ଏପ୍ରିଲ ୩୦ ତାରିଖରେ ଅକ୍ଷୟ ତୃତୀୟା, ଜାଣନ୍ତୁ ଏହି ଦିନର ବିଶେଷତ୍ୱ
Akshaya Tritiya 2025: ଅକ୍ଷୟ ତୃତୀୟ ପବିତ୍ର ଦିନ ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ସେହିପରି ଏଦି ଦିନ ପର୍ଶୁରାମ ଓ ଜୟଦେବଙ୍କ ଜୟନ୍ତୀ । ଏହି ଶୁଭଦିନରେ ବଦ୍ରିନାଥ ଦ୍ୱାର ଖୋଲିବାର ବିଧି ରହିଛି । ଅକ୍ଷୟ ତୃତୀୟା ଦିନ ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରାର ଶୁଭାରମ୍ଭ ହୋଇଥାଏ । ସେହିପରି ଅକ୍ଷୟ ତୃତୀୟାକୁ ଶୁଭଦିନ ଭାବେ ଗ୍ରହଣ କରାଯାଏ ଏହି ଦିନ ଗୃହ ନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ହୋଇଥାଏ ।

ଅକ୍ଷିମୁଠି କ'ଣ
ମାନ୍ୟତା ରହିଛି ଅକ୍ଷୟ ତୃତୀୟ ତିନ ଚାଷୀ ହଳଦୀ, ଚନ୍ଦନ, ସିନ୍ଦୂର ଲେପିତ ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ସଜେଇ ହୁଳହୁଳି ଶଙ୍ଖ ନାଦରେ କ୍ଷେତକୁ ବାହାରିଥାଏ । ସେହିପରି ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ଯେଉଁଠି ସେ ମା ଲକ୍ଷ୍ମୀଙ୍କ ଆରାଧନା କରିଥାଏ, ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କୁହାଯାଏ ।












Click it and Unblock the Notifications