Get Updates
Get notified of breaking news, exclusive insights, and must-see stories!

Akshaya Tritiya 2024: ଅକ୍ଷୟ ତୃତୀୟାରେ ଏହି ରାଶିଙ୍କୁ ମିଳିବ ଲକ୍ଷ୍ମୀଙ୍କ ଆର୍ଶିବାଦ ହେବ ଧନ ପ୍ରାପ୍ତି

Akshaya Tritiya 2024: ଅକ୍ଷୟ ତୃତୀୟା ଅତ୍ୟନ୍ତ ଶୁଭ ଏବଂ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । 2024ରେ ଅକ୍ଷୟ ତୃତୀୟା ୧୦ ମେ' ଶୁକ୍ରବାର ଦିନ ପଡୁଛି । ଦେବୀ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଶୁକ୍ରବାର ସର୍ବୋତ୍ତମ ଦିନ ଭାବରେ ବିବେଚନା କରାଯାଏ। ଏହି ଦିନ ଅକ୍ଷୟ ତୃତୀୟ ପଡୁଥିବାରୁ ଏହାର ଗୁରୁତ୍ୱ ଆହୁରି ବଢି ଯାଉଛି । ତେବେ ଚାଲନ୍ତୁ ଜାଣିବା ଏହାର ଶୁଭ ପ୍ରଭାବ କେଉଁ ରାଶି ଉପରେ ପଡିବା ପାଇଁ ଯାଉଛି ।

Akshaya Tritiya 2024

ମେଷ - ୧୦ ମେ' ମେଷ ରାଶିର ବ୍ୟକ୍ତିଙ୍କ ଉପରେ ଭଲ ପ୍ରଭାବ ପକାଇବ ଏବଂ ଏକ ଶୁଭ ଦିନ ହେବାକୁ ଯାଉଛି । ଯଦି ଡାକ୍ତରୀ କିମ୍ବା ଫାର୍ମା ସହିତ ଜଡିତ ଅଛନ୍ତି ତେବେ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ କର୍ମ କ୍ଷେତ୍ରରେ ସଫଳତା ମିଳିବ । ସେହିପରି ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଉତ୍ତମ ଦିନଟିଏ, ଭାଗ୍ୟବାନ ହେବେ । ନିଜ କାମ ପାଇଁ ପ୍ରଶଂସିତ ହେବେ ଏବଂ ଉତ୍ସାହ ବଢିବ । ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହେବ ।

କର୍କଟ - କର୍କଟ ରାଶିର ବ୍ୟକ୍ତିଙ୍କ ଭାବ୍ୟ ବଦଳିଯିବ । ଏହି ରାଶିର ବ୍ୟକ୍ତିଙ୍କ କ୍ୟାରିୟରରେ ବଡ଼ ଧରଣର ସଫଳତା ମିଳିବ । ସୁଖ, ଶାନ୍ତି ଏବଂ ବୃଦ୍ଧି ଘଟିବା ପାଇଁ ଯାଉଛି । ୧୦ ମେ'ରେ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ଅଟକି ରହିଥିବା କାର୍ଯ୍ୟ ଶେଷ ହେବ । ବ୍ୟବସାୟରେ ଲାଭ ହେବ । ପ୍ରେମିକ ଏବଂ ପ୍ରେମିକାଙ୍କୁ ପ୍ରକୃତ ପ୍ରେମ ମିଳିବ । ଭଗବାନ ବିଷ୍ଣୁଙ୍କ କୃପା ରହିବ ।

କନ୍ୟା - ଅକ୍ଷୟ ତୃତୀୟା ଦିନ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବେ। ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ । ସମୟ ଆପଣଙ୍କ ସପକ୍ଷରେ ରହିବ । ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ, ନୂଆ ସୁଯୋଗ ମିଳିବ । ସ୍ୱାମୀ-ସ୍ତ୍ରୀ ସମ୍ପର୍କ ମଜବୁତ ହେବ । ଜୀବନର ସମସ୍ତ ସମସ୍ୟା ଦୂର ହେବ ।

ମକର ରାଶି- ଅକ୍ଷୟ ତୃତୀୟ ମକର ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଭଲ ଦିନ ହେବ । ଧନ ଲାଭର ଯୋଗ ରହିଛି । ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ସହିତ ରହିବ । ବଜାରରେ ବିନିଯୋଗ ହୋଇଥିବା ଅର୍ଥରୁ ଆପଣ ଭଲ ଲାଭ ପାଇବେ । ବ୍ୟବସାୟରେ ଲାଭ ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+