Get Updates
Get notified of breaking news, exclusive insights, and must-see stories!

ଅକ୍ଷୟ ତୃତୀୟାରେ ଏହି ସମୟରେ କିଣନ୍ତୁ ସୁନା

Akshaya Tritiya 2025: ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପାଳନ କରଯାଏ । ଏହି ଦିନ ସୁନା କିଣିବା ବା କିଛି ଶୁଭ କାର୍ଯ୍ୟ କରିବା ପାଇଁ ଅତ୍ୟନ୍ତ ଉତ୍ତମ ଦିନ ଭାବରେ ବିବେଚନା କରାଯାଏ। ତେବେ ଚାଲନ୍ତୁ ଜାଣିବା ସୁନା କିଣିବାର ଶୁଭ ସମୟ ।

ଅକ୍ଷୟ ତୃତୀୟା ଦିନ କରାଯାଇଥିବା ଶୁଭ କାର୍ଯ୍ୟ ଅକ୍ଷୟ ଫଳ ପ୍ରଦାନ କରେ। ଏହି ବର୍ଷ ଅକ୍ଷୟ ତୃତୀୟା ଏପ୍ରିଲ 30 ତାରିଖରେ ପଡୁଛି। ଏହି ଦିନ ଦାନ, ମା ଲକ୍ଷ୍ମୀଙ୍କ ପୂଜା, ସୁନା, ଯାନବାହାନ କିଣିବା ଅତ୍ୟନ୍ତ ଶୁଭ ।

Akshaya Tritiya 2025

ବୈଶାଖ ଶୁକ୍ଳ ପକ୍ଷର ତୃତୀୟା ତିଥି 29 ଏପ୍ରିଲ୍ 2025 ସନ୍ଧ୍ୟା ୫.୩୧ ରେ ଆରମ୍ଭ ହେବ ଏବଂ ପରଦିନ ଅର୍ଥାତ୍ 30 ଏପ୍ରିଲ୍ 2025 ଦିନ 2.12 ରେ ଶୁଭ ସମୟ ଶେଷ ହେବ। 30 ଏପ୍ରିଲରେ ଅକ୍ଷୟ ତୃତୀୟା ପୂଜା ଏବଂ କିଣାକିଣି କରି ପାରିବେ ।


ଅକ୍ଷୟ ତୃତୀୟାରେ ସୁନା କିଣିବାର ଶୁଭ ସମୟ ହେଉଛି 30 ଏପ୍ରିଲ ସକାଳ 5.41 ରୁ ଅପରାହ୍ନ 2.12 ପର୍ଯ୍ୟନ୍ତ। ପୂଜା ସମୟ ସକାଳ 6 ରୁ ଅପରାହ୍ନ 12.18 ପର୍ଯ୍ୟନ୍ତ ରହିବ । କୁହାଯାଏ ଯେ ଧନତେରସ ବ୍ୟତୀତ, ଅକ୍ଷୟ ତୃତୀୟା ହେଉଛି ବର୍ଷର ଏକମାତ୍ର ଦିନ ଯେଉଁଦିନ ସୁନା କିଣିବା ଦ୍ୱାରା ଦେବୀ ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିଥାନ୍ତି। ଏହି ଦିନ କିଣାଯାଇଥିବା ସୁନା ସ୍ଥାୟୀ ସମୃଦ୍ଧି ଆଣିଥାଏ ।

ଅକ୍ଷୟ ତୃତୀୟା ସୌଭାଗ୍ୟ ଏବଂ ସଫଳତା ଆଣିଥାଏ। ଯେଉଁମାନେ ଏହି ଦିନ ସୁନା କିଣି ପାରିବେ ନାହିଁ ସେମାନେ ମାଟି ପାତ୍ର, ଯେକୌଣସି ପିତ୍ତଳ ଜିନିଷ, ଯବ, ହଳଦିଆ ସୋରିଷ ଇତ୍ୟାଦି ମଧ୍ୟ କିଣିପାରିବେ। ଏହି ଜିନିଷଗୁଡ଼ିକୁ ଘରକୁ ଆଣିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ। ଏହା ସହିତ ଏକ ନୂତନ ପାତ୍ର ପୂଜା କରନ୍ତୁ ଏବଂ ତାହାକୁ ଦାନ କରନ୍ତୁ। ଏପରି କରିବା ଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+