରେ ହନୁମାନ ତାଙ୍କ ନିକଟରୁ ଅନ୍ତର୍ଧ୍ୟାନ ହୋଇଗଲେ ।

ଶ୍ରୀଜୀଉମାନଙ୍କୁ ଦେଖା ନପାଇବାରୁ ପ୍ରାଣ ବିସର୍ଜନ ନିମନ୍ତେ ସମୁଦ୍ରକୁ ଯିବାବେଳେ ଅନ୍ତର୍ଯ୍ୟାମୀ ଜଗନ୍ନାଥ ଏକଥା ଜାଣିପାରିଲେ । ତାଙ୍କ ପାଇଁ ତାଙ୍କ ହୃଦୟରେ ଦୟା ବିଗଳିତ ହେଲା । ସେ ସଙ୍ଗେ ସଙ୍ଗେ ମଶାଣିଆ ମହାବୀରଙ୍କୁ ନିର୍ଦ୍ଦେଶ ଦେଲେ ତୁମେ ତାଙ୍କୁ ଏଥିରୁ ନିବୃତ କରାଅ । ତାଙ୍କ ଜୀବନ ରଖ ।

ମହାବୀର ଏକ ବିରାଟକାୟ ହନୁମାନ ରୂପେ ତତ୍କ୍ଷଣାତ ବାହାରିଲେ ଏବଂ ତାଙ୍କୁ ପଛରୁ ଏମିତି ବିଚଳିତ ଓ ଘାବରିଆ କରିଦେଲେ ଯେ, ସେ ସମୁଦ୍ର ପଥ ଭୁଲି ହାଜରହେଲେ ବ୍ରହ୍ମଗିରି ପାଖାପାଖି । ସେଠାରେ ସେ ଅଗ୍ନି ସଂଯୋଗ କରି ଆତ୍ମହତ୍ୟ କରିବାକୁ ଗଲାବେଳେ ଶ୍ରୀଜଗନ୍ନାଥ ପଙ୍ଗୁରୁପେ ଦର୍ଶନ ଦେଇ ଶୁନ୍ୟବାଣୀ ଦେଲେ ଯେ : ହେ ଭକ୍ତ, ମୁଁ ତୁମ ଅନ୍ତରର କଥା ବୁଝିପାରୁଛି । ଅଣସରବାସରେ ଥିବାରୁ ମୁଁ ତୁମକୁ ଦର୍ଶନ ଦେଇପାରୁନାହିଁ । ଏଥିପାଇଁ ଦୁଃଖ କରନାହିଁ । କିନ୍ତୁ ଜାଣ ଯେ, ମୋର ମୂଳ ବିଗ୍ରହ ନୀଳମାଧବ, ଏବେ ବ୍ରହ୍ମଗିରିରେ ଅଲାରନାଥ ରୂପେ ବିଦ୍ୟମାନ । ତୁମେ ସେଠିକି ଯାଅ । ତାଙ୍କୁ ଦର୍ଶନ କର ଏବଂ ତାଙ୍କରି ଦର୍ଶନ ମାଧ୍ୟମରେ ମୋତେ ଦେଖିପାରିବ ଓ ମନବାଞ୍ଚିତ ଫଳ ପାଇବ ।

ଏବେ ଅଲାର ବନ୍ଦାଚାର୍ଯ୍ୟ ତାହାହିଁ କଲେ । ସେ ଆତ୍ମହତ୍ୟରୁ ବିରତ ନେଲେ । ବ୍ରହ୍ମଗିରି ଯାଇ ଆଲାରନାଥଙ୍କ ଦର୍ଶନ କଲେ । କେତେକଙ୍କ ମତରେ ଏହି ଅଲାରବନ୍ଦାଚାର୍ଯ୍ୟଙ୍କ ନାମାନୁସାରେ ଠାକୁରଙ୍କର ନାମ ଅଲାରନାଥ ହୋଇଛି ।

ଶୋଡ଼ଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଅର୍ଥାତ୍ ୧୫୦୯ ଖ୍ରୀଷ୍ଟାବ୍ଦରେ ଶ୍ରୀ ଚୈତନ୍ୟଦେବ ଶ୍ରୀକ୍ଷେତ୍ର ଆସିଥିଲେ । ସେ ଏଠାରେ ୧୮ବର୍ଷ ଅତିବାହିତ କରି ଏଇ ପୁରୀଧାମରେ ଇହଧାମ ସମ୍ବରଣ କରିଥିଲେ । ସେ ତାଙ୍କ ସମସ୍ତ ରହଣିକାଳରେ ଅଣସର ବା ମହା ଅଣସରବେଳେ ବ୍ରହ୍ମଗିରି ଯାଆନ୍ତି । ସେଇଠି ନାମ ସଂକୀର୍ତନ କରନ୍ତି । ତାଙ୍କ ମତରେ ଅଲାରନାଥହିଁ ଜଗନ୍ନାଥ । ଅଲାରନାଥଙ୍କ ପ୍ରତି ଚୈତନ୍ୟଙ୍କ ଅନାବିଳ ଭକ୍ତିର ନିଦର୍ଶନ କରୁଥିବା ପ୍ରସ୍ତର ଖଣ୍ଡିରେ ତାଙ୍କ ପଦଚିହ୍ନ ଏବେ ବିଦ୍ୟମାନ ।

ଉପରୋକ୍ତ କାହାଣୀ ସୂଚିତ କରାଏ ଯେ, ଅଲାରନାଥହିଁ ଶ୍ରୀ ଜଗନ୍ନାଥ । ସେହିଁ ଅଣସର ବା ମହାଅଣସରବେଳେ ଜୀଉମାନଙ୍କର ସମଭାଗ ପୁଣ୍ୟଫଳ ପାଇଁ ବିକଳ୍ପ ଦର୍ଶନ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+