Get Updates
Get notified of breaking news, exclusive insights, and must-see stories!

Akshaya Tritiya 2024: ଅକ୍ଷୟ ତୃତୀୟା ଦିନ ଭୁଲରେ କରନ୍ତୁ ନାହିଁ ଏହି କାର୍ଯ୍ୟ

Akshaya Tritiya 2024: ଶାସ୍ତ୍ର ଅନୁସାରେ ଅକ୍ଷୟ ତୃତୀୟା ଦିନ ମା ଲକ୍ଷ୍ମୀଙ୍କର ପୂର୍ଚ୍ଚନା କଲେ ଶୁଭ ଫଳ ସହ ଧନ ଲାଭ ହୋଇଥାଏ । ଏହି ଦିନକୁ ଅତ୍ୟନ୍ତ ଶୁଭ ବିବେଚନା କରାଯାଇଥାଏ । ହେଲେ ଆପଣ ଜାଣିଛନ୍ତି କି ଏହି ଦିନ କିଛି ଏପରି କାର୍ଯ୍ୟ ଅଛି ଯାହା କରିବା ଦ୍ୱାରା ଜୀବନରେ ସମସ୍ଯା ସୃଷ୍ଟି ହୋଇଥାଏ ।

ପ୍ରଥମତଃ ଏହି ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠିବା ଉଚିତ । ବ୍ରହ୍ମ ମୂହୁର୍ତ୍ତରେ ଶେଯତ୍ୟାଗ କରି ସ୍ନାନ କରି ଘରେ ଭଗବାନଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ଘରେ ସାକାରାତ୍ମକ ମାହୋଲ ସୃଷ୍ଟି ହୋଇଥାଏ । ଏହି ଦିନ ଝଗଡ଼ା କରନ୍ତୁ ନାହିଁ । ଅକ୍ଷୟ ତୃତୀୟା ଦିନ ଭୁଲରେ କ୍ରୋଧ କରନ୍ତୁ ନାହିଁ, ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ବିବାଦ ନ କରି ଶାନ୍ତିପୂର୍ଣ୍ଣ ଭାବେ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଚେଷ୍ଟା କରନ୍ତୁ ।

Akshaya Tritiya 2024

ଏହି ପବିତ୍ର ଦିନରେ ନିଜ ଘରକୁ ସଫା ରଖନ୍ତୁ । ଘରେ ଅଳିଆ ଆବର୍ଜନା ରହିଲେ ଘରେ ଦରିଦ୍ରତା ବୃଦ୍ଧି ପାଇଥାଏ । ସେଥିପାଇଁ ନିଜ ଗୃହର ବାତାବରଣ ପରିଷ୍କାର ରଖନ୍ତୁ । ଏହି ଦିନ ଭୁଲରେ ବି ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ । ଏପରି କରିବା ଦ୍ଵାରା ଆପଣଙ୍କ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ । ନିଜ ପିତା ମାତା କିମ୍ବା ନିଜଠୁ ବୟସ୍କ ଲୋକଙ୍କ ସହ କଳହ କରନ୍ତୁ ନାହିଁ କିମ୍ବା ଅପମାନ ଦେବା ପରି ବ୍ୟବହାର କରନ୍ତୁ ନାହିଁ । ସୂର୍ଯ୍ୟ ଉଦୟ ପରେ ବା ସୂର୍ଯ୍ୟାସ୍ତ ପରେ ଶୁଅନ୍ତୁ ନାହିଁ ।

ସେହିପରି ଏହି ଦିନ ସୁନା କିଣିବା ଅତ୍ୟନ୍ତ ଶୁଭ ବିବେଚନା କରାଯାଏ । ସୁନା ବ୍ୟତିତ ରୂପା ସାମଗ୍ରୀ, କଉଡି, ଝାଡୁ, ନିଡ଼ିଆ, ଧନିଆ, ଆଦି କିଣିବା ମଧ୍ୟ ଶୁଭ ବିବେଚନା କରାଯାଏ । କୁହାଯାଏ ଏପରି କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ ଆର୍ଶିବାଦ ପ୍ରାପ୍ତ ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+